ହାଇଦ୍ରାବାଦ:ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବିଭିନ୍ନ କାରଣରୁ ଭିଟାମାଟି ଛାଡିବା ପାଇଁ ବାଧ୍ୟ ହେଉଛନ୍ତି। ଯୁଦ୍ଧ, ହିଂସା, ପ୍ରାକୃତିକ ବିପର୍ଯ୍ୟୟ ଭଳି ସମସ୍ୟା କାରଣରୁ ନିଜର ମାତୃଭୂମି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଅନ୍ୟ ଦେଶରେ ମୁଣ୍ଡ ଗୁଞ୍ଜିବା ସମୟରେ ସେମାନେ ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସମସ୍ୟା ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁଁ ପ୍ରତିବର୍ଷ ଜୁନ୍ ୨୦ ତାରିଖରେ ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଇଥାଏ । ଶରଣାର୍ଥୀଙ୍କ ସାହସ ଏବଂ ଶକ୍ତିକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ 20 ତାରିଖକୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଏ । ଦେଶ ଏହି ଦିନଟିକୁ ଘରୁ ବାହାରେ ରହିବାକୁ ବାଧ୍ୟ ହେଉଥିବା ଶରଣାର୍ଥୀଙ୍କୁ ଏହି ଦିନ ଉତ୍ସର୍ଗ କରିଛି। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ନୂତନ ଦେଶରେ ଶରଣାର୍ଥୀମାନଙ୍କ ପାଇଁ ସହାନୁଭୂତି ଏବଂ ଉପଯୁକ୍ତ ଚିନ୍ତାଧାରା ସୃଷ୍ଟି କରିବା। ଏପରି ପରିସ୍ଥିତିରେ, ଏହି ଦିନର ଇତିହାସ ଏବଂ ମହତ୍ତ୍ୱ ଜାଣିବା ଜରୁରୀ ଅଟେ। ଶରଣାର୍ଥୀମାନଙ୍କର ସମସ୍ୟା ତଥା ଶରଣାର୍ଥୀମାନଙ୍କୁ ନେଇ ବିଭିନ୍ନ ଦେଶର ସମସ୍ୟା ଉପରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା କରିବା ଏହାର ମୂଳ ଉଦ୍ଦେଶ୍ୟ।
ବିଶ୍ୱ ଶରଣାର୍ଥୀ ଦିବସର ଇତିହାସ:ବିଶ୍ୱ ଶରଣାର୍ଥୀ ଦିବସ ପ୍ରଥମେ 2001ରେ ଆରମ୍ଭ ହୋଇଥିଲା। ଏହା 1951 ମିଳିତ ଜାତିସଂଘର ଶରଣାର୍ଥୀ ସମ୍ମିଳନୀର 50 ତମ ବାର୍ଷିକୀ ପାଳନ କରାଯାଇଥିଲା। ପୂର୍ବରୁ ଏହି ଦିନ ଆଫ୍ରିକୀୟ ଶରଣାର୍ଥୀ ଦିବସ ଭାବେ ଜଣାଯାଉଥିଲା। ତେବେ ଆଫ୍ରିକୀୟ ଏକତା ଅନୁଷ୍ଠାନ (OAU) ମିଳିତ ଜାତିସଂଘର ପ୍ରସ୍ତାବରେ ରାଜି ହୋଇ ଜୁନ ୨୦ ତାରିଖରେ ବିଶ୍ୱ ଶରଣାର୍ଥୀ ଦିବସ ସହ ଆଫ୍ରିକୀୟ ଶରଣାର୍ଥୀ ଦିବସ ପାଳନ କରି ଆସୁଛନ୍ତି ।