ଓଡିଶା

odisha

ETV Bharat / sukhibhava

World Arthritis Day: 2050 ସୁଦ୍ଧା ଏକ ବିଲିୟମ ହୋଇପାରନ୍ତି ଗଣ୍ଠିବାତର ଶିକାର - ଗଣ୍ଠିବାତ ଯୋଗୁଁ ଶରୀର ଉପରେ କେଉଁ ପ୍ରଭାବ ପଡେ

ଅନେକ କାରଣ ଯୋଗୁଁ ଗଣ୍ଠିବାତ ସମସ୍ୟା ଦେଖା ଯାଇଥାଏ । ଏହାଦ୍ବାରା ମୁଖ୍ୟତଃ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ତେବେ ମେଡିକାଲ ସାଇନ୍ସରେ ଏହି ସମସ୍ୟାର ଚିକିତ୍ସା ନାହିଁ ବୋଲି କୁହାଯାଇଛି । କିନ୍ତୁ ଏନେଇ ସଚେତନତା ଜରୁରୀ ଅଟେ । ଅଧିକ ପଢ଼ନ୍ତୁ

World Arthritis Day
World Arthritis Day

By ETV Bharat Odisha Team

Published : Oct 12, 2023, 12:50 PM IST

ହାଇଦ୍ରାବାଦ :ଆମ ଶରୀର 206 ଖଣ୍ଡ ହାଡ଼କୁ ନେଇ ଗଠିତ। ବୟସ ଅଧିକ ହେଲେ ସାଧାରଣତଃ ଆଥ୍ରାଇଟିସ ବା ଗଣ୍ଠିବାତ ରୋଗ ଲୋକଙ୍କ ମଧ୍ୟରେ ଦେଖାଯାଏ। ହେଲେ କମ ବୟସ୍କଙ୍କ ମଧ୍ୟରେ ଏହି ରୋଗ ଦେଖାଯିବା ଏବେ ଏକ ସାଧାରଣ ଘଟଣା ହୋଇଯାଇଛି । ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ହେଲେ ଆଣ୍ଠୁ ଭଳି ଗଣ୍ଠି ସ୍ଥାନରେ ଯନ୍ତ୍ରଣା ହୋଇଥାଏ । ତେବେ ଗଣ୍ଠିବାତର ଲକ୍ଷଣ, କାରଣ, ପ୍ରତିଷେଧକ ବ୍ୟବସ୍ଥା ଏବଂ ଆର୍ଥ୍ରାଇଟିସର ଅନ୍ୟାନ୍ୟ ଦିଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର 12 ତାରିଖରେ ବିଶ୍ବ ଗଣ୍ଠିବାତ ଦିବସ ପାଳନ କରାଯାଏ। ତେବେ ଗଣ୍ଠିବାତକୁ ମେଡିକାଲ ଟର୍ମରେ ରୁମାଟିକ୍ ଏବଂ ମସ୍କୁଲୋସ୍କେଲେଟାଲ୍ ରୋଗ- RMD କୁହାଯାଏ । RMD ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିତା ସହିତ ଚିକିତ୍ସା ପାଇଁ ପ୍ରୋତ୍ସାହିତ କରିବା ଦିବାସ ପାଳନର ଲକ୍ଷ୍ୟ ଅଟେ ।

ତେବେ ପ୍ରତ୍ୟେକ ବର୍ଷ ଗଣ୍ଠିବାତ ଦିବସ ପାଳନ ଏକ ଥିମ୍‌ ଉପରେ କରାଯାଇଥାଏ । ସେହି କ୍ରମରେ ଚଳିତ ବର୍ଷର ଥିମ ରହିଛି ଜଏଣ୍ଟ ହେଲ୍‌ଥ୍‌ ଫର ଅଲ(Joint Health for All) । ଏହାର ଅର୍ଥ ଗଣ୍ଠିବାତ ସମ୍ବନ୍ଧିତ ରୋଗରୁ ବର୍ତ୍ତିବା ଏବଂ ଉତ୍ତମ ଚିକିତ୍ସା ପାଇବା ଆବଶ୍ୟକ ।

ବିଶ୍ବ ଗଣ୍ଠିବାତ ଦିବସର ଇତିହାସ:ଆଜିକା ସମୟରେ ଲକ୍ଷ ଲକ୍ଷ ଲୋକ ଆର୍ଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଏହି ସମସ୍ୟା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ କରାଯାଏ । ଆର୍ଥ୍ରାଇଟିସ୍ ସମ୍ବନ୍ଧରେ ବିଶ୍ୱସ୍ତରୀୟ ଅଭିଯାନ 1996 ମସିହାରେ ଆର୍ଥ୍ରାଇଟିସ୍ ରୋଗୀଙ୍କ ସହ ଜଡିତ ଏକ ସଂଗଠନ ଆର୍ଥ୍ରାଇଟିସ୍ ଏବଂ ରିଉମାଟିଜିମ୍ ଇଣ୍ଟରନ୍ୟାସନାଲ୍ (ARI) ଦ୍ୱାରା ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରତ୍ୟେକ ବିଶ୍ୱ ଅକ୍ଚୋବର 12 ତାରିଖକୁ ବିଶ୍ବ ଗଣ୍ଠିବାତ ଦିବସ ଭାବେ ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ: Juvenile Arthritis: ଛୁଆଙ୍କ ପାଇଁ ବିପଦ ଜୁଭେନାଇଲ ଆଥ୍ରାଇଟିସ, ଜାଣନ୍ତୁ ଏହାର କାରଣ

ଗଣ୍ଠିବାତ ଯୋଗୁଁ ଶରୀର ଉପରେ କେଉଁ ପ୍ରଭାବ ପଡେ:

  1. ଗଣ୍ଠିବାତ ଯୋଗୁଁ ଶାରୀରିକ ପୀଡା ଦେଖା ଯାଇଥାଏ।
  2. ଆଖିରେ ଶୁଷ୍କତା, ଯନ୍ତ୍ରଣା, ଫୁଲା ଏବଂ ଦୃଷ୍ଟିଶକ୍ତିରେ ସମସ୍ୟା ଦେଖା ଯାଇଥାଏ।
  3. ପାଟି ଶୁଖିବା ଏବଂ ମାଢ଼ିରେ ସଂକ୍ରମଣ ସମସ୍ୟା ଦେଖାଯାଇଥାଏ।
  4. ତ୍ବଚା ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ହାଡର ଉପରି ଭାହରେ ରହିଥିବା ତ୍ବଚା ଉପରେ ଗଣ୍ଠି ଦେଖାଯାଇଥାଏ।
  5. ଗଣ୍ଠିବାତର ପ୍ରଭାବ ଫୁସଫୁସ ଉପରେ ପଡ଼ିଥାଏ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ ।
  6. ତେବେ ଆରିବିସି(ଲୋହିତ ରକ୍ତ କଣିକା) ସଂଖ୍ୟା କମ ହେବା ସହିତ ଅନେକ ସମସ୍ୟା ଦେଖା ଯାଇଥାଏ।
  7. ଆର୍ଥ୍ରାଇଟିସରେ ଗଣ୍ଠି ଯନ୍ତ୍ରଣା ହୋଇଥାଏ । ଏହି ରୋଗରେ ପୀଡ଼ିତ ବ୍ୟକ୍ତି ବ୍ୟାୟାମ କରିବା ସହିତ ଚାଲିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।
  8. ଗଣ୍ଠିବାତରେ ପୀଡିତ ବ୍ୟକ୍ତିମାନଙ୍କଠାରେ ହାଇ କୋଲେଷ୍ଟ୍ରଲ, ସୁଗର, ହାର୍ଟ ସମସ୍ୟା, ଉଚ୍ଚ ରକ୍ତଚାପ ସହିତ ଓଜନ ବଢ଼ିବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details