ଓଡିଶା

odisha

ସଚେତନତା ସୃଷ୍ଟି କରିପାରିବ ଏକ ନିରାପଦ ଏବଂ ସୁସ୍ଥ କାର୍ଯ୍ୟ ପରିବେଶ

ଏକ ନିରାପଦ ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ କର୍ମକ୍ଷେତ୍ର ସୁରକ୍ଷା ଦିବସ ରୂପେ ପାଳନ କରାଯାଉଛି । ଅଧିକ ପଢନ୍ତୁ

By

Published : Apr 28, 2023, 6:05 AM IST

Published : Apr 28, 2023, 6:05 AM IST

Updated : Apr 28, 2023, 7:58 AM IST

ETV Bharat / sukhibhava

ସଚେତନତା ସୃଷ୍ଟି କରିପାରିବ ଏକ ନିରାପଦ ଏବଂ ସୁସ୍ଥ କାର୍ଯ୍ୟ ପରିବେଶ

World Day for Safety and Health at Work
World Day for Safety and Health at Work

ହାଇଦ୍ରାବାଦ: ସମୟର ତାଳ ଦେଇ ଆଗେଇ ଚାଲିଛି ମାନବ ସମାଜ । ପ୍ରତିଟି କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ଅବଦାନ ଆଜି ଆମକୁ ଏକ ଉନ୍ନତି ସ୍ଥାନରେ ଛିଡା କରାଇପାରିଛି । ବର୍ତ୍ତମାନର ଜୀବନଶୈଳୀ ଏପରି ପରିବର୍ତ୍ତିତ ହୋଇଛି ବାସଗୃହ ଅପେକ୍ଷା କର୍ମକ୍ଷେତ୍ର ବା କାର୍ଯ୍ୟାଳୟରେ ଅଧିକ ସମୟ ବିତୁଛି । ତେଣୁ ଏହି କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିର ସୁରକ୍ଷା ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନକୁ ୱାର୍ଲ୍ଡ ଡେ' ଫର୍ ସେଫ୍ଟି ଆଣ୍ଡ ହେଲ୍‌ଥ ଏଟ୍ ୱାର୍କ ଅର୍ଥାତ୍ ବିଶ୍ୱ କର୍ମକ୍ଷେତ୍ର ସୁରକ୍ଷା ଦିବସ ପାଳନ କରାଯାଉଛି ।

ଇଣ୍ଟରନ୍ୟାସନାଲ୍ ଲେବର୍ ୟୁନିୟନ୍(ଆଇଏଲସି) ଜୁନ୍ 2022ରେ ଇଣ୍ଟରନ୍ୟାସନାଲ୍ ଲେବଲ୍ ଅର୍ଗାନାଇଜେସନ୍(ଆଇଏଲ୍ଏ) ଢାଞ୍ଚାରେ "ଏକ ନିରାପଦ ଏବଂ ସୁସ୍ଥ କାର୍ଯ୍ୟ ପରିବେଶ" ଅନ୍ତର୍ଭୂକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା । 2003ରେ, ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍ଏ) କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣା ଏବଂ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସହଯୋଗ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରିଥିଲା । ସେହିପରି କର୍ମକ୍ଷେତ୍ରରେ ପ୍ରତିଟି ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ପ୍ରୋତ୍ସାହନ ଏବଂ ସଚେତନତା ପାଇଁ ଏହି ସଂଗଠନ କାର୍ଯ୍ୟକରେ । ଏଥିସହ 1996 ମସିହା 28 ଏପ୍ରିଲ ପରଠାରୁ ଟ୍ରେଡ୍ ୟୁନିଅନ୍ ଦ୍ୱାରା ସାରା ବିଶ୍ୱରେ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ଘଟିଥିବା ଶ୍ରମିକ ଏବଂ ଆହତଙ୍କ ଅବଦାନକୁ ମନେପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ:-ସାବଧାନ ! ଅଳସୁଆ ଜୀବନଶୈଳୀ କରୁଛି ମାଂସପେଶୀ ଯନ୍ତ୍ରଣା

ଏହା ହେଉଛି ଏକ ସଚେତନତା ଅଭିଯାନ, ଯାହା ଅନ୍ତର୍ଜାତୀୟ ସ୍ତରରେ କର୍ମକ୍ଷେତ୍ରରେ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଆକର୍ଷଣ କରେ । ଏଥିସହ ଏହି ଦିବସରେ କାର୍ଯ୍ୟାଳୟରେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ହ୍ରାସ କରିବା ଦିଗରେ ସଚେତନତା ସୃଷ୍ଟି କରାଯାଏ । ମିଳିତ ଜାତିସଂଘ ଅନୁଯାୟୀ, ଜଣେ କର୍ମଚାରୀଙ୍କୁ ଭିତ୍ତିଭୂମି, ଆଇନ ଏବଂ ସେବା ଯୋଗାଇବା ସରକାରଙ୍କ କାର୍ଯ୍ୟ । ଏକ ଜାତୀୟ ନୀତି ତଥା କାର୍ଯ୍ୟକ୍ରମର ବିକାଶ ଏବଂ ବୃତ୍ତିଗତ ନିୟମକୁ ପାଳନ କରିବା ପାଇଁ ଯାଞ୍ଚ ପ୍ରଣାଳୀ ମଧ୍ୟ ଅନ୍ତର୍ଭୁକ୍ତ କରିବା ସହ ସୁରକ୍ଷା, ସ୍ୱାସ୍ଥ୍ୟ ସୁବିଧା ଏବଂ ଏଥିପାଇଁ ନୀତି ପ୍ରଣୟନ କ୍ଷେତ୍ରରେ ଜାତିସଂଘ ଗୁରୁତ୍ବାରୋପ କରିଛି ।

ସେହିପରି ଜାତିସଂଘ ଆହୁରି ମଧ୍ୟ କହିଛି ଯେ, ଚାକିରିରେ ମୃତ୍ୟୁ ଏବଂ ଆହାତ ଜନିତ ସମସ୍ୟାକୁ ରୋକିବା ପାଇଁ ଆମ ସମସ୍ତେ ସମାନ ଭାବରେ କାର୍ଯ୍ୟ କରିବା ଉଚିତ୍ । ନିଯୁକ୍ତିଦାତା ଭାବରେ ମଧ୍ୟ ନିରାପଦ କାର୍ଯ୍ୟ ପରିବେଶ ଏବଂ ସୁସ୍ଥତା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେହିପରି ନିରାପଦରେ କାର୍ଯ୍ୟ କରିବା, ନିଜକୁ ରକ୍ଷା କରିବା ଏବଂ ଅନ୍ୟମାନଙ୍କ ଜୀବନ ପ୍ରତି ଯେପରି ଆମେ ବିପଦ ସୃଷ୍ଟି ନକରିବା, ଆମର ଅଧିକାର ବିଷୟରେ ସଚେତନ ହେବା ଏବଂ ପ୍ରତିଷେଧକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଶ୍ରମିକ ଭାବରେ ଆମର ଦାୟିତ୍ବ ବୋଲି ଜାତିସଂଘ କହିଛି । ସଚେତନ ରହିଲେ ନିଶ୍ଚିତ ରୂପେ ଏପରି ସମସ୍ୟାକୁ ଏଡାଯାଇ ପାରିବ ।

Last Updated : Apr 28, 2023, 7:58 AM IST

ABOUT THE AUTHOR

...view details