ହାଇଦ୍ରାବାଦ:ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଟାମିନ୍ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଖାଇବା ଆବଶ୍ୟକ । ଆମେ ଖାଉଥିବା ଖାଦ୍ୟରୁ ଏହି ପୋଷକ ତତ୍ତ୍ବ ମିଳିଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଭାବରେ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଖାଦ୍ୟପେୟ ବ୍ୟାଘାତ ହେତୁ ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଯାହା ଫଳରେ କେତେକ ସମୟରେ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥାଏ । ମ୍ୟାଗ୍ନେସିୟମ୍ ହେଉଛି ଏପରି ଏକ ଜରୁରୀ ଉପାଦାନ, ଯାହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟକୁ ବଜାୟୀ ରଖିବା ପାଇଁ ଏହା ଆବଶ୍ୟକ ହୋଇଥାଏ ।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ମ୍ୟାଗ୍ନେସିୟମର ଅଭାବ ଅନେକ ରୋଗର ଜଟିଳତାର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ମସ୍ତିଷ୍କ ଏବଂ ଶରୀର ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । ଏହାସହ ହୃଦୟ, ରକ୍ତ ଶର୍କରା ସ୍ତର ପାଇଁ ଏହା ସର୍ବତ୍ତୋମ ହୋଇଥାଏ । ପନିପରିବା ଠାରୁ ଆରମ୍ଭ କରି ବାଦାମ, ମଞ୍ଜି ଏବଂ ଡାଲି ପର୍ଯ୍ୟନ୍ତ ଖାଦ୍ୟରେ ଏହା ମିଳିଥାଏ । ତେବେ ଜାଣନ୍ତୁ ଖାଦ୍ୟରେ କାହିଁକି ଆବଶ୍ୟକ ମ୍ୟାଗ୍ନେସିୟମ ଏବଂ କେଉଁ ପ୍ରକାର ଖାଦ୍ୟରୁ ଏହା ମିଳିଥାଏ ।
ଶରୀରରେ ମ୍ୟାଗ୍ନେସିୟମର ମାତ୍ରା କମ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥିବା ନେଇ ରିପୋର୍ଟରେ ଏହା କୁହାଯାଇଛି ଯେ, ବୟସ୍କଙ୍କ ଶରୀରରେ ପ୍ରାୟ 25 ଗ୍ରାମ ମ୍ୟାଗ୍ନେସିୟମ୍ ଥାଏ । ଯେଉଁଥିରୁ କଙ୍କାଳ ପ୍ରଣାଳୀ 50-60% ଗଚ୍ଛିତ କରିଥାଏ । ଅବଶିଷ୍ଟ ଶରୀର ମାଂସପେଶୀ, ଟିସୁ ଏବଂ ତରଳ ପଦାର୍ଥରେ ଉପସ୍ଥିତ । ମ୍ୟାଗ୍ନେସିୟମର ଅଭାବ ଅନେକ ସ୍ୱାସ୍ଥ୍ୟଗତ ଜଟିଳତା ସୃଷ୍ଟି କରିପାରେ । ଏହି ଅବସ୍ଥା ସ୍ନାୟୁ ସମ୍ବନ୍ଧୀୟ ବ୍ୟାଧି ବ୍ୟତୀତ ଅଷ୍ଟିଓପୋରୋସିସ୍, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ହଜମ ପ୍ରକ୍ରିୟା ଏବଂ ରକ୍ତରେ ଶର୍କରା ବୃଦ୍ଧି କରିଥାଏ । କହିରଖୁଛୁ କି, ମଣିଷର କଙ୍କାଳକୁ ଅକ୍ଷୀୟ କଙ୍କାଳ ଏବଂ ଉପାଙ୍ଗି କଙ୍କାଳରେ ବିଭକ୍ତ କରାଯାଇଛି । ଅକ୍ଷୀୟ କଙ୍କାଳ ମେରୁଦଣ୍ଡ, ପଟି ଏବଂ ଖପୁରୀ ଦ୍ୱାରା ଗଠିତ । ଉପାଙ୍ଗି କଙ୍କାଳଟି ଅକ୍ଷୀୟ କଙ୍କାଳ ସହିତ ସଂଲଗ୍ନ ହୋଇ ଅଙ୍ଗର ଗାର୍ଡଲ୍, ପେଲଭିକ୍ ଗାର୍ଡଲ୍ ଏବଂ ଗୋଡକୁ ନେଇ ଗଠିତ ।
ଏହା ମଧ୍ୟ ପଢନ୍ତୁ:My Plate: ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ICMR ଡାଏଟ ଚାଟ୍