ଆମ ଶରୀରର ଭିଟାମିନ ଓ ମିନେରାଲ ଚାହିଦା ପୂରଣ କରିବା ପାଇଁ ଆମେ ପନିପରିବା ସମେତ ବିଭିନ୍ନ ଫଳ ବି ଖାଇବା ଦରକାର । ବିଭିନ୍ନ ଫଳମୂଳ ବି ଶରୀରରେ ଭିଟାମିନ ଆବଶ୍ୟକତା ପୂରଣ କରିଥାଏ । ସ୍ବାସ୍ଥ୍ୟକର ବିକଳ୍ପ ସ୍ନାକ୍ସ ଭାବେ ଫଳମୂଳ ଖାଇବା ଜରୁରୀ । ଫଳରେ ପ୍ରାକୃତିକ ଭାବେ ଶର୍କରା ଥିବାରୁ ଏହା ଆପଣଙ୍କ ମିଠା ପ୍ରିୟ ଜିହ୍ବାର ସ୍ବାଦ ମେଣ୍ଟାଇପାରିବ । ବିଶେଷଜ୍ଞ ଡକ୍ଟର ଦୀପ୍ତି ବର୍ମାଙ୍କ ମତରେ , ଫଳ ହେଉଛି ଗଛର ମଂଜି ବହନ କରୁଥବା ଅଂଶ । ଆଉ ଫଳ ଖାଇଲେ ସ୍ବାସ୍ଥ୍ୟଗତ ଭାବେ ବହୁ ଫାଇଦା ହୋଇଥାଏ । ଫଳରେ ପୋଷକ ତତ୍ବ ଭରପୂର ଥାଏ । ଏହାଛଡା ଫାଇବର ବି ପ୍ରଚୁର ପରିମାଣରେ ମିଳେ ।
ଫଳର ଉପକାରିତା
- ଫାଇବର ଓ ରୁଗେଜ୍ର ଭଲ ଉତ୍ସ ହୋଇଥିବାରୁ ଭଲ ସ୍ବାସ୍ଥ୍ୟ ପାଇଁ ଫଳ ଖାଇବାକୁ ସୁପାରିଶ କରାଯାଇଥାଏ । ହିପୋଥାଇରୋଡିଜିମ୍, ହୃଦରୋଗ, ଡାଇବେଟିସ ମେଲିଟସ ଓ ପିସିଓଏସ ଆଦିର ନିୟନ୍ତ୍ରଣ ପାଇଁ ଫଳ ଖାଇବା ଦରକାର ।
- ଫ୍ରୁକଟୋଜ୍ ନାମକ ଏକ ଶର୍କରା ବିଭିନ୍ନ ଫଳରେ ଥାଏ । ଯାହା କି ରକ୍ତରୁ ଇନସୁଲିନ ପ୍ରବାହକୁ ସ୍ଥିର କରିଥାଏ । ଏପରି ହେଲେ ଡାଇବେଟିସ ମେଲିଟ୍ସର ଉପଚାର ହୋଇଥାଏ ।
- ବିଭିନ୍ନ ଫଳରେ ଶରୀର ପାଇଁ ସ୍ବାସ୍ଥ୍ୟକର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ସ ( ଭିଟାମିନ ଓ ମିନେରାଲ ) ଫଳରେ ଭରପୂର ଥାଏ । ଏସବୁ ଶରୀରର ସଠିକ୍ ମେଟାବୋଲିଜିମ କାର୍ଯ୍ୟକଳାପରେ ସହାୟକ ହୋଇଥାଏ ।
- ଫଳରେ ବହୁମାତ୍ରାରେ ପୋଟାସିୟମ ବି ଥାଏ । ଏହା ଶକ୍ତ ହାଡ ଓ ଦାନ୍ତ ପାଇଁ ଜରୁରୀ । ପୋଟାସିୟମ ଦ୍ବାରା କିଡନୀ ଷ୍ଟୋନ ବି ନିୟନ୍ତ୍ରିତ ହୁଏ ।
- ଫଳଗୁଡିକରେ ଫାଇଟୋକେମିକାଲ ପ୍ରଚୁର ପରିମାଣରେ ଥାଏ । ଏହା ହେଉଛି ଫଳର ରଂଗ । ଏହା ଶରୀରରୁ ଟକ୍ସିନ ହଟାଇବାରେ ସହାୟକ ହୁଏ ।
କେତେବେଳେ ଫଳ ଖାଇବେ ?