ଓଡିଶା

odisha

ETV Bharat / sukhibhava

ଦୁଇଟି COVID-19 ଆଣ୍ଟିବଡି ଥେରାପି ଉପରେ ରୋକ୍ ଲଗାଇଲା WHO: BMJ - କୋଭିଡ ଆଣ୍ଟିବଡି ଥେରାପି ନିଶିଦ୍ଧ କଲା ହୁ

ଓମିକ୍ରନ୍ ଏବଂ ଏହାର ସବଭାରିଆଣ୍ଟ ବିରୁଦ୍ଧରେ COVID-19ର ଦୁଇଟି ଆଣ୍ଟିବଡି ଚିକିତ୍ସା ଉପରେ ରୋକ୍ ଲଗାଇବା ସହ ରେମଡେସିଭର୍ ବ୍ୟବହାର ପାଇଁ ଏକ ସର୍ତ୍ତମୂଳକ ସୁପାରିଶ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO strongly advises against use of two COVID-19 antibody therapies) । ଅଧିକ ପଢନ୍ତୁ

ଦୁଇଟି COVID-19 ଆଣ୍ଟିବଡି ଥେରାପି ଉପରେ ରୋକ୍ ଲଗାଇଲା WHO: BMJ
ଦୁଇଟି COVID-19 ଆଣ୍ଟିବଡି ଥେରାପି ଉପରେ ରୋକ୍ ଲଗାଇଲା WHO: BMJ

By

Published : Sep 16, 2022, 5:18 PM IST

ନୂଆଦିଲ୍ଲୀ: ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ(BMJ) ପ୍ରକାଶିତ ସଂଶୋଧିତ ଗାଇଡଲାଇନ ଅନୁଯାୟୀ, ଓମିକ୍ରନ୍ ଏବଂ ଏହାର ସବଭାରିଆଣ୍ଟ ବିରୁଦ୍ଧରେ COVID-19ର ଦୁଇଟି ଆଣ୍ଟିବଡି ଚିକିତ୍ସା ଉପରେ ରୋକ୍ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO 'strongly advises against' use of two COVID antibody therapies) । ସମାନ ଗାଇଡ୍ ଲାଇନ୍ ଅପଡେଟରେ, WHO ଗୁରୁତର COVID-19 ରୋଗୀଙ୍କଠାରେ ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ବ୍ୟବହାର ପାଇଁ ଏକ ସର୍ତ୍ତମୂଳକ ସୁପାରିଶ କରିଛନ୍ତି ।

ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ WHO ଗାଇଡଲାଇନ ଡେଭଲପ୍ ଗ୍ରୁପ୍ ସୂଚାଇ ଦେଇଛନ୍ତି ଯେ, COVID-19 ରୋଗୀଙ୍କ ପାଇଁ ଆଣ୍ଟିବଡି ଔଷଧ ସୋଟ୍ରୋଭିମ୍ବ୍(sotrovimab) ଏବଂ କ୍ୟାସିରିଭିମ୍ବ୍-ଇମଡେଭିମ୍ବ୍(casirivimab-imdevimab) ସୁପାରିଶ କରାଯାଇ ନାହିଁ । ଏହି ଔଷଧଗୁଡିକ SARS-CoV-2 ସ୍ପାଇକ୍ ପ୍ରୋଟିନ୍ ସହ କାମ କରେ, ଯାହା ଭୂତାଣୁକୁ କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରେ ଏବଂ ଏହାର ସଂକ୍ରମଣ କ୍ଷମତାକୁ ନିଷ୍କ୍ରିୟ କରିଥାଏ ।

ଏହି ଶକ୍ତିଶାଳୀ ଔଷଧଗୁଡ଼ିକ ବର୍ତ୍ତମାନ ଓମିକ୍ରନ୍ ଏବଂ ଏହାର ସବ୍-ଭାରିଆଣ୍ଟ ବିପକ୍ଷରେ ପ୍ରଭାଶାଳୀ ନ ଥିବାରୁ ପ୍ୟାନେଲ୍ ବିଚାର ବିମର୍ଶ କରିବା ପରେ ବ୍ୟବହାରକୁ ରଦ୍ଦ କରିଦେଇଛି । ଏହି ସୁପାରିଶଗୁଡିକ 7,643 ରୋଗୀଙ୍କ ସହିତ ଜଡିତ ପାଞ୍ଚଟି ରେଣ୍ଡୋମାଇଜଡ୍ ପରୀକ୍ଷଣର ଫଳାଫଳ ଉପରେ ଆଧାରିତ ।

WHO ଆହୁରି ମଧ୍ୟ ପରାମର୍ଶ ଦେଇଛି ଯେ, ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ବ୍ୟବହୃତ ତିନୋଟି ଔଷଧ - IL-6 ରିସେପ୍ଟର ବ୍ଲକର୍ସ ଟୋସିଲିଜୁମାବ୍ କିମ୍ବା ସାରିଲୁମାବ ଏବଂ JAK ଇନହିବିଟର ବାରିସିଟିନିବ, ବର୍ତ୍ତମାନ କର୍ଟିକୋଷ୍ଟେରଏଡ ବ୍ୟତୀତ ଗୁରୁତର COVID-19 ରୋଗୀଙ୍କଠାରେ ବ୍ୟବହୃତ ହୋଇପାରେ । ପ୍ରତିରକ୍ଷା ପ୍ରତିକ୍ରିୟାରେ ଇଣ୍ଟରଲୁକିନ୍ 6 (IL6) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଜାନୁସ୍ କିନାସେ(JAK) ପ୍ରତିବନ୍ଧକ ଏକ ପ୍ରକାର ଇମ୍ୟୁନୋ-ମୋଡୁଲେଟିଂ ଔଷଧ ।

ABOUT THE AUTHOR

...view details