ହାଇଦ୍ରାବାଦ:ଅନେକ ସମୟରେ ଲୋକେ ପେପରରେ ଖାଦ୍ୟ ଖାଇଥାଆନ୍ତି । ପ୍ରାୟତଃ ଲୋକମାନେ ରାସ୍ତା କଡ଼ରେ, ଟ୍ରେନ୍ ଏବଂ ବସରେ ଖବରକାଗଜରେ ଖାଦ୍ୟ ଖାଇଥାଆନ୍ତି । ଚଣାମସଲାଠୁ ଆରମ୍ଭ କରି ବେଲପୁରୀ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଖବରକାଗଜରେ ଲୋକେ ଖାଇଥାଆନ୍ତି । କିନ୍ତୁ କେବେ ଭାବିଛନ୍ତି କି ଏହି ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇବ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖବରକାଗଜ ଇଙ୍କ ଏବଂ ଅନେକ ରାସାୟନିକ ପଦାର୍ଥ ରହିଥାଏ । ଯାହା ଶରୀରକୁ ପ୍ରବେଶ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଅର୍ଥାତ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ତେବେ ଜାଣନ୍ତୁ ଖବରକାଗଜରେ ଖାଇବା ଦ୍ବାରା କଣ ହୁଏ ।
କ୍ୟାନ୍ସର:ଅନେକ ବିପଜ୍ଜନକ ରାସାୟନିକ ପଦାର୍ଥ ଖବରକାଗଜ ଇଙ୍କରେ ରହିଥାଏ । ଆଇସୋବ୍ୟୁଟାଇଲ ଫେଟେଲେଟ୍, ଡାଇନ୍ ଆଇସୋବ୍ୟୁଟାଇଲେଟ୍ ଭଳି ରାସାୟନିକ ପଦାର୍ଥ ଇଙ୍କରେ ରହିଥିବା ବେଳେ ଏହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ଯେତେବେଳେ ଏକ ଗମର ଖାଦ୍ୟକୁ ଖବରକାଗଜ ଉପରେ ରଖାଯାଏ ତେବେ ସେଥିର ଇଙ୍କ ଖାଦ୍ୟରେ ଲାଗିଥାଏ । ଏହି ଇଙ୍କ ଶରୀର ଭିତରକୁ ପ୍ରବେଶ କରିବା ଦ୍ବାରା ବହୁତ କ୍ଷତି କରିଥାଏ । ଏହି ରାସାୟନିକ ପଦାର୍ଥ ଆମକୁ କର୍କଟ ଭଳି ବିପଜ୍ଜନକ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ । ତେଣୁ ଗରମ ଖାଦ୍ୟକୁ ଖବର କାଗଜ ଉପରେ ରଖିବା ଉଚିତ ନୁହେଁ ବୋଲି କୁହାଯାଇଛି ।
ପାଚନକ୍ରିୟାରେ ସମସ୍ୟା: ଖବରକାଗଜରେ ଆବୃତ ଖାଦ୍ୟ ଖାଇବା ଦ୍ୱାରା ହଜମ କ୍ରିୟାରେ ସମସ୍ୟା ହୋଇଥାଏ। ଖବରକାଗଜ ଇଙ୍କ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ପେଟରେ ପ୍ରବେଶ କରି ହଜମ ପ୍ରକ୍ରିୟାର୍ ବ୍ୟାଘାତ ହୋଇଥାଏ। ଏହା ପେଟରେ ଉତ୍ତେଜନା, ଅମ୍ଳତା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିପାରେ। ଦୀର୍ଘ ସମୟ ଧରି ଖବରକାଗଜରେ ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇପାରେ। ହଜମକ୍ରିୟାକୁ ଠିକ ରଖିବା ସହିତ ସୁସ୍ଥ ରହିବାକୁ ହେଲେ ଖବରକାଗଜ ଠାରୁ ଦୂରେଇ ରହିବା ଉଚିତ।