ଓଡିଶା

odisha

ETV Bharat / sukhibhava

ଦୁର୍ବଳ ଶ୍ରେଣୀର ବ୍ଯକ୍ତିଙ୍କୁ Covid ଦ୍ବିତୀୟ ବୁଷ୍ଟର ଡୋଜ ଦିଅ କହିଲା WHO - କୋଭିଡ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା

ଚତୁର୍ଥ ଡୋଜ ବା ଦ୍ବିତୀୟ ବୁଷ୍ଟର ଡୋଜ ଉପରେ ବିଚାର ବିମର୍ଶ କରିବାକୁ WHO ର ପରାମର୍ଶ । ଫୋକସରେ ବୃଦ୍ଧ, ଗର୍ଭବତୀ, ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି(weaker immune systems) । ଅଧିକ ପଢନ୍ତୁ

ଦୁର୍ବଳ ଶ୍ରେଣୀର ବ୍ଯକ୍ତିଙ୍କୁ Covid ଦ୍ବିତୀୟ ବୁଷ୍ଟର ଡୋଜ ଦିଅ କହିଲା WHO
ଦୁର୍ବଳ ଶ୍ରେଣୀର ବ୍ଯକ୍ତିଙ୍କୁ Covid ଦ୍ବିତୀୟ ବୁଷ୍ଟର ଡୋଜ ଦିଅ କହିଲା WHO

By

Published : Aug 19, 2022, 7:41 PM IST

ଜେନେଭା: ବୃଦ୍ଧ, ଗର୍ଭବତୀ, ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି(weaker immune systems) ଏବଂ ଅଧିକ ରୋଗ ହେବାର ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ Covid-19 ଭ୍ୟାକ୍ସିନ ବୁଷ୍ଟର (Covid-19 vaccine booster) ଦେବା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ବିଶେଷଜ୍ଞ ଟିମ୍ କହିଛି ।

ଅଧିକାଂଶ COVID-19 ଭ୍ୟାକ୍ସିନ ପ୍ରାଥମିକ ସ୍ତରରେ ଦୁଇଟି ଡୋଜ ତିଆରି ହୋଇଥାଏ, ୟୁମୁନୋ ରେସପନ୍ସ(Immune Response) ରେ ଉନ୍ନତି ଆଣିବା ପାଇଁ ପ୍ରଥମ ବୁଷ୍ଟର୍ ପ୍ରାୟ ଚାରିରୁ ଛଅ ମାସ ପରେ ଦିଆଯାଇଥାଏ । ଅନେକ ଦେଶ COVID ବିରୋଧରେ ଦ୍ୱିତୀୟ ବୁଷ୍ଟର୍ ଡୋଜ୍ ପ୍ରସ୍ତୁତ କରିଥିବାବେଳେ WHO ଏପର୍ଯ୍ୟନ୍ତ ଏହାକୁ ସୁପାରିଶ କରି ନାହିଁ । କିନ୍ତୁ ଗତ ସପ୍ତାହରେ ଏକ ବୈଠକ ପରେ, ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗୃପ୍ ଅଫ୍ ଏକ୍ସପର୍ଟସ୍ (SAGE) COVID ବିରୋଧରେ ଚତୁର୍ଥ ଡୋଜ୍ ବା ଦ୍ୱିତୀୟ ବୁଷ୍ଟର୍ ଡୋଜ୍ ଦେବାକୁ ସୁପାରିଶ କରିଛନ୍ତି । ତେବେ ଏହି ଦ୍ବିତୀୟ ବୁଷ୍ଟର ଡୋଜ କେବଳ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଦେବାକୁ କହିଛି WHO ।

SAGE ଏକ ବିବୃତ୍ତିରେ କହିଛି ଯେ, କୋଭିଡ ଭ୍ୟାକ୍ସିନର ଦ୍ବିତୀୟ ବୁଷ୍ଟର ଡୋଜ ପ୍ରଭାବଶାଳୀ ରହୁଛି । ସାମ୍ପ୍ରତିକ ଟିକାର ପ୍ରଭାବ କିଛି ମାସ ମଧ୍ୟରେ ବିଶେଷ ଭାବରେ ହ୍ରାସ ପାଇଥାଏ । ତେଣୁ Omicron କୁ ଦୃଷ୍ଟିରେ ରଖି ଦ୍ୱିତୀୟ ବୁଷ୍ଟରର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦିଆଯାଇଛି । ତୃତୀୟ ଡୋଜ ବା ବୁଷ୍ଟର ଡୋଜର ଚାରିରୁ ଛଅ ମାସ ପରେ କିମ୍ବା ଯଥାଶୀଘ୍ର ଦ୍ୱିତୀୟ ବୁଷ୍ଟର୍ ପ୍ରଦାନ କରାଯିବା ଉଚିତ୍ ବୋଲି WHO କହିଛି । WHO ଆହୁରି ସୁପାରିଶ କରିଛି ଯେ, ଦେଶଗୁଡ଼ିକ ମୌସୁମୀ ଫ୍ଲୁ ଟୀକା(Seasonal Flu vaccine) ସହିତ କୋଭିଡ୍ -19 ଟୀକା ଦେବା ଉପରେ ମଧ୍ୟ ବିଚାର ବିମର୍ଶ କରିବା ଉଚିତ ।

(IANS)

ABOUT THE AUTHOR

...view details