ହାଇଦ୍ରାବାଦ: ସାଧାରଣତଃ କୁହାଯାଏ ସକାଳୁ ବ୍ୟାୟାମ କରିବା ଉଚିତ । ବଡ଼ି ଭୋରରୁ ଉଠି ବ୍ୟାୟାମ କଲେ ଆମ ଶରୀର ସତେଜ ରହିଥାଏ । ମାତ୍ର ଫିଜିଓଲୋଜିଷ୍ଟ ବ୍ୟାୟାମ କରିବା ଲାଗି ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ସମୟ ବାହାର କରିଛନ୍ତି । ସକାଳେ ମହିଳା ଓ ସନ୍ଧ୍ୟାରେ ପୁରୁଷ ବ୍ୟାୟାମ କରିବା ଦ୍ବାରା ସେମାନଙ୍କ ଶରୀର ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଏହି ସମୟରେ ପୁରୁଷ ଓ ମହିଳା ବ୍ୟାୟାମ କଲେ ସେମାନଙ୍କ ପୁରା ଶରୀର ଉପରେ ପ୍ରଭାବ ପଡ଼ିଥାଏ ।
ସକାଳେ ମହିଳା ବ୍ୟାୟାମ କରିବା ଦ୍ବାରା ସେମାନଙ୍କର ପୁରା ଶରୀରର ଚର୍ବି ଯେପରିକି ଆବଡୋମିନାଲ ଫ୍ୟାଟ୍(ପେଟରେ ଥିବା ଚର୍ବି) ଓ ହିପ୍ ଫ୍ୟାଟ୍ ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ସେହିଭଳି ପୁରୁଷମାନେ ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ଦ୍ବାରା ସେମାନଙ୍କର ପୁରା ଶରୀର ଉପରେ ପ୍ରଭାବ ପଡ଼େ । ମହିଳାଙ୍କ ପ୍ରାତଃ ସମୟ ଭଳି ପୁରୁଷଙ୍କ ସନ୍ଧ୍ୟା ସମୟ ବ୍ୟାୟାମ ଅଧିକ ଅନୁକୂଳ ହୋଇଥାଏ । ସନ୍ଧ୍ୟା ବେଳେ ବ୍ୟାୟାମ କଲେ ପୁରୁଷଙ୍କ କୋଲେଷ୍ଟ୍ରଲ, ରକ୍ତଚାପ, ଶ୍ବାସକ୍ରିୟା ଆଦି ସନ୍ତୁଳିତ ରହିଥାଏ ।