ଓଡିଶା

odisha

ETV Bharat / sukhibhava

ରିପୋର୍ଟରେ ଖୁଲାସା, ରାତିରେ କାମ କଲେ ସ୍ମୃତିଶକ୍ତି ହରାଇବା ଆଶଙ୍କା ଅଧିକା ! - ନାଇଟ ସିଫ୍ଟ

ରିପୋର୍ଟରେ ଖୁଲାସା । ରାତିରେ କାମ କରିଲେ ସ୍ମୃତିଶକ୍ତି ହରାଇବା ଆଶଙ୍କା ଅଧିକା ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Working nights
Working nights

By ETV Bharat Odisha Team

Published : Aug 25, 2023, 5:49 PM IST

ହାଇଦ୍ରାବାଦ:ଆଜିକା ସମୟରେ ଅଧିକାଂଶ ଲୋକ ବେସରକାରୀ ଚାକିରି କରୁଛନ୍ତି । ବେସରକାରୀ ଚାରିକିରେ କୌଣସି ସମୟାନୁବର୍ତ୍ତିତା ନଥାଏ । ସିଫ୍ଟ୍‌ ଅନୁସାରେ ସମସ୍ତେ କାମ କରିଥାଆନ୍ତି । ପ୍ରାୟତଃ ଭାରତରେ 9-5 ସମୟରେ ଚାକିରି କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକା । ଅନେକ ଲୋକ ସକାଳର ସିଫ୍ଟ କରିବାକୁ ପସନ୍ଦ କରନ୍ତି। ଏହାସହ ଆଉ କିଛି ଲୋକଙ୍କୁ 9ରୁ 5ଟା ପର୍ଯ୍ୟନ୍ତ କାମ କରିଥାଆନ୍ତି। ତେବେ ଏହା ବ୍ୟତିତ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନାଇଟ୍‌ ସିଫ୍ଟ କରିବା ପାଇଁ ପସନ୍ଦ କରନ୍ତି ବା ବାଧ୍ୟତାମୂଳକ ଭାବରେ ଏହି ସିଫ୍ଟ କରିବାକୁ ପଡେ । ତେବେ ରାତିରେ କାମ କରୁଥିବା ଲୋକଙ୍କୁ ନେଇ ଏକ ଅନୁସନ୍ଧାନ କରାଯାଇଥିଲା । ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଆସିଛି । ଅନୁସନ୍ଧାନର ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ରାତିରେ ସିଫ୍ଟ କରନ୍ତି ସେମାନଙ୍କର ସ୍ମୃତି ଶକ୍ତି ହ୍ରାସ ହେବାର ଆଶଙ୍କା ବହୁତ ଅଧିକ ରହିଥାଏ । ଅର୍ଥାତ୍ ଏହି ଲୋକମାନେ ଶୀଘ୍ର ସ୍ମୃତି ହରାଇ ପାରନ୍ତି ।

କାନାଡାର ୟାର୍କ ୟୁନିଭର୍ସିଟିର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯେଉଁମାନେ ରାତିରେ କାମ କରିଥାଆନ୍ତି ସେମାନଙ୍କର ସ୍ମୃତିଶକ୍ତି କମ ହେବା ସହିତ କଗ୍ନିଟିଭ୍‌ ଇମ୍ପେଇରମେଣ୍ଟ୍‌ ସମସ୍ୟା ହୋଇଥାଏ । ଯାହା ଦ୍ବାରା କି ଏଭଳି ଲୋକମାନେ ହଠାତ କିଛି ବୁଝିପାରନ୍ତି ନାହିଁ। ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଆଚରଣରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖାଯାଏ । ଏହି ଅଧ୍ୟୟନରେ ସମୁଦାୟ 47 ହଜାର 811 ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ, ବୟସ ବଢିଲେ ବି କମିବନି ସ୍ମୃତିଶକ୍ତି

ଏହି ବ୍ୟକ୍ତିଙ୍କୁ ସ୍ମୃତିଶକ୍ତି ହରାଇବାର ଆଶଙ୍କା ଅଧିକ ରହିଥାଏ: ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ଅଧ୍ୟୟନର ଫଳାଫଳ ଦର୍ଶାଏ ଯେ, ନାଇଟ୍ ସିଫ୍ଟ ଏବଂ କଗ୍ନିଟିଭ ଇମ୍ପେଇରମେଣ୍ଟ ବା ଜ୍ଞାନଗତ ଦୁର୍ବଳତା ମଧ୍ୟରେ ଗଭୀର ସଂଯୋଗ ରହିଛି । ରାତିରେ କାମ କରିବା କାରଣରୁ ବୟସ୍କ ଏବଂ ବୃଦ୍ଧମାନଙ୍କଠାରେ ସ୍ମୃତି ଶକ୍ତି ହ୍ରାସ ହେବାର ଆଶଙ୍କା ଅଧିକ ରହିଥାଏ । ଏହାର କାରଣ ହେଉଛି, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସରେ କାମ କରନ୍ତି ସେମାନଙ୍କ ମଧ୍ୟରେ ଜ୍ଞାନଗତ ଦୁର୍ବଳତାର ହାର 79 ପ୍ରତିଶତ ଅଧିକ । ଅଫିସ୍ କାର୍ଯ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଆପଣ ରାତିସାରା ଜାଗ୍ରତ ରୁହନ୍ତି ତେବେ ସ୍ମୃତି ସମ୍ବନ୍ଧୀୟ ସମସ୍ୟାର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ ।

ଅନ୍ୟ ପଟେ, ଯେଉଁମାନେ ସେମାନଙ୍କର କାର୍ଯ୍ୟ ସମୟଠାରୁ ଅଧିକ କାର୍ଯ୍ୟ କରନ୍ତି(ଓଭରଟାଇମ୍) ଏହି ଲୋକମାନେ ସେମାନଙ୍କର ଭାବନା, ଚିନ୍ତାଧାରା ପରିଚାଳନା କରିବାରେ ସକ୍ଷମ ନୁହଁନ୍ତି । ଅର୍ଥାତ ଏମାନଙ୍କର ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡିଥାଏ । ଯାହା ଦ୍ବାରା କି ଅନେକ ଅସୁବିଧା ଯେପରିକି ସ୍ମୃତିଶକ୍ତି ହରାଇବାର ସମ୍ଭାବନା ଅଧିକ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details