ଓଡିଶା

odisha

ETV Bharat / sukhibhava

Cancer & Food: 'ହୁ'ର ଚେତାବନୀ, ପାଟିକୁ ସୁଆଦିଆ ଲାଗୁଥିବା ଏହି ଖାଦ୍ୟ କ୍ୟାନ୍ସର କାରଣ

କୃତ୍ରିମ ମିଠା ବ୍ୟବହାର କର୍କଟ ରୋଗର ଆଶଙ୍କା ବୃଦ୍ଧି କରିଥାଏ । ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ କ୍ୟାନ୍ସର ହୋଇପାରେ ।

By

Published : Jul 3, 2023, 10:56 AM IST

Cancer And Food
Cancer And Food

ହାଇଦ୍ରାବାଦ: ଖାଦ୍ୟ ଖାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ ! ସ୍ବାଦିଷ୍ଟ ଖାଦ୍ୟକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ହୁ ପକ୍ଷରୁ କୁହାଯାଇଛି ଯେ, ଜାଣିଶୁଣି କିମ୍ବା ଅଜାଣତରେ ଆମେ ଏପରି ଅନେକ ଖାଦ୍ୟ ଖାଉଛୁ ଯାହା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ କର୍କଟ ରୋଗର ଆଶଙ୍କାକୁ ମଧ୍ୟ ବଢାଉଛି । ଏଥିରେ କୃତ୍ରିମ ମିଠା ସବୁଠାରୁ ବିପଜ୍ଜନକ ବୋଲି କୁହାଯାଇଛି । ଆଜିକାଲି, ଅନେକ କମ୍ପାନୀ ଖାଦ୍ୟ ସାମଗ୍ରୀ ତିଆରିରେ ଚିନି ବଦଳରେ ଅନେକ ପ୍ରକାରର କୃତ୍ରିମ ମିଠା ବ୍ୟବହାର କରୁଛନ୍ତି । ଯେଉଁଥିରେ ଆସପାର୍ଟେମର ମାତ୍ରା ଅଧିକ ରହିଥାଏ । ଯାହାକି କ୍ୟାନ୍ସର କାରଣ ହୋଇଥାଏ ।

ଆସପାର୍ଟେମ କଣ ?ସାଧାରଣ ଚିନି ଅପେକ୍ଷା ଆସପାର୍ଟେମ୍ 200 ଗୁଣ ମିଠା ହୋଇଥାଏ । ମୃଦୁ ପାନୀୟରେ ପ୍ରାୟ 95 ପ୍ରତିଶତ ଆସ୍ପାର୍ଟେମ୍ ବ୍ୟବହୃତ ହୁଏ । WHO ଚେତାବନୀ ଦେଇଛି ଯେ ଖାଦ୍ୟ ଏବଂ ପାନୀୟରେ ଥିବା ଏହି କୃତ୍ରିମ ମିଠା କର୍କଟ ଭଳି ବିପଜ୍ଜନକ ଏବଂ ମାରାତ୍ମକ ରୋଗର ଆଶଙ୍କା ବଢାଇପାରେ । ଏହାକୁ କ୍ୟାନ୍ସରର କାରକ ଭାବେ ଶୀଘ୍ର ଘୋଷଣା କରିପାରେ ହୁ । ଚିନି ପାଇଁ ବିକଳ୍ପ ଭାବରେ ଆସ୍ପାର୍ଟେମ୍ ବ୍ୟବହୃତ ହୁଏ କାରଣ ଏଥିରେ କ୍ୟାଲୋରୀର ମାତ୍ରା ଶୂନ୍ୟ ରହିଥାଏ । ଏହାର ଅର୍ଥ କ୍ୟୋଲୋରୀ ନଥାଏ । ଏକ ରିପୋର୍ଟ ଅନୁଯାୟୀ, ଆସପାର୍ଟେମ୍ କର୍କିନୋଜେନ ସହିତ ସମାନ ଅଟେ । ଯାହା ସ୍ୱାସ୍ଥ୍ୟ ପାଇଁ ଗୁରୁତର ଭାବରେ କ୍ଷତିକାରକ । କର୍କିନୋଜେନ ହେଉଛି ପଦାର୍ଥ ଯାହା ମଣିଷରେ କର୍କଟ ସୃଷ୍ଟି କରିପାରେ ।

ଏହା ମଧ୍ୟ ପଢନ୍ତୁ: କୃତ୍ରିମ ମିଠା କ୍ୟାନ୍ସର କାରକ: WHO

ରିସର୍ଚ୍ଚରେ ଏହା ଖୁଲାସା ହୋଇଛି:ଗତ ବର୍ଷ ଫ୍ରାନ୍ସରେ, ଆସ୍ପାର୍ଟେମର ପ୍ରଭାବକୁ ନେଇ ଏକ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଏଥିରେ 1 ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ତେବେ ଏହାର ରିପୋର୍ଟ ପ୍ରକାଶ ପାଇଛି । ଏହି ଅନୁସନ୍ଧାନର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ଏଥିରେ ଏହା ଦେଖାଗଲା ଯେ ଯେଉଁମାନେ କୃତ୍ରିମ ମିଠା ବ୍ୟବହାର କରନ୍ତି ସେମାନଙ୍କଠାରେ କର୍କଟ ହେବାର ଆଶଙ୍କା ଅଧିକ ଥାଏ, ତେଣୁ ଏହା ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଯେଉଁ ଜିନିଷ ଖାଉଛନ୍ତି ଏବଂ ପିଉଛନ୍ତି, ସେଥିରେ କେତେ ପରିମାଣର କୃତ୍ରିମ ମିଠା ବ୍ୟବହାର କରାଯାଇଛି ଜାଣିବା ଉଚିତ ବୋଲି ଏକ୍ସପର୍ଟ କହିଛନ୍ତି ।

ଏହା ଖାଇଲେ ହୋଇପାରେ କ୍ୟାନ୍ସର:

ମୃଦୁ ପାନୀୟ

ଟ୍ରାଇଡେଣ୍ଟ୍ ସୁଗାରଫ୍ରି ଚୁଇଙ୍ଗମ

ଚା-ଜୁସ୍

ସ୍ବିଟେନର ପ୍ୟାକେଟ

ଜିରୋ କ୍ୟାଲୋରୀ ସ୍ବିଟେନର

ସୁଗାର ଫ୍ରି ମିଠା

କେତେ ମାତ୍ରାରେ ଆସପାର୍ଟେମର ସେବନ ସୁରକ୍ଷିତ:ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଦ୍ୱାରା ଆସ୍ପାର୍ଟେମ୍ ନିୟନ୍ତ୍ରିତ କରାଯାଇଥାଏ । ଆସପାର୍ଟେମ୍ ସମ୍ବନ୍ଧରେ FDA ଏକ ପରିମାଣ ସ୍ଥିର କରିଛି, ଯାହା ଅନୁଯାୟୀ ଏହା ପ୍ରତିଦିନ ଶରୀରର କିଲୋଗ୍ରାମ ପ୍ରତି 50 ମିଲିଗ୍ରାମ ହାରରେ ଖାଇପାରିବେ । ଏଥି ସହିତ, ୟୁରୋପୀୟ ୟୁନିଅନ୍ ପ୍ରତି କିଲୋଗ୍ରାମରେ 40 ମିଗ୍ରା ସ୍ଥିର କରିଛି । ଏହାର ଅର୍ଥ ଯଦି ଆସ୍ପାର୍ଟେମର ଦୈନିକ ସେବନ 40-50 ମିଗ୍ରାରୁ ଅଧିକ ତେବେ ଏହା ବିପଦଜନକ ହୋଇପାରେ ।

ଭାରତର ଡାକ୍ତରମାନେ କହିଛନ୍ତି ଯେ ଜେନେଟିକ୍ ବ୍ୟାଧି ଫେନିଲକେଟୋନୁରିଆରେ ପୀଡିତ ଲୋକଙ୍କ ପାଇଁ ଆସପାର୍ଟେମ୍ ଏକ ସମସ୍ୟା ସହିତ ଜଡିତ । ଏଥିରେ ଶରୀର ଫେନିଲାଲାନାଇନ୍ ବ୍ରେକ କରିବାକୁ ସକ୍ଷମ ହୋଇନଥାଏ । ସେଥିପାଇଁ ଆସପାର୍ଟେମରେ ମିଳୁଥିବା ଆମିନୋ ଏସିଡରୁ ସତର୍କ ହେବା ଉଚିତ୍‌ । ଆସପାର୍ଟେମ୍ ସହିତ ପ୍ରସ୍ତୁତ ଉତ୍ପାଦ ଗୁଡିକ ଚେତାବନୀ ଦେଇଥାଏ ଯେ ଫେନିଲକେଟୋନୁରିକ୍ ଫେନିଲାଲାନାଇନ୍ ରହିଥାଏ ଏବଂ ଏଥିରୁ ଦୂରେଇ ରହିବା ଉଚିତ ବୋଲି ଭାରତୀୟ ଡାକ୍ତରମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details