ଓଡିଶା

odisha

ETV Bharat / sukhibhava

ଶୀତ ଋତୁରେ ଆପଣାନ୍ତୁ ଏହି ଡାଏଟ, ସୁସ୍ଥ ରହିବ ଶରୀର - ଶୀତ ଋତୁ ପାଇଁ ଡାଏଟ ପ୍ଲାନ

Winter diet plan: ଶୀତ ଋତୁରେ ସ୍ବାସ୍ଥ୍ୟର ଯତ୍ନ ସହିତ ଖାଦ୍ୟ ଉପରେ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ । ଅଧିକ ପଢନ୍ତୁ

Winter diet plan
Winter diet plan

By ETV Bharat Odisha Team

Published : Dec 12, 2023, 12:40 PM IST

ହାଇଦ୍ରାବାଦ:ଶୀତ ଋତୁ... ପ୍ରାୟ ସମସ୍ତଙ୍କର ପସନ୍ଦ । ଏହି ଋତୁରେ ଅନେକ ପର୍ବପର୍ବାଣୀ ଏବଂ ବିବାହ କାର୍ଯ୍ୟକ୍ରମ ହୋଇଥାଏ । ଫଳରେ ଲୋକେ ଅଧିକ ମିଠା ଏବଂ ତେଲ ଜାତୀୟ ଖାଦ୍ୟ ଖାଇଥାଆନ୍ତି । ଅନ୍ୟପଟେ ଶୀତ ଋତୁରେ ଜ୍ବର, ଥଣ୍ଡା, କାଶ ସାଧାରଣ ହୋଇଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତ ଦିନେ ଖାଦ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ । ତେବେ ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଶୀତ ଋତୁରେ ଡାଏଟ ଚାଟ୍...

* ଶୀତ ଋତୁରେ ତଟକା ପନିପରିବା ସହିତ କନ୍ଧମୂଳ, ଆଳୁ ଏବଂ ବିଟ ଅଧିକ ପରିମାଣରେ ଖାଇବା ଉଚିତ । ଏଥିରେ ଫାଇବର ଏବଂ ମିନେରାଲ୍ସର ମାତ୍ରା ଅଧିକ ରହିଥିବା ଯୋଗୁଁ ଏହା ହାର୍ଟ ପାଇଁ ଉପକାରୀ ହୋଇଥାଏ । ବିଟରୁଟ, ଗାଜର, ପିଆଜ, ଅଦା ଏବଂ ରସୁଣରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଭରି ରହିଥାଏ । କାର୍ବୋହାଇଡ୍ରେଟ, ଫାଇବର ଏବଂ ମିନେରାଲ୍ସ ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

* ଶୀତ ଋତୁରେ ଥଣ୍ଡା ଏବଂ ଶ୍ବାସଜନିତ ସମସ୍ୟା ସାଧାରଣ ହୋଇଥାଏ । ଏହି ରୋଗ ସହିତ ଲଢିବା ପାଇଁ ବେରି, କମଳା, ଜାମୁନ, ଖଜୁରା, ଷ୍ଟ୍ରବେରୀ ଏବଂ ଫିଗ ଖାଇବା ଉଚିତ । ଏଥିରେ ଭିଟାମିନ Cର ପ୍ରଚୁର ମାତ୍ରା ରହିବା ଯୋଗୁଁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

* ସର୍ବଦା ଶସ୍ୟଜାତୀୟ ଖାଦ୍ୟକୁ ଡାଏଟରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ମିଲେଟ ସହିତ ଅଟାରେ ତିଆରି ବ୍ରେଡ ଏବଂ ଜୁସ ପିଅନ୍ତୁ । ବିଶେଷକରି ଓଟ୍ସ ଏବଂ ଅଟାରୁ ତିଆରି ଖାଦ୍ୟ ପଦାର୍ଥ ଖାଆନ୍ତୁ । ଏହା ମଇଦା, ପାସ୍ତା, ବ୍ରେଡ ଠାରୁ ସ୍ବାସ୍ଥ୍ୟ ଉପକାରୀ ଅଟେ ।

*ସାଧାରଣତଃ ଅଦା, ରସୁଣ, ହଳଦୀ ଇତ୍ୟାଦି ରୋଷେଇ ସମୟରେ ବ୍ୟବହୃତ ହୋଇଥାଏ । ଏଥିରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନଫ୍ଲାମେଚୋରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହାସହ ହଜମ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । କିନ୍ତୁ ଆବଶ୍ୟକତା ଅନୁସାରେ ଏହାର ମାତ୍ରା ରଖିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ କମ ପାଣି ପିଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା

* ସନ୍ଧ୍ୟା ଜଳଖିଆ କଥା ଆସିଲେ ସମସ୍ତେ ତେଲିଆ ଚଟପଟା ଖାଦ୍ୟ ଖାଇବା ପାଇଁ ମନ ବଳାଇ ଥାଆନ୍ତି । କିନ୍ତୁ ଏହା ବଦଳରେ ବାଦାମ, ବୁଟ, ରାଶି ଲଡୁ, ଆଲମଣ୍ଡ ଖାଇବା ଉଚିତ୍ । ଏଥିରେ ସ୍ବାସ୍ଥ୍ୟ ଉପଯୋଗୀ ଫ୍ୟାଟ, ପ୍ରୋଟିନ ଏବଂ ମାଇକ୍ରୋନ୍ୟୁଟ୍ରିଆଣ୍ଟ ଯେପରିକି ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଜିଙ୍କ ରହିଥାଏ ।

* ବାହାର ସୁପ୍ ବଦଳରେ ଘର ତିଆରି ସୁପ୍ ପିଇପାରିବେ । ଯଦି ଏଥିରେ ମଇଦା ମିଶା ନଯାଏ ତାହାଲେ ଏହା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ । ସୁପରେ ଅଦା, ରସୁଣ, ପୁଦିନା, ପିଆଜ ଏବଂ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଏହାସହ ଆପଣ ଗାଜର, ବିଟରୁଟ, ଟମାଟୋ, ଚିକେନ, ବ୍ରୋକଲି ଏବଂ ମକା ମଧ୍ୟ ମିଶାଇ ପାରିବେ ।

* ଏହି ଋତୁରେ ଅଧିକ କଫି ଏବଂ ସୁପ ପିଇବା ପାଇଁ ଇଚ୍ଛା ହୋଇଥାଏ । ଯାହାକି ସ୍ବାସ୍ଥ୍ୟପକ୍ଷେ ହାନିକାରକ । ଏହା ବଦଳରେ ତୁଳସୀପତ୍ର, ଲବଙ୍ଗ, ମହୁକୁ ପାଣିରେ ଫୁଟାଇ ପିଇପାରିବେ । ଏହା ଦିନରେ ଯେକୌଣସି ସମୟରେ ମଧ୍ୟ ପିଇପାରିବେ । ଏହା ଡିହାଇଡ୍ରେସନରୁ ମୁକ୍ତି ଦେବା ସହିତ ଶରୀରକୁ ଶକ୍ତି ଯୋଗାଇଥାଏ ।

ABOUT THE AUTHOR

...view details