ଓଡିଶା

odisha

ETV Bharat / sukhibhava

World Blood Donor Day: ରକ୍ତ ଦେବା ପାଇଁ ଇଚ୍ଛୁକ କି ? ଏମାନେ ହିଁ କରିପାରିବେ ଦାନ

ରକ୍ତଦାନକୁ ମହାଦାନ ମଧ୍ୟ କୁହାଯାଏ । ରକ୍ତ ଦାନ କରି ଆମେ କାହାର ଜୀବନ ରକ୍ଷା କରିପାରିବା । ତଥାପି, ରକ୍ତ ଦାନ କରିବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ । ଅଧିକ ପଢନ୍ତୁ

World Blood Donor Day
World Blood Donor Day

By

Published : Jun 14, 2023, 11:17 AM IST

ହାଇଦ୍ରାବାଦ: କଥାରେ ଅଛି ଟୋପାଏ ରକ୍ତ ବଞ୍ଚାଏ ଜୀବନ । ପ୍ରତିବର୍ଷ ଜୁନ୍ 14ରେ ବିଶ୍ୱ ରକ୍ତଦାନ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ରକ୍ତଦାନ ବିଷୟରେ ଅବଗତ ବା ସଚେତନ କରାଇବା । 2004ରେ ବିଶ୍ୱ ରକ୍ତଦାନ ଦିବସ ଆରମ୍ଭ ହୋଇଥିଲା । ରକ୍ତ ଦାନକୁ ମହାଦାନ କୁହାଯାଏ । ରକ୍ତ ଦାନ କରି ଆପଣ ଜୀବନ ରକ୍ଷା କରିପାରିବେ । ତଥାପି, ରକ୍ତ ଦାନ ବିଷୟରେ ଅନେକ ପ୍ରକାରର ଭୁଲ ଧାରଣା ଶୁଣାଯାଏ । ତେବେ ଆପଣ ମଧ୍ୟ ରକ୍ତଦାନ କରିବାକୁ ଚାହୁଁଥିଲେ ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ରକ୍ତଦାନ କରିବାର ଫାଇଦା: ରକ୍ତଦାନକୁ ନେଇ ସମାଜରେ ଅନେକ ଭୁଲ ଧାରଣା ରହିଛି । କିଛି ଲୋକ ବିଶ୍ବାସ କରନ୍ତି ଯେ ରକ୍ତ ଦାନ କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରକ୍ତ ଦାନ କରିବା ଶରୀର ପାଇଁ ଅନେକ ଉପକାର ମଧ୍ୟ ହୋଇଥାଏ ।

  1. ରକ୍ତ ଦାନ କରିବା ଦ୍ୱାରା ଚାପ କମିଥାଏ ।
  2. ଉତ୍ତମ ଚିନ୍ତାଧାରା ରହିବ ।
  3. ରକ୍ତଦାନ ଦ୍ବାରା ଶରୀରରେ ଥିବା ଅତିରିକ୍ତ ଲୌହ ବାହାରି ଆସିଥାଏ।
  4. ରକ୍ତଦାନ କରିବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା 88% କମିଥାଏ
  5. ମାନସିକ ସ୍ତରରେ ଉନ୍ନତି ଆସିଥାଏ
  6. ରକ୍ତଦାନ ଦ୍ବାରା ଯକୃତ ସୁସ୍ଥ ହୋଇଥାଏ

କିଏ କରିପାରିବ ରକ୍ତଦାନ:

ରକ୍ତଦାନ ଦ୍ବାରା ସର୍ବପ୍ରଥମେ ସ୍ବାସ୍ଥ୍ୟ ଠିକ ରହିବା ଆବଶ୍ୟକ

ବୟସ 18 ବର୍ଷ ହେବା ଆବଶ୍ୟକ

ରକ୍ତଦାନ ପାଇଁ ଆପଣଙ୍କର ଓଜନ 50 କିଲୋଗ୍ରାମ ହେବା ଉଚିତ

ରକ୍ତ ଦାନ କରିବାର 90 ଦିନ ପର୍ଯ୍ୟନ୍ତ ପୁରୁଷମାନେ ରକ୍ତଦାନ କରିବା ଉଚିତ୍ ନୁହେଁ

ଅତିକମରେ 120 ଦିନ ପରେ ମହିଳାମାନେ ପୁନର୍ବାର ରକ୍ତ ଦାନ କରିବା ଉଚିତ୍

ହୃଦୟର ସ୍ପନ୍ଦନ 60 ରୁ 100 BPM(Beats per minute) ମଧ୍ୟରେ ହେବା ଉଚିତ

ଏହାସହ ହିମଗ୍ଲୋବିନ ସ୍ତର 12.5 ରୁ ଅଧିକ କିମ୍ବା ସମାନ ହେବା ଉଚିତ

ଏହି ବ୍ୟକ୍ତି କରିପାରିବେନି ରକ୍ତଦାନ:

ଯଦି ଆପଣ କୌଣସି ଔଷଧ କିମ୍ବା ଚିକିତ୍ସାରେ ଅଛନ୍ତି ତେବେ ଆପଣ ରକ୍ତଦାନ କରିପାରିବେ ନାହିଁ ।

ନିକଟରେ ଟାଟୁ କରିଥିଲେ ରକ୍ତଦାନ କରିପାରିବେ ନାହିଁ ।

ନିକଟରେ ମିଳିମିଳା, ଚିକେନ୍ ପକ୍ସ ଟିକା ନେଇଥିଲେ ଦେଇପାରିବେ ନାହିଁ।

ଯଦି ଆପଣ କୌଣସି ଗୁରୁତର ରୋଗରେ ପୀଡିତ ତେବେ ରକ୍ତଦାନ କରନ୍ତୁ ନାହିଁ ।

ମଧୁମେହ ରୋଗୀମାନେ ମଧ୍ୟ ଏଥିରୁ ଦୂରେଇ ରହିବା ଉଚିତ୍ ।

ଯଦି ଗର୍ଭବତୀ ହୋଇଥିବା ବା ସ୍ତନ୍ୟପାନ କରାଉଥିବ ତେବେ ରକ୍ତଦାନ କରିପାରିବେନାହିଁ ।

ଏହା ମଧ୍ୟ ପଢନ୍ତୁ: World Blood Donor Day 2023: ରକ୍ତ ଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details