ହାଇଦ୍ରାବାଦ:ଶୀତ ଋତୁ ପ୍ରାୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ। କିନ୍ତୁ ଏହି ଋତୁର ଆଗମନରେ ଅନେକ ସଂଖ୍ୟାରେ ଛୁଆ ଥଣ୍ଡା, କାଶ ଏବଂ ଜ୍ବରରେ ପୀଡ଼ିତ ହୋଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଶୀତଦିନେ କାହିଁକି ଛୁଆଙ୍କୁ ଅଧିକ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ଏବଂ କାହିଁକି ସଂକ୍ରମଣରେ ପୀଡିତ ହୋଇଥଆଆନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ବୟସ୍କଙ୍କ ଅପେକ୍ଷା ଛୁଆମାନେ ଶୀତଋତୁରେ ଅଧିକ ସଂକ୍ରମିତ ହୋଇଥାଆନ୍ତି । ବିଶେଷକରି ଥଣ୍ଡା, କାଶ, କଫ ବ୍ୟତୀତ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ସ୍ଥଳେ ଅଣଦେଖା ନକରି ଠିକ ସମୟରେ ଚିକିତ୍ସା କରିବା ଜରୁରୀ ବୋଲି କୁହାଯାଇଛି।
ଶୀତରେ ବୃଦ୍ଧି ପାଏ ଫୁସଫୁସ ସଂକ୍ରମଣ: ଶୀତଦିନେ ଅନେକ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ଦ୍ବାରା ଛୁଆମାନେ ପ୍ରଭାବିତ ହୋଇଥାଆନ୍ତି। ସେଥି ମଧ୍ୟରୁ ବ୍ରୋଙ୍କିଓଲାଇଟିସ୍ ପ୍ରମୁଖ ଅଟେ। ଅନେକ ଶିଶୁଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ। ଏହା ଦ୍ବାରା ଫୁସଫୁସରେ ଥିବା ଛୋଟ ବାୟୁପଥର ପ୍ରଦାହ ହୋଇଥାଏ। ଯାହା ରେସ୍ପିରାଟୋରୀ ସିନ୍ସିସିଆଲ୍ ଭାଇରସ୍(Respiratory syncytial virus, RSV) ଦ୍ବାରା ହୋଇଥାଏ । ଏହି ଭାଇରସ କାଶ ଏବଂ ଛିଙ୍କରୁ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ପରେ ପ୍ରଥମେ ଜ୍ବର ହେବା ସହିତ ଚକ୍କର ଆସିବା ଏକ ନାକ ବନ୍ଦ ହେବା ଭଳି ଲାଗିଥାଏ ।
ନିମୋନିଆର ଆଶଙ୍କା ଅଧିକ: ସାଧାରଣତଃ ଛୁଆମାନେ ଶୀତଦିନେ ନିମୋନିଆ ଏବଂ ଶ୍ୱାସ ରୋଗରେ ପୀଡ଼ିତ ହୁଅନ୍ତି । ଫୁସଫୁସରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଏହା ବ୍ୟାକ୍ଟେରିଆ, ଭାଇରସ କିମ୍ବା ଜୀବାଣୁ ଦ୍ବାରା ହୋଇଥାଏ। କିନ୍ତୁ ଶୀତ ଋତୁରେ ଅଧିକ ସମୟ ଘରେ ରହିବା କାରଣରୁ ଏହା ଅତି ସହଜରେ ଜଣକ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। କିନ୍ତୁ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥିବା କାରଣରୁ ସେମାନେ ଶୀଘ୍ର ଆକ୍ରାନ୍ତ ହୋଇଥାଆନ୍ତି। ଏହାସହିତ ଥଣ୍ଡା ପାଗରେ ଆଜମା ଯୋଗୁଁ ମଧ୍ୟ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ।