ହାଇଦ୍ରାବାଦ: ପାର୍ଲରରେ ହେୟାର୍ ୱାଶ୍(କେଶ ସଫା) କରୁଥିଲେ, ସତର୍କ ହୋଇଯାଆନ୍ତୁ । ଏହି କାରଣରୁ ଷ୍ଟ୍ରୋକ୍ ଭଳି ଗମ୍ଭୀର ସମସ୍ୟା ଆସିପାରେ । ଖବର ଅନୁଯାୟୀ, ହାଇଦ୍ରାବାଦର ଜଣେ ୫୦ ବର୍ଷୀୟ ବୟସ୍କା ମହିଳା ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପାର୍ଲରେ ହେୟାର୍ ୱାଶେ କରିବା ପରେ ତାଙ୍କର ଷ୍ଟ୍ରୋକ୍ ଆସିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ଟ୍ବିଟ୍ କରି ସୂଚନା ଦେଇଛନ୍ତି( Woman Suffered After Salon Hair Wash) ।
ଖବର ଅନୁଯାୟୀ, ହାଇଦ୍ରାବାଦର ଜଣେ ୫୦ ବର୍ଷୀୟ ବୟସ୍କା ମହିଳା ହେୟାର୍ କଟ୍ ପାଇଁ ଏକ ପାର୍ଲର ଯାଇଥିଲେ । ହେୟାର୍ କଟ୍ ପୂର୍ବରୁ ତାଙ୍କ କେଶ ସଫା କରିବା ସମୟରେ ତାଙ୍କର ଷ୍ଟ୍ରୋକ୍ ଆରମ୍ଭ ହୋଇଥିବା ଡାକ୍ତର କହିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ କେଶ ଧୋଇବା ପାଇଁ ତାଙ୍କ ବେକକୁ ପଛକୁ କରି ଧୋଇଥିଲେ, ସେତେବେଳେ ତାଙ୍କର ଏକ ବିରଳ ସ୍ନାୁଗତ ସମସ୍ୟା ହୋଇଥିଲା । ଏହା ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ରକ୍ତଭଣ୍ଡାର ଉପରେ ଚାପ ପକାଇଲା ।
ଟ୍ୱିଟରରେ ଏହି ସୂଚନା ସେୟାର କରି ହାଇଦ୍ରାବାଦ ସ୍ନାୟୁବିଜ୍ଞାନୀ ଡକ୍ଟର ସୁଧୀର କୁମାର ଲେଖିଛନ୍ତି ଯେ, "ମହିଳା ଜଣକ ପ୍ରଥମେ ଏକ ବିୟୁଟି ପାର୍ଲରରେ ସାମ୍ପୋ ସହିତ କେଶ ଧୋଇବା ସମୟରେ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଅନୁଭବ କରିଥିଲେ । ପ୍ରାରମ୍ଭରେ ଏହା ଗ୍ୟାଷ୍ଟିକ୍ର ଲକ୍ଷଣ ଭାବି ତାଙ୍କୁ ଜଣେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ନିକଟକୁ ନିଆଯାଇଥିଲା । ମାତ୍ର ପରଦିନ ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ହେବା ସହ ଚାଲିବା ସମୟରେ ସନ୍ତୁଳନ ହରାଉଥିବା ଅନୁଭବ କରିଥିଲେ । ଫଳରେ ତାଙ୍କୁ ମୋ ପାଖକୁ ଆଣିଥିଲେ । ଏଠାରେ ମହିଳାଙ୍କର MRI(Magnetic resonance imaging) ପରୀକ୍ଷା କରିବାରୁ ତାଙ୍କର ସେରେବେଲାର ହାଇପୋପ୍ଲାସିଆ ହୋଇଥିବା ଜଣାପଡିଥିଲା । ତେବେ ସେରେବେଲାର ହାଇପୋପ୍ଲାସିଆ ହେଉଛି ଏକ ସ୍ନାୟୁଗତ ଅବସ୍ଥା, ଯେଉଁଥିରେ ସେରେବେଲମ୍(ମସ୍ତିଷ୍କର ପଛ ଭାଗରେ ଥାଏ) ପ୍ରଭାବିତ ହୋଇଥାଏ ।