ହାଇଦ୍ରାବାଦ:କାଶ ଏକ ସାଧାରଣ ପ୍ରକ୍ରିୟା । ଯାହା ଶ୍ବାସନଳୀକୁ ବାହ୍ୟ କଣିକା ଠାରୁ ରକ୍ଷା କରିଥାଏ । କୌଣସି ସଂକ୍ରମଣ ଯୋଗୁଁ ସର୍ଦ୍ଦି ହେବା ଦ୍ବାରା କାଶ ହୋଇଥାଏ। କିନ୍ତୁ କିଛି ଜଣଙ୍କ ଠାରେ କାଶ ହେବା ଦ୍ବାରା ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କାଶ ହେବା ଦ୍ବାରା ମୁଣ୍ଡବିନ୍ଧା ଏକ ଚିନ୍ତାଜନକ ବିଷୟ ଅଟେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ରୋଗର କାରଣ ମଧ୍ୟ ହୋଇପାରେ ।
କାଶ କାହିଁକି ହୁଏ:କାଶ ସମସ୍ତଙ୍କୁ ହୋଇଥାଏ । ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି ସମସ୍ତେ ଭାବନ୍ତି । କିନ୍ତୁ ଆଜି ମଧ୍ୟ ଏପରି ଅନେକ ରହିଛନ୍ତି ଯାହାଙ୍କୁ କାଶର କାରଣ ଜଣାନାହିଁ । କାଶ ହେଉଛି ଏକ ସାଧାରଣ ପ୍ରକ୍ରିୟା, ଏହା ମୁଖ୍ୟତଃ ଶ୍ବାସକ୍ରିୟା ଏବଂ ମାଂସପେଶୀ ପ୍ରଣାଳୀ ସହିତ ଜଡିତ । ଯେତେବେଳେ କୌଣସି କାରଣରୁ ଶ୍ବାସନଳୀରେ ଜ୍ବଳନ ହୋଇଥାଏ, ଏହାପରେ ମସ୍ତିଷ୍କ ସ୍ନାୟୁପ୍ରଣଳୀକୁ ସଙ୍କେତ ପଠାଇଥାଏ । ଯାହା ମାଂସପେଶୀ ସଂକୋଚନର ଏକ କ୍ରମ ସୃଷ୍ଟି କରିଥାଏ । ସଂକୋଚନ ଦୃତଗତିରେ ହେବା କାରଣରୁ ଫୁସଫୁସରେ ହେଉଥିବା ପ୍ରକ୍ରିୟା କ୍ଷୀପ୍ର ହେବା ସହିତ ଉତ୍ତେଜକ ବାହାରକୁ ଆସିଥାଏ । ଏହା ଦ୍ବାରା ଶ୍ବାସନଳୀ ସଫା ହେବା ସହିତ କାଶ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଶୀତଦିନେ ମୁଣ୍ଡବ୍ୟଥା ସମସ୍ୟା ଲାଗି ରହୁଥିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର