ଓଡିଶା

odisha

ETV Bharat / sukhibhava

National Doctors Day: ମରଣ ମୁହଁରୁ ଟାଣି ଦିଅନ୍ତି ନୂଆ ଜୀବନ, ଦ୍ବିତୀୟ ଭଗବାନଙ୍କୁ ସଲାମ - ଜାତୀୟ ଡାକ୍ତର ଦିବସର ଥିମ

ଏହି ବିଶେଷ ଦିନ ସେହି ସମସ୍ତ ଡାକ୍ତରଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା ଲୋକଙ୍କୁ ଯେ କେବଳ ଚିକିତ୍ସା କରନ୍ତି ନାହିଁ, ବରଂ ଏକ ନୂତନ ଜୀବନ ମଧ୍ୟ ଦିଅନ୍ତି । ଅଧିକ ପଢନ୍ତୁ

National Doctors Day
National Doctors Day

By

Published : Jul 1, 2023, 6:01 AM IST

ହାଇଦ୍ରାବାଦ:ଡାକ୍ତରମାନଙ୍କୁ ପୃଥିବୀରେ ଭଗବାନଙ୍କ ମାନ୍ୟତା ଦିଆଯାଇଛି। ତାଙ୍କୁ ଜୀବନ ପ୍ରଦାନକାରୀ ମଧ୍ୟ କୁହାଯାଏ। ଡାକ୍ତରମାନେ ହିଁ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରନ୍ତି ଏବଂ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରନ୍ତି। ଏମିତି 24 ଘଣ୍ଟା ନିଃସ୍ବାର୍ଥପର ସେବା ପ୍ରଦାନ କରିଥାଆନ୍ତି। ପ୍ରତିକଥାରେ ମନେ ପଡେ ଡାକ୍ତରଙ୍କ କଥା। ମଣିଷ ନିଜ ଶରୀର ପାଖରେ ସମ୍ପୂର୍ଣ୍ଣ ନାଚାର ହୋଇଯାଏ ସେତେବେଳେ ଆରୋଗ୍ୟର ଆଶା ନେଇ ଡାକ୍ତରଙ୍କ ପାଖକୁ ଯାଇଥାଏ। କୁହାଯାଏ ଔଷଧ ରୋଗ ଭଲ କରିଥାଏ କିନ୍ତୁ ଡାକ୍ତର ରୋଗୀକୁ ଭଲ କରିଥାଆନ୍ତି। ସେମାନଙ୍କର ସଚ୍ଚୋଟତା ଏବଂ ନିଷ୍ଠା ପାଇଁ ସେମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ 1 ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଏହା ବ୍ୟତୀତ ଭାରତର ମହାନ ଡାକ୍ତର ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନଚନ୍ଦ୍ର ରୟଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ବିଶେଷ କରି କୋରୋନା ମହାମାରୀରେ ବିଶ୍ବ କବଳିତ ହେଉଥିଲା ବେଳେ ଯେପରି ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ ଯୋଦ୍ଧା ଭାବେ ଯେଭଳି ରୋଗୀ ସେବା କରିଥିଲେ, ତାଙ୍କ ପାଇଁ ଗୋଟିଏ ଦିନ ସମ୍ମାନ ଜଣାଇବା ଯଥେଷ୍ଟ ନୁହଁ। ପ୍ରତି ମୁହୂର୍ତ୍ତରେ ତାଙ୍କ ପାଇଁ ସଭିଁଙ୍କ ମନରେ ଆସେ ସମ୍ମାନ ।

କେବେ ଆରମ୍ଭ ହୋଇଥିଲା ଜାତୀୟ ଡାକ୍ତର ଦିବସ:ଜୁଲାଇ 1 ହେଉଛି ଡାକ୍ତର ବିଧାନଚନ୍ଦ୍ର ରୟଙ୍କ ଜନ୍ମବର୍ଷିକି। ଚିକିତ୍ସା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ତାଙ୍କୁ ବଙ୍ଗଳାର ଆକ୍ରିଟେକ୍ଟ ମଧ୍ୟ କୁହାଯାଏ। 1961 ମସିହାରେ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ତାଙ୍କ ସ୍ମୃତିରେ ତତ୍କାଳୀନ କେନ୍ଦ୍ର ସରକାର 1991 ମସିହାରେ ଜାତୀୟ ଡାକ୍ତର ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଜୁଲାଇ 1 ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ।

ଡାକ୍ତର ବିଧାନଚନ୍ଦ୍ର ରୟ 1 ଜୁଲାଇ 1882 ରେ ବିହାରର ପାଟନା ସହରରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ କୋଲକାତାରେ ତାଙ୍କର ଡାକ୍ତରୀ ଅଧ୍ୟୟନ ସମାପ୍ତ କରିଥିଲେ। ଏହା ପରେ, ଲଣ୍ଡନରୁ MRCP ଏବଂ FRCS ଉପାଧି ହାସଲ କରିଥିଲେ। ରୟ ଏତେ ସକ୍ଷମ ଥିଲେ ଯେ ଦୁଇ ବର୍ଷ ମଧ୍ୟରେ ସେ ଏକାସାଙ୍ଗରେ ଫିଜିସିଆନ ଏବଂ ସର୍ଜନ ଡିଗ୍ରୀ ହାସଲ କରିଥିଲେ।

ଲଣ୍ଡନରୁ ଅଧ୍ୟୟନ ସମାପ୍ତ କରିବା ପରେ, ରୟ ଭାରତକୁ ଆସି 1911 ମସିହାରେ ତାଙ୍କର ଚିକିତ୍ସା ଜୀବନ ଆରମ୍ଭ କରିଥିଲେ। ସେ ଭାରତରେ ଔଷଧ କ୍ଷେତ୍ରରେ ଅନେକ ନାମ ଓ ସମ୍ମାନ ଅର୍ଜନ କରିଥିଲେ। ଏହା ବ୍ୟତୀତ ରୟ ରାଜନୀତିରେ ମଧ୍ୟ ସକ୍ରିୟ ରହିଲେ। କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ଜୁଲାଇ 1 ରେ ତାଙ୍କ ଜନ୍ମଦିନରେ 80 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସେହି ଦିନଠାରୁ ତାଙ୍କ ସ୍ମୃତିରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।

ଏହା ମଧ୍ୟ ପଢନ୍ତୁ: Herbs during Monsoon: ବର୍ଷାର ମଜା ନେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ହର୍ବାଲ, ଶୀଘ୍ର ଦୂର ହେବ ରୋଗ

ଜାତୀୟ ଡାକ୍ତର ଦିବସର ମହତ୍ତ୍ବ:ଡାକ୍ତରଙ୍କୁ କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ 1 ରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଡାକ୍ତରମାନେ ଶହ ଶହ ହଜାର ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ଏବଂ ଦିନରାତି ସେବା ପ୍ରଦାନ କରୁଛନ୍ତି। ଯଦିଓ ଡାକ୍ତରଙ୍କ ଦିବସ ବିଶ୍ୱର ବିଭିନ୍ନ ତାରିଖରେ ପାଳନ କରାଯାଏ। ଭାରତରେ ଆଜିର ଦିନରେ ପାଳନ କରାଯାଉଥିବା ବେଳେ 30 ମାର୍ଚ୍ଚରେ ଆମେରିକାରେ, 23 ଅଗଷ୍ଟରେ ଇରାନରେ ଏବଂ 3 ଡିସେମ୍ବରରେ କ୍ୟୁବାରେ ପାଳନ କରାଯାଏ। ଡାକ୍ତର ବୃତ୍ତିକୁ ଶ୍ରେଷ୍ଠ ବୃତ୍ତି ବୋଲି କୁହାଯାଏ। ମହାମାରୀ ସମୟରେ ଡାକ୍ତରମାନେ ଯୋଦ୍ଧା ସାଜି କରୁଥିବା କଠିନ ପରିଶ୍ରମ ଓ ସେବାକୁ ସମ୍ମାନ ଦେବା ପାଇଁ ଗୋଟିଏ ଦିନ କେବେ ହେଲେ ଯଥେଷ୍ଟ ହେବ ନାହିଁ । କିନ୍ତୁ ଗୋଟିଏ ଦିନ ହେଉ ପଛେ ସେମାନଙ୍କ ସେବା ଓ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କ ଉଦ୍ୟମ ଓ ତ୍ୟାଗକୁ ସମ୍ମାନ ଦେବା।

ଜାତୀୟ ଡାକ୍ତର ଦିବସର ଥିମ:ପ୍ରତିବର୍ଷ ଏକ ଥିମ ନେଇ ଏହି ଦିବସ ପାଳନ କରାଯାଇଥାଏ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଚଳିତ ଦିବସର ଥିମ ଘୋଷଣା କରାଯାଇ ନାହିଁ। ଗତ ବର୍ଷର ଥିମ ରହିଥିଲା ଆଗ ଧାଡିରେ ପରିବାର ଡାକ୍ତର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details