ଓଡିଶା

odisha

ETV Bharat / sukhibhava

ଶୀତଦିନେ କମ ପାଣି ପିଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା - ଶୀତଦିନେ ଶରୀରରେ ଜଳର ଅଭାବ ହେଲେ ଙୁଏ ସ୍ବାସ୍ଥ୍ୟ ସମସ୍ୟା

Dehydration in Winters: ଶୀତଦିନେ ଆମେ ସାଧାରଣତଃ ପାଣି ପିଇବାକୁ ଭୁଲିଯାଉ । ପାଗ ଥଣ୍ଡା ହେତୁ ଆମକୁ ଶୋଷ ଲାଗେ ନାହିଁ । ଫଳରେ ଶରୀରରେ ଜଳ ଅଭାବ ହେତୁ ଶୁଖିଲା ଚର୍ମ, ପରିସ୍ରା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଭୋଗିଥାଉ । ତେବେ ଡିହାଇଡ୍ରେସନ୍ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ କିପରି ରୋକିବେ ଜାଣନ୍ତୁ

ଶୀତଦିନେ କମ ପାଣି ପିଇଲେ ହୋଇପାରନ୍ତି ଅସୁସ୍ଥ, ଡିହାଇଡ୍ରେସନ୍ରୁ ନିଜକୁ ଏପରି କରନ୍ତୁ ରକ୍ଷା
ଶୀତଦିନେ କମ ପାଣି ପିଇଲେ ହୋଇପାରନ୍ତି ଅସୁସ୍ଥ, ଡିହାଇଡ୍ରେସନ୍ରୁ ନିଜକୁ ଏପରି କରନ୍ତୁ ରକ୍ଷା

By ETV Bharat Odisha Team

Published : Dec 10, 2023, 2:27 PM IST

ହାଇଦ୍ରାବାଦ:ଶୀତଦିନେ ଆମେ କମ୍ ଶୋଷିଲା ଅନୁଭବ କରୁ, ଯେଉଁ କାରଣରୁ ଆମେ କମ୍ ପାଣି ପିଇଥାଉ । କିନ୍ତୁ ଏହି କାରଣରୁ ଶରୀରରେ ଜଳର ଅଭାବ ହୋଇଥାଏ ଏବଂ ଶରୀର ଡିହାଇଡ୍ରେଡ୍ ହୋଇଯାଏ । ଫଳରେ ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳିତ ହୋଇଥାଏ ଏବଂ ଶୁଖିଲା ଚର୍ମ, ପରିସ୍ରା, କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା ହୋଇଥାଏ । ତେଣୁ ଶୀତଦିନେ ପ୍ରଚୁର ପାଣି ପିଇବା ଅତ୍ୟନ୍ତ ଜରୁରୀ । ଶୀତ ଋତୁରେ ଜଳ ଅଭାବର ଅସୁବିଧା ଏବଂ ଏହାକୁ ଏଡାଇବା ପାଇଁ ଉପାୟ ଜାଣନ୍ତୁ...

ଶୀତଦିନେ ଶରୀରରେ ଜଳର ଅଭାବ କାହିଁକି ହୁଏ?

  • କମ୍ ପାଣି ପିଇବାକୁ ଇଚ୍ଛା
  • ବାୟୁରେ ଶୁଷ୍କତା
  • ଘର ଭିତରେ ଉତ୍ତାପ ବୃଦ୍ଧି
  • ଚା', କଫି କିମ୍ବା କଫିନ୍ ଭଳି ପାନୀୟର ଅତ୍ୟଧିକ ବ୍ୟବହାର

ଶରୀରରେ ଜଳର ଅଭାବ କିପରି ଜାଣିବେ?

  • ହଠାତ୍ ପ୍ରବଳ ଶୋଷ ଲାଗିବା
  • ଶୁଖିଲା ଚର୍ମ (Dry Skin)
  • ମୁଣ୍ଡବିନ୍ଧା
  • ଥକ୍କାପଣ

ଶୀତଦିନେ ଶରୀରରେ ଜଳ ଅଭାବର ଲକ୍ଷଣ:-

  • ମୂତ୍ରାଶୟ ସଂକ୍ରମଣ
  • କିଡନୀ ଷ୍ଟୋନ
  • ଇମ୍ୟୁନ ସିଷ୍ଟମର ଦୁର୍ବଳତା
  • କୋଷ୍ଠକାଠିନ୍ୟ

ଶରୀରରେ ଜଳର ପର୍ଯ୍ୟାପ୍ତ ପରିମାଣର ଫାଇଦା:-

ଶୀତ ଋତୁରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଶରୀରକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଆମେ ସଠିକ୍ ପରିମାଣର ପାଣି ପିଇଥାଉ, ପୋଷକ ତତ୍ତ୍ୱ ସହଜରେ ଶରୀରର ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚିଥାଏ । ଏହା ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ ଏବଂ ଡିହାଇଡ୍ରେସନ୍ କାରଣରୁ ଶରୀରକୁ ହେଉଥିବା ଅନେକ ସମସ୍ୟାରୁ ରକ୍ଷା କରିଥାଏ । ଏଣୁ ଶୀତଦିନେ ପାଣି ପିଇବାକୁ ଭୁଲନ୍ତୁ ନାହିଁ ।

ଶୀତଦିନେ ଡିହାଇଡ୍ରେସନକୁ କିପରି ଏଡାଇବେ ?

ସର୍ବଦା ପାଣି ବୋତଲ ସାଥିରେ ରଖିବେ:-ପ୍ରାୟତଃ ଶୀତଦିନେ ଶୋଷ ଲାଗେ ନାହିଁ । ଫଳରେ ପାଣି ଅଭାବ ହେତୁ ଶରୀର ଡିହାଇଡ୍ରେଟ୍ ହୋଇଥାଏ । ତେଣୁ ସାଙ୍ଗରେ ଏକ ବୋତଲ ପାଣି ରଖିବା ଉଚିତ । ଯାହାଦ୍ବାରା ସମୟ ସମୟରେ ପାଣି ପିଇବେ । ଫଳରେ ଶରୀରରେ ଜଳର ଅଭାବ ରହିବ ନାହିଁ ।

କଫିନ୍ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ:-ଶରୀରରେ ଅତ୍ୟଧିକ ପରିମାଣର କଫିନ୍ ଏବଂ ମଦ୍ୟପାନ ହେତୁ ଆମ ଶରୀର ଡିହାଇଡ୍ରେଟ୍ ହୋଇପାରେ । ଯଦିଓ, ଶୀତଦିନେ କଫି ଇତ୍ୟାଦି ପିଇବାକୁ ମନ ହୁଏ । କିନ୍ତୁ କମ୍ ପରିମାଣରେ କଫି ପିଇବାକୁ ଚେଷ୍ଟା କରନ୍ତୁ ଏବଂ ଦିନକୁ ଥରେ ଏହାକୁ ପିଅନ୍ତୁ । ଏହା ଆପଣଙ୍କ ଶରୀରରେ ଡିହାଇଡ୍ରେସନ୍ ସମସ୍ୟାକୁ ହ୍ରାସ କରିବ ।

ପନିପରିବା ଏବଂ ଫଳ ଖାଅ:-ଆପଣଙ୍କ ଖାଦ୍ୟରେ ସତେଜ ପନିପରିବା ଏବଂ ଫଳ ଅନ୍ତର୍ଭୂକ୍ତ କରିବା ଦ୍ୱାରା ଡିହାଇଡ୍ରେସନ୍ ହେବାର ଆଶଙ୍କା କମିଯାଏ । କାକୁଡି, ଅମୃତଭଣ୍ଡା, ନାସପତି ଇତ୍ୟାଦି ଖାଆନ୍ତୁ, ଏଥିରେ ପାଣି ମିଳିଥାଏ । ଏଗୁଡିକ ଖାଇବା ଦ୍ୱାରା ଶରୀରକୁ ବହୁ ପରିମାଣରେ ଜଳ ଯୋଗାଇ ଦିଆଯାଇପାରେ ।

ଏହା ମଧ୍ୟ ପଢନ୍ତୁ:କମ ପାଣି ପିଇବା ଦ୍ବାରା ହୋଇଥାଏ ଏହି ରୋଗ, ବର୍ତ୍ତିବା ପାଇଁ ପ୍ରତ୍ୟହ ଏତିକି ପିଅନ୍ତୁ ପାଣି

ସୁପ୍ ଏବଂ ଗରମ ପାନୀୟ ପିଅନ୍ତୁ:-ଶୀତଦିନେ ଆମେ ପ୍ରାୟତଃ ଗରମ କିଛି ପିଇବା ପରି ଅନୁଭବ କରୁ । ତେବେ ଏହି ସମୟରେ କିଛି ଏପରି ପାନୀୟ କିମ୍ବା ସୁପ୍ ପିଇପାରିବେ, ଯାହା ଶରୀରକୁ ଗରମ ରଖିବା ସହ ଡିହାଇଡ୍ରେସନ୍ ଏଡ଼ାଇବାରେ ମଧ୍ୟ ସାହାଯ୍ୟ କରିବ । ଏଥିପାଇଁ ଟମାଟୋ ସୁପ୍ ପିଇପାରିବେ । ଶୀତଦିନ ପାଇଁ ଏହା ବହୁତ ଭଲ ପାନୀୟ ହୋଇପାରେ ।

ABOUT THE AUTHOR

...view details