ହାଇଦ୍ରାବାଦ:ଆପଣ ଯଦି କେବେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପରିଦର୍ଶନ କରିଥିବେ, ତେବେ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏକ ପାତ୍ରରେ ପାନମଧୁରୀ ଏବଂ ମିଶ୍ରି ରଖାଯାଇଥାଏ । କିନ୍ତୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ପାନମଧୁରୀ ମିଶ୍ରିକୁ ଟେବୁଲ ଉପରେ ରଖିବାର କାରଣ କ’ଣ ? କିଛି ଲୋକ ଭାବନ୍ତି ଯେ 'ଟିପ୍' ଦେବା ପାଇଁ ପାନମଧୁରୀ-ମିଶ୍ରିକୁ ପାତ୍ରରେ ରଖାଯାଇଥାଇପାରେ । ଆଉ କେତେକ ବିଶ୍ୱାସ କରନ୍ତି ଯେ ପାଟି ବା ମାଉଥ୍ ଫ୍ରେସ୍ ପାଇଁ ଏହାକୁ ରଖାଯାଇଥାଏ । ପାନମଧୁରୀ-ମିଶ୍ରିକୁ ନେଇ ଲୋକଙ୍କର ଭିନ୍ନଭିନ୍ନ ମତ ରହିଛି । ତେବେ ଜାଣନ୍ତୁ ଏହା ପଛର ପ୍ରକୃତ ସତ୍ୟ କଣ ?
ବାସ୍ତବରେ ଯଦି ଦେଖାଯାଏ ମିଶ୍ରି ଚିନି ଅପେକ୍ଷା ବହୁତ ଭଲ । ସାଧାରଣ ଚିନି ତୁଳନାରେ ଏଥିରେ ଥିବା ମଧୁରତା ମଧ୍ୟ କମ୍ ଥାଏ । ଉତ୍ତମ ହଜମ ପ୍ରକ୍ରିୟା ବଜାୟ ରଖିବା ପାଇଁ ଏହା କାମ କରିଥାଏ ।
କଣ ପାଇଁ ଖିଆଯାଏ ମିଶ୍ରି ଏବଂ ପାନମଧୁରୀ:
ହଜମ ପ୍ରକ୍ରିୟାକୁ ସଠିକ ରଖିଥାଏ: ପାନମଧୁରୀ ଏବଂ ମିଶ୍ରି ଏକାଠି ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ ରହିଥାଏ । ପାନମଧୁରୀରେ ଫାଇବର, ଭିଟାମିନ୍ ଏବଂ କ୍ୟାଲସିୟମ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ । ଏହା ବ୍ୟତୀତ ଅନେକ ଔଷଧୀୟ ଗୁଣ ମଧ୍ୟ ଉପସ୍ଥିତ ରହିଛି । ଖାଦ୍ୟ ଖାଇବା ପରେ ଏହାକୁ ଖାଇଲେ ହଜମ ଶୀଘ୍ର ହୋଇଯାଇଥାଏ ।
ରକ୍ତର ପରିମାଣ ବଢିଥାଏ:ପାନମଧୁରୀ ଏବଂ ମିଶ୍ରି ଶରୀରରେ ରକ୍ତର ପରିମାଣକୁ କମ ହେବାକୁ ଦେଇନଥାଏ । ଖାଦ୍ୟ ଖାଇବା ପରେ ଏହା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନର ପରିମାଣ ଠିକ ରହିଥାଏ ।