ଓଡିଶା

odisha

ETV Bharat / sukhibhava

କଫ୍ ସିରପ୍ ପିଇ ବିଶ୍ବରେ ଗଲାଣି 300 ଶିଶୁଙ୍କ ଜୀବନ, ଚେତାଇଲା WHO - WHO ଚେତାବନୀ

ବିଶାକ୍ତ କଫ୍ ସିରପ ପିଇ ବିଭିନ୍ନ ଦେଶରେ 300ରୁ ଅଧିକ ଶିଶୁଙ୍କର ମୃତ୍ୟୁକୁ ନେଇ ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ସତର୍କ ରହିବାକୁ ଦେଲା ପରାମର୍ଶ । ଅଧିକ ପଢନ୍ତୁ

who
who

By

Published : Jan 25, 2023, 5:14 PM IST

ଜେନେଭା: ବିଶାକ୍ତ କଫ୍ ସିରପ ଯୋଗୁଁ କିଛି ଦେଶରେ 300ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହା ଉପରେ କଟକଣା ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଗତ ଚାରିମାସ ମଧ୍ୟରେ ଉଚ୍ଚ ସ୍ତରର ଡାଇ-ଇଥାଇଲନ୍ ଗ୍ଲାଇକୋଲ୍ (DEG) ଏବଂ ଇଥାଇଲନ୍ ଗ୍ଲାଇକୋଲ୍ (EG) ଦ୍ୱାରା ଦୂଷିତ କଫ୍‌ ସିରପ ପିଲାମାନଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥିବା ବିଷୟରେ ଅନେକ ମାମଲା ରିପୋର୍ଟ ହୋଇଛି ।

ଏଗୁଡ଼ିକ ହେଉଛି ବିଷାକ୍ତ ରାସାୟନିକ ପଦାର୍ଥ, ଯାହା ଶିଳ୍ପ ଦ୍ରବଣ ଏବଂ ଆଣ୍ଟିଫ୍ରିଜ୍ ଏଜେଣ୍ଟ ଭାବରେ ବ୍ୟବହୃତ ହୁଏ । ଏହା କିଛି ପରିମାଣରେ ମଧ୍ୟ ସାଂଘାତିକ ହୋଇପାରେ ବୋଲି କୁହାଯାଇଛି । ଅତିକମରେ ସାତୋଟି ଦେଶରେ ଏହି ମାମଲା ଦେଖିବାକୁ ମିଳିଥିଲା ​​। ଜାମ୍ବିଆ, ଇଣ୍ଡୋନେସିଆ ଏବଂ ଉଜବେକିସ୍ତାନରେ ବିଶାକ୍ତ କଫ୍‌ ସିରପ ଯୋଗୁଁ ଶିଶୁଙ୍କର ମୃତ୍ୟୁ ଘଟିଛି । ମୃତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ପାଞ୍ଚ ବର୍ଷରୁ କମ୍ ଛୋଟ ପିଲା ଥିଲେ ।

ଏହା ମଧ୍ୟ ପଢନ୍ତୁ:-ଉଜବେକିସ୍ତାନ ଅଘଟଣ ପରେ WHOର ଆଲର୍ଟ, ମେରିଅନ ବାୟୋଟେକ କଫସିରପ ବ୍ୟବହାର ମନା

ଅକ୍ଟୋବର 2022 ପରଠାରୁ WHO ଏହି ଘଟଣାଗୁଡ଼ିକ ସମ୍ବନ୍ଧରେ ତିନୋଟି ବିଶ୍ୱସ୍ତରୀୟ ମେଡିକାଲ୍ ପ୍ରଡକ୍ଟ ଉପରେ ଆଲର୍ଟ ଜାରି କରିସାରିଛି ଏବଂ ସିରପ୍ ଉତ୍ପାଦନ କରୁଥିବା ଭାରତ ଏବଂ ଇଣ୍ଡୋନେସିଆର 6ଟି ଔଷଧ କମ୍ପାନୀ ଚିହ୍ନଟ ହୋଇଛି । ଘଟଣା ଉପରେ ଚିନ୍ତା ପ୍ରକଟ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡାକ୍ତରୀ ଯୋଗାଣ ଚନ୍‌ର ପ୍ରମୁଖ ଷ୍ଟକହୋଲଡରମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଦେଶଗୁଡିକ ବିଶାକ୍ତ ଔଷଧଗୁଡିକୁ ଚିହ୍ନଟ କରିବା ଏବଂ ଏହାକୁ ନଷ୍ଟ କରିବା ଉଚିତ ବୋଲି WHO କହିଛି ।

ଏହା ମଧ୍ୟ ପଢନ୍ତୁ:-ଚେତାଇଲା WHO, ଗୋଟିଏ ବୁନ୍ଦା ମଦ ବି ହାନିକାରକ

ଯଦି କୌଣସି ସନ୍ଦେହଜନକ ପଦାର୍ଥ ମିଳୁଛି ତେବେ ତୁରନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜଣାଇବା ସହିତ ବିଷାକ୍ତ ଔଷଧର ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାକୁ କୁହାଯାଇଛି । ଏହି ସମୟରେ, ଔଷଧ ଉତ୍ପାଦନକାରୀମାନେ କେବଳ ଯୋଗ୍ୟ ତଥା ସଚ୍ଚୋଟ ଯୋଗାଣକାରୀଙ୍କଠାରୁ ଫାର୍ମାସ୍ୟୁଟିକାଲ୍ ଗ୍ରେଡ୍ କ୍ରୟ କରିବା ଉଚିତ୍ ବୋଲି WHO କହିଛି । ଡାକ୍ତରୀ ଦ୍ରବ୍ୟର ଯୋଗାଣକାରୀ ଏବଂ ବିତରକମାନେ ସର୍ବଦା ସ୍ୱାସ୍ଥ୍ୟ ଦ୍ରବ୍ୟର ସ୍ଥିତି ଯାଞ୍ଚ କରିବା ଉଚିତ୍ । କେବଳ ଦକ୍ଷ ଅଧିକାରୀଙ୍କ ଦ୍ବାରା ଅନୁମୋଦିତ ଔଷଧ ବଣ୍ଟନ କିମ୍ବା ବିକ୍ରୟ କରାଯିବା ଉଚିତ ବୋଲି WHO କହିଛି ।

ABOUT THE AUTHOR

...view details