ଓଡିଶା

odisha

ETV Bharat / sukhibhava

ଆପଣ ଶୀତବସ୍ତ୍ର ସହ କମ୍ବଳ ଘୋଡ଼େଇ ଶୋଉଛନ୍ତି କି ? ହୋଇପାରେ ହାନିକାରକ - ଶୀତ ଋତୁ ପାଇଁ ସ୍କିନ କେୟାର ଟିପ୍ସ

ଶୀତଋତୁରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ସବୁ ପ୍ରକାର ପ୍ରଚେଷ୍ଟା କରନ୍ତି । ଏଥିଲାଗି ଶୋଇବା ସମୟରେ ଅଧିକାଂଶ କମ୍ବଳ ସହିତ ସ୍ବେଟର, ମୋଜା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ସେମାନେ ଅଜ୍ଞ ଯେ ଏପରି କରିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ଅଧିକ ପଢନ୍ତୁ

ଆପଣ ଶୀତବସ୍ତ୍ର ସହ ବ୍ଲାଙ୍କେଟ୍‌ ଘୋଡ଼େଇ ଶୋଉଛନ୍ତି କି ? ହୋଇପାରେ ହାନିକାରକ
ଆପଣ ଶୀତବସ୍ତ୍ର ସହ ବ୍ଲାଙ୍କେଟ୍‌ ଘୋଡ଼େଇ ଶୋଉଛନ୍ତି କି ? ହୋଇପାରେ ହାନିକାରକ

By

Published : Jan 14, 2022, 1:55 PM IST

ହାଇଦ୍ରାବାଦ:ଅନେକ ଲୋକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ସ୍ବେଟର ଓ ମୋଜା(socks) ପିନ୍ଧି ରାତିରେ ଶୋଇଥାନ୍ତି । ଏହାଦ୍ବାରା ନିଶ୍ଚିତ ଭାବରେ ସେମାନଙ୍କୁ ଶୀତରୁ ରକ୍ଷା ମିଳେ ସତ, କିନ୍ତୁ ଏହା ଶରୀର ପାଇଁ ହୋଇଥାଏ ହାନିକାରକ । ନବଜାତକଙ୍କୁ ମଧ୍ୟ ଏପରି ମୋଜା ଓ ଶୀତବସ୍ତ୍ର ପିନ୍ଧି ଶୋଇଥିବା ଆପଣ ଅନେକ ଥର ଦେଖିଥିବେ । ଏହା ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ହାନିକାରକ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ ଏପରି କଲେ ଏହା ମୁଖ୍ୟତଃ ମଧୁମେହ, ହୃଦରୋଗୀ, ରକ୍ତଚାପ ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଉପଯୁକ୍ତ ହୋଇନଥାଏ ।

ହରିୟାଣା ବରିଷ୍ଠ ସାଧାରଣ ଚିକିତ୍ସକ ଡକ୍ଟର ରାଜେଶ ସିଂ ଗ୍ରେୱାଲ କହିଛନ୍ତି ଯେ କମ୍ବଳ ସହିତ ଶୀତବସ୍ତ୍ର ପିନ୍ଧି ଶୋଇଲେ ଶରୀର ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ଏହାସହିତ ଅନେକ ରୋଗ ସହିତ ଚର୍ମ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କଲେ କେଉଁ ରୋଗ ଅଧିକ ହେବାର ସମ୍ଭାବନା ରହିଥାଏ...

ଶ୍ବାସକ୍ରିୟାରେ ସମସ୍ୟା(Breathing issues):-

ଡାକ୍ତର ରାଜେଶ କହିଛନ୍ତି ଯେ ପଶମ ପୋଷାକ ବା ଶୀତବସ୍ତ୍ର ଘନ ମୋଟା କପଡ଼ାରେ ତିଆରି ଏବଂ ଅଧିକାଂଶ ଲୋକ ଏହାକୁ ପ୍ରତିଦିନ ଧୋଇ ନାହାଁନ୍ତି । ଏପରି ପରିସ୍ଥିତିରେ ପୋଷାକରେ ଧୂଳି କଣିକା, ଝାଳ ଏବଂ ଶରୀରର ମଇଳା ଜମା ହୋଇଯାଏ, ଯାହା ପୋଷାକରେ ଜୀବାଣୁ ସୃଷ୍ଟି କରିଥାଏ । ଏହା ବ୍ୟତୀତ କପଡ଼ା ଉପରେ ଲିନଟ୍(ପଶମ ପୋଷାକ ଉଲୁରୁ ଯିବା) ମଧ୍ୟ ଦେଖାଯାଏ । ଅନ୍ୟପଟେ ଆଜ୍‌ମା, ବ୍ରୋଙ୍କାଇଟିସ୍ ଭଳି ରୋଗରେ ପୀଡି଼ତ ଥିବା ଲୋକେ ଅଧିକ ସମସ୍ୟା ଭୋଗିଥାନ୍ତି । ଏହା ବ୍ୟତୀତ ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ଆଲର୍ଜି କିମ୍ବା ସଂକ୍ରମଣରେ ଆକ୍ରାନ୍ତ ହୋଇପାରନ୍ତି । ଆହୁରି ମଧ୍ୟ, ରାତିରେ ସ୍ବେଟର୍ ପିନ୍ଧିବା ଦ୍ବାରା ସେଥିରେ ଜମିଥିବା ଧୂଳି ଯୋଗୁଁ କାଶ ହୋଇଥାଏ ।

ରକ୍ତଚାପ(Affects blood pressure):-

ରାତିରେ ସ୍ବେଟର୍ ସହିତ ଶୋଇବା ଦ୍ବାରା ଝାଳ ବାହାରିଥାଏ, ଯାହାକି ରକ୍ତଚାପ ଉପରେ ପ୍ରଭାବ ପକାଇପାରେ । ଶୀତଦିନେ, ଆମର ରକ୍ତଭଣ୍ଡାର ଗୁଡ଼ିକ ସଙ୍କୁଚିତ ହୁଏ । ଯେତେବେଳେ ଜଣେ ବ୍ୟକ୍ତି କ୍ୟାପ୍ କିମ୍ବା ସ୍ବେଟର୍ ପିନ୍ଧି ଶୋଇଥାଏ, ସେତେବେଳେ ସେମାନେ ଗରମ ଅନୁଭବ କରିଥାନ୍ତି । ଏହାପରେ ସେମାନେ ଶ୍ବାସରୁଦ୍ଧ ଭଳି ସ୍ଥିତି ସହ ଅଶାନ୍ତ ଅନୁଭବ କରିପାରନ୍ତି । କାରଣ ଉଷ୍ମତା ସେମାନଙ୍କ ମୋଟା ପୋଷାକ ଦେଇ ଯିବାରେ ସକ୍ଷମ ହୋଇନଥାଏ । ଏସବୁ ରକ୍ତଚାପ ଉପରେ ପ୍ରଭାବ ପକାଇପାରେ ।

ଚର୍ମ ସମ୍ବନ୍ଧୀୟ ରୋଗ(Skin problems and allergies):-

ଏହି ମୋଟା କପଡ଼ା ଗୁଡ଼ିକ ରାତିରେ ପିନ୍ଧି ଶୋଇଲେ ଅତ୍ୟଧିକ ଗରମ ଓ ଝାଳ ଯୋଗୁଁ ଜୀବାଣୁ ଶରୀରରେ ବଢିବା ଆରମ୍ଭ କରନ୍ତି । ଏହାଦ୍ବାରା ଆମ ଚର୍ମରେ ଆଲର୍ଜିର ଶିକାର ହେବା ସହିତ କୁଣ୍ଡାଇ ହୋଇଥାଏ । କିନ୍ତୁ ଯେଉଁ ଲୋକମାନେ ପୂର୍ବରୁ ଆଲର୍ଜିର ଶିକାର ହୋଇଥାନ୍ତି ସେମାନେ ଏପରି ଶୋଇବାରୁ ନିବୃତ୍ତ ରହିବା ଆବଶ୍ୟକ । ନଚେତ ସେମାନଙ୍କ ଲାଗି ସ୍ଥିତି ଭୟଙ୍କର ହୋଇପାରେ ।

କ'ଣ କୁହନ୍ତି ଡାକ୍ତର ?

ଡାକ୍ତର ରାଜେଶଙ୍କ କହିବାନୁସାରେ ସୂତା କପଡ଼ା ତୁଳନାରେ ଏହି ପଶମ ପୋଷାକ ବା ଶୀତବସ୍ତ୍ରର କପଡ଼ା ଅଧିକ ମୋଟା ହୋଇଥାଏ । ଫଳରେ ଏଥିରେ ଥିବା କଣା(Air Pocket) ଇନସୁଲେଟର ପରି କାମ କରେ । ଫଳରେ ଆମେ ଯେତେବେଳେ ଶୀତବସ୍ତ୍ର ସହିତ ବ୍ଲାଙ୍କେଟ ପିନ୍ଧି ଶୋଇଥାଉ ଏହା ଆମ ଶରୀରରେ ଉତ୍ପନ୍ନ ହେଉଥିବା ଉଷ୍ମତାକୁ ସେଥିରେ ଆବଦ୍ଧ କରିଦିଏ । ବିଶେଷ ଭାବରେ ଯେଉଁ ଲୋକ ପୂର୍ବରୁ ସ୍ବାସ୍ଥ୍ୟ ଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି ସେମାନଙ୍କ ପାଇଁ ଏହା ଅଧିକ ହାନିକାରକ ହୋଇଥାଏ । ତଥାପି ଆପଣ ଯଦି ରାତିରେ ଶୀତରୁ ରକ୍ଷା ପାଇବା ପାଇଁ କୌଣସି ବସ୍ତ୍ର ପିନ୍ଧିବାକୁ ଚାହାଁନ୍ତି, ତେବେ ଆପଣ ଶୀତବସ୍ତ୍ର ବଦଳରେ Thermocoat କିମ୍ବା ପଶମ ମୋଜା ବଦଳରେ ସୂତାରେ ତିଆରି ମୋଜା ପିନ୍ଧିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details