ହାଇଦ୍ରାବାଦ: ବିଶ୍ବସ୍ତରରେ କର୍କଟର ମୂଳୋତ୍ପଟନ ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବା ସହ ନୂତନ ଚିକିତ୍ସା ପଦ୍ଧତି ମଧ୍ୟ ଆବିଷ୍କାର କରାଯାଉଛି । ତଥାପି ଏ ରୋଗ ହ୍ରାସ ପାଇବା ବଦଳରେ ଦ୍ରୁତଗତିରେ ବଢିଚାଲିଛି । ଏହାର ବିଭିନ୍ନ କାରଣ ମଧ୍ୟରୁ ଜୀବନଶୈଳୀରେ ପରିବର୍ତ୍ତନ ମୁଖ୍ୟ କାରଣ । କର୍କଟ ଏତେ ବିପଜ୍ଜନକ ଏବଂ ମାରାତ୍ମକ ରୋଗ ଯାହା ସହ ଲଢିବା ଅତ୍ୟନ୍ତ କଷ୍ଟକର ।
WHO ତଥ୍ୟ ଅନୁଯାୟୀ, ଭାରତରେ ପ୍ରତି ଏକ ଘଣ୍ଟାରେ 159 ଜଣ କର୍କଟରେ ପ୍ରାଣ ହରାନ୍ତି । ସଠିକ୍ ସମୟରେ ରୋଗ ଚିହ୍ନଟ ହୋଇନପାରିବା, ଏହାର ମୁଖ୍ୟ କାରଣ ହୋଇଥାଏ । ତେବେ ବିଶ୍ବ କର୍କଟ ଦିବସରେ ଆଲୋଚନା କରିବା କର୍କଟର କେତେକ ପ୍ରମୁଖ ଲକ୍ଷଣ ବାବଦରେ, ଯାହା ସାମାନ୍ୟ ଦୃଶ୍ୟମାନ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରାଇନେବା ଜରୁରୀ ।
କାଶକୁ ଅଣଦେଖା କରନ୍ତୁ ନାହିଁ:-
କାଶ ଏପରି ଏକ ସମସ୍ୟା ଯାହା ଅନେକ ରୋଗରେ ମଧ୍ୟ ଦେଖାଯାଏ । ସାଧାରଣତଃ ଭାଇରାଲ୍ ସଂକ୍ରମଣ, ଆଜମା, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ(COPD) ଏବଂ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ(GERD) ଆଦି କାରଣରୁ କାଶ ହୋଇଥାଏ । କିନ୍ତୁ ଯଦି କାଶ କ୍ରମାଗତ ଭାବରେ ଲାଗିରହୁଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କୁ ଜଣାନ୍ତୁ । ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ସବୁଠୁ ବଡ କଥା ହେଉଛି, ଯଦି କାଶରେ ରକ୍ତ ପଡୁଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଅନ୍ତନଳୀରେ ଏହି ପରିବର୍ତ୍ତନଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ:-
ଯଦି ଅନ୍ତନଳୀରେ କ୍ରମାଗତ ପରିବର୍ତ୍ତନ ଆସେ, ତେବେ ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା(NHS) ଅନୁଯାୟୀ, ଅନ୍ତନଳୀ କର୍କଟରେ ରୋଗୀ ବାରମ୍ବାର ପରିସ୍ରା ଅନୁଭବ କରନ୍ତି । ବେଳେବେଳେ ପରିସ୍ରାରେ ମଧ୍ୟ ରକ୍ତ ପଡିଥାଏ । ତେଣୁ ଏହି ଲକ୍ଷଣ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ ।
ଶରୀରର କୌଣସି ସ୍ଥାନରେ ଗଣ୍ଠି ଭଳି ଫୁଲା ଦେଖାଗଲେ ଧ୍ୟାନ ଦିଅନ୍ତୁ:-