ହାଇଦ୍ରାବାଦ:ଆର୍ଥ୍ରାଇଟିସ୍ କାରଣରୁ ଗଣ୍ଠିରେ ଯନ୍ତ୍ରଣା ହୁଏ । ଏହା ଏକ ସମସ୍ୟା ଯାହା ବହୁତ କଷ୍ଟ ଦେଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ପାଇଁ ଆର୍ଥ୍ରାଇଟିସ୍ ଅଧିକ ବିପଦଜନକ ଅଟେ । ମହିଳାମାନେ ମଧ୍ୟ ଅନେକ ସମୟରେ ବିଭିନ୍ନ ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ହୋଇଥାଆନ୍ତି । ତାଙ୍କ ଗଣ୍ଠିରେ ଅନେକ ସମୟରେ ଯନ୍ତ୍ରଣା ହୁଏ । ଯାହା ସେମାନଙ୍କ ପାଇଁ ସମସ୍ୟା ହୋଇଥାଏ । ଆର୍ଥ୍ରାଇଟିସ୍ କାହିଁକି ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ହୋଇଥାଏ । ଜାଣନ୍ତୁ…
ମହିଳାମାନଙ୍କଠାରେ ଆର୍ଥ୍ରାଇଟିସ୍ କାହିଁକି ହୁଏ?
ବିଶେଷଜ୍ଞଙ୍କ ଅନୁଯାୟୀ ଆର୍ଥ୍ରାଇଟିସ୍ ଗଣ୍ଠିରେ ଫୁଲା ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଏହାର ସବୁଠାରୁ ବଡ଼ କାରଣ ହେଉଛି ବୟସ ବୃଦ୍ଧି । ୧୦୦ରୁ ଅଧିକ ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ୍ ହୋଇପାରେ । ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସର ଭିନ୍ନ ଭିନ୍ନ କାରଣ ଏବଂ ଲକ୍ଷଣ ରହିଛି । ମହିଳାମାନେ ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରୁମେଟଇଡ୍ ଆର୍ଥ୍ରାଇଟିସ୍ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି । ଅଧିକାଂଶ ପୁରୁଷ ୫୫ବର୍ଷ ବୟସ ପୂର୍ବରୁ ଆର୍ଥ୍ରାଇଟିସରେ ପୀଡ଼ିତ ଥିବାବେଳେ ମହିଳାମାନେ ଏହା ପ୍ରତି ଅଧିକ ଅସୁରକ୍ଷିତ ହୋଇଥାଆନ୍ତି । ସେମାନଙ୍କର ସଂଖ୍ୟା ପୁରୁଷଙ୍କ ତୁଳନାରେ ବହୁତ ଅଧିକ । ଆର୍ଥ୍ରାଇଟିସରେ ପୀଡ଼ିତ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଯନ୍ତ୍ରଣା ଭୋଗନ୍ତି ।
ମହିଳାମାନଙ୍କଠାରେ ଆର୍ଥ୍ରାଇଟିସ୍ ବୃଦ୍ଧି ହେବାର କାରଣ:-
ଏଥିରେ ହରମୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଷ୍ଟ୍ରୋଜେନ୍ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ପୁରୁଷମାନଙ୍କ ତୁଳନାରେ ସାନ ମହିଳାମାନଙ୍କର ଆର୍ଥ୍ରାଇଟିସ୍ କମ୍ ହେବାର ଏହି କାରଣ । ଯେତେବେଳେ ମେନୋପାଜ୍ ସହ ଏହି ସ୍ତର କମିଯାଏ, ଆର୍ଥ୍ରାଇଟିସ୍ ହୁଏ ।
ଡାକ୍ତରଙ୍କ କହିବାନୁସାରେ, ଅଧିକ ଓଜନ ହେବା ଦ୍ୱାରା ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ମୋଟାପଣ ଅଧିକ ଦେଖାଯାଏ । ଫଳରେ ଏହା ଗଣ୍ଠି ଉପରେ ଚାପ ପକାଇଥାଏ, ଯେଉଁ କାରଣରୁ କାର୍ଟିଲେଜ୍ ନଷ୍ଟ ହୋଇଯାଏ । ତେଣୁ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ବଢିଯାଏ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିକ ଆଗ୍ରେସିଭ ଇମ୍ୟୁନ୍ ସିଷ୍ଟମ ହେତୁ ମହିଳାମାନଙ୍କଠାରେ ରୁମେଟଇଡ୍ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ । ରୁମେଟାଇଡ୍ ଆର୍ଥ୍ରାଇଟିସ୍ ଅଷ୍ଟିଓଆର୍ଥ୍ରାଇଟିସ୍ଠାରୁ ଭିନ୍ନ ଏବଂ ପ୍ରଦାହ ଏକ ପ୍ରକାର ଅଟୋଇମ୍ୟୁନ୍ ପ୍ରତିକ୍ରିୟା । ମହିଳାମାନେ ପୁରୁଷଙ୍କ ଅପେକ୍ଷା ରୁମେଟଇଡ୍ ଆର୍ଥ୍ରାଇଟିସରେ ପୀଡ଼ିତ ହେବାର ସମ୍ଭାବନା ଅଧିକ । ଏହା ଅଷ୍ଟିଓଆର୍ଥ୍ରାଇଟିସ୍ ପରି ଅନେକ ଯନ୍ତ୍ରଣା ଦେଇଥାଏ ।
ଏହା ମଧ୍ୟ ପଢନ୍ତୁ:ଗଣ୍ଠିବାତ କେତେ ପ୍ରକାର ? ଜାଣନ୍ତୁ ଚିକିତ୍ସାରେ ଫିଜିଓଥେରାପିର ଭୂମିକା
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଟୋଇମ୍ୟୁନ ରୋଗରେ ପୀଡ଼ିତ । ଏହା ବିଶ୍ୱାସ କରାଯାଏ ଯେ, ମହିଳାଙ୍କ ଇମ୍ୟୁନ ସିଷ୍ଟମ ଅଧିକ ଶକ୍ତିଶାଳୀ କିନ୍ତୁ ଅଧିକ ପ୍ରତିକ୍ରିୟାଶୀଳ ହେତୁ ହରମୋନ୍ ରୁମେଟଇଡ୍ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ବଢ଼ାଇଥାଏ ।