ହାଇଦ୍ରାବାଦ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ସୁପାରିସ କରିଥାଏ । କିନ୍ତୁ ଏଭଳି ଏକ ଦିନ ରହିଛି ଯେଉଁ ଦିନକି ଛୋଟ ଛୁଆଙ୍କ ପାଇଁ ପାଳନ କରାଯାଇଥାଏ । ଏଭଳି ଏକ ଦିନ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ ଇନୋସେଣ୍ଟ ଚିଲଡ୍ରେନ ଭିକ୍ଟିମ୍ସ ଅଫ ଆଗ୍ରେସନ । ଏହାର ଅର୍ଥ ନୀରିହ ଶିଶୁ ଉପରେ ବିଭିନ୍ନ ସ୍ତରରେ ହେଉଥିବା ଅତ୍ୟାଚାର ନିରୋଧ ଦିବସ ।
ପ୍ରାରମ୍ଭରେ, ଯୁଦ୍ଧର ଶିକାର ହୋଇଥିବା ଶିଶୁମାନଙ୍କ ପାଇଁ ଏହି ଦିନ ପାଳନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ସଂଜ୍ଞା ବଦଳାଇ ଯାଇଥିଲା । ଶିଶୁକୁ ମାନସିକ, ଶାରୀରିକ, ଭାବନାତ୍ମକ ଶୋଷଣରୁ ଉଦ୍ଧାର କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଛି । ଯଦି ଶିଶୁଟି ଉପରେ ମାନସିକ, ଶାରୀରିକ ଏବଂ ଭାବନାତ୍ମକ ସ୍ତରରେ ଶୋଷଣ କରାଯାଏ । ତେବେ ଏହି ଛୋଟ ଶିଶୁଟି ମାନସିକ ସ୍ତରରେ ଦୁର୍ବଳ ରହିବା ସହ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଏ । ତେଣୁ ଏଦି ଦିବସ ପାଳନ ପାଇଁ ଗୁରୁତ୍ବ ଦିଆଯାଉଛି ।
ଇତିହାସ:ଏହି ଦିନ ଶିଶୁ ଅଧିକାର ବା ଶିଶୁର ସୁରକ୍ଷା ପାଇଁ ମିଳିତ ଜାତିସଂଘର ସଂକଳ୍ପକୁ ଅନୁମୋଦନ ଦିନ ଭାବରେ ବିବେଚନା କରାଯାଏ । କିନ୍ତୁ ଏହା ପ୍ରଥମେ 1982 ଅଗଷ୍ଟ 19ରେ ଆରମ୍ଭ ହୋଇଥିଲା । ସେହି ସମୟରେ ଇସ୍ରାଏଲର ହିଂସା ଯୋଗୁଁ ପାଲେଷ୍ଟାଇନ ଏବଂ ଲିବାନୋନର ପିଲାମାନେ ଯୁଦ୍ଧ ହିଂସାର ଶିକାର ହୋଇଥିଲେ ଏବଂ ପାଲେଷ୍ଟାଇନ ମିଳିତ ଜାତିସଂଘକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସମୟରେ ଅନେକ ଅତ୍ୟାଚାର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଇଥିଲା । ସେହି ସମୟ ଉକ୍ତ ଦେଶ ପାଇଁ ଭୟାନକ ରହିଥିଲା । ଏହି ହିଂସାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସାଧାରଣ ସଭା ଜୁନ 4 ତାରିଖରେ ଅତ୍ୟାଚାର ନିରୋଧ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା ।