ଓଡିଶା

odisha

ETV Bharat / sukhibhava

Contaminated Cough Syrups : ଭାରତରେ ନିର୍ମିତ ଏହି କମ୍ପାନୀର କଫ ସିରପକୁ ଘାତକ କହିଲା WHO - କୋଲ୍ଡ ଆଉଟ୍

ଭାରତରେ ନିର୍ମିତ ଏହି କମ୍ପାନୀର କଫ ସିରପକୁ ଘାତକ କହିଲା WHO । ଅଧିକ ପଢନ୍ତୁ

Contaminated Cough Syrups
Contaminated Cough Syrups

By

Published : Aug 8, 2023, 1:21 PM IST

ହାଇଦ୍ରାବାଦ:ପୁଣି ଏକ କଫ୍‌ ସିରପରୁ ଘାତକ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା WHO । ଇରାକରେ ବ୍ୟବହୃତ ହେଉଥିବା ଭାରତୀୟ କଫ୍‌ ସିରପ୍‌କୁ ଦୂଷିତ ଘୋଷଣା କରିଛି WHO। ଏନେଇ ସୋମବାର ଦିନ WHO ପକ୍ଷରୁ ସୂଚନା ଦିଆଯାଇଛି । ଏହି କଫ୍‌ ସିରପ୍‌ ମହାରାଷ୍ଟ୍ରରେ ଅବସ୍ଥିତ ଏକ କମ୍ପାନୀ ଫୋର୍ଟସ୍ ଇଣ୍ଡିଆ ଲାବୋରେଟୋରୀସ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ଏନେଇ WHO ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, "ଡେବିଲାଇଫ୍ ଫାର୍ମା ପ୍ରାଇଭେଟ ଲିମିଟେଡ୍‌ ପାଇଁ ଭାରତ ଏକ ସର୍ଦ୍ଦି ପାଇଁ ଔଷଧ ବିକ୍ରି କରୁଛି । 'କୋଲ୍ଡ ଆଉଟ୍' ନାମକ ଏକ ଥଣ୍ଡା, ସର୍ଦ୍ଦି ଔଷଧ ରହିଛି, ଯାହା ଇରାକରେ ବିକ୍ରି ପାଇଁ ଉପଲବ୍ଧ । ଏହି ଔଷଧରେ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି।"

ପରୀକ୍ଷଣରୁ ଜଣାପଡିଛି ଯେ ଏହି ଔଷଧରେ ଏଥିଲିନ ଗ୍ଲାଇକଲ ମିଶିଛି, ଯାହାକି କାରଥାନାରେ ବ୍ୟବହୃତ ହେଉଥିବା ରାସାୟନିକ ମିଶ୍ରଣ । ବିଶ୍ବ ସ୍ବାସ୍ଥ୍ଯ ଏଜେନ୍ସି ପକ୍ଷରୁ କୁହାଯାଇଛି, ଇରାକ ରିପବ୍ଲିକରେ ଚିହ୍ନଟ ହୋଇଥିବା କଫ୍‌ ସିରପ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ । କୋଲ୍ଡ ଆଉଟ୍ ସିରପ୍ (ପାରାସିଟାମୋଲ୍ ଏବଂ କ୍ଲୋରଫେନିରାମାଇନ୍ ମେଲେଟ୍) ଛୁଆଙ୍କ ପାଇଁ ଉଦ୍ଦିଷ୍ଟ । ଏହି ସିରପ୍‌ର ଏକ ନମୂନାକୁ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଦୂଷିତ ବୋଲି ରିପୋର୍ଟ ଆସିଥିବା ନେଇ ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:କଫ୍ ସିରପ୍ ପିଇ ବିଶ୍ବରେ ଗଲାଣି 300 ଶିଶୁଙ୍କ ଜୀବନ, ଚେତାଇଲା WHO

ହୁ ପକ୍ଷରୁ ବୟାନରେ କୁହାଯାଇଛି ଯେ, "ନମୁନାରେ ପ୍ରଦୂଷକ ଭାବରେ ଡାଏଥାଇଲନ୍ ଗ୍ଲାଇକଲ୍ (0.25%) ଏବଂ ଇଥିଲିନ୍ ଗ୍ଲାଇକଲ୍ (2.1%) ମିଳିଛି। ଯାହାକି ଗ୍ରହଣୀୟ ନୁହେଁ । ଉଭୟ ଇଥାଇଲନ୍ ଗ୍ଲାଇକଲ୍ ଏବଂ ଡାଇଥାଇଲନ୍ ଗ୍ଲାଇକଲ୍ ପାଇଁ ଗ୍ରହଣୀୟ ସୁରକ୍ଷା ସୀମା 0.10% ରୁ ଅଧିକ ନୁହେଁ।" ଡାଏଥାଇଲନ୍ ଗ୍ଲାଇକଲ୍ ଏବଂ ଇଥାଇଲନ୍ ଗ୍ଲାଇକଲ୍ ଖାଇବା ସମୟରେ ମଣିଷ ପାଇଁ ବିଷାକ୍ତ ଏବଂ ଏହା ସାଂଘାତିକ ପ୍ରମାଣିତ ହୋଇପାରେ। ଆଜି ପର୍ଯ୍ୟନ୍ତ ଉକ୍ତ ଉତ୍ପାଦକ ତଥା ବିକ୍ରେତା ଉତ୍ପାଦର ସୁରକ୍ଷା ଏବଂ ଗୁଣବତ୍ତା ଉପରେ WHOକୁ ଗ୍ୟାରେଣ୍ଟି ଦେଇ ନାହାଁନ୍ତି ବୋଲି ରିପୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

କହିରଖୁଛୁ କି, ଗତ ଜାନୁଆରୀ ମାସରେ ବିଶାକ୍ତ କଫ୍ ସିରପ ଯୋଗୁଁ କିଛି ଦେଶରେ 300ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହା ଉପରେ କଟକଣା ଘୋଷଣା କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ, ଗତ ଚାରିମାସ ମଧ୍ୟରେ ଉଚ୍ଚ ସ୍ତରର ଡାଇ-ଇଥାଇଲନ୍ ଗ୍ଲାଇକୋଲ୍ (DEG) ଏବଂ ଇଥାଇଲନ୍ ଗ୍ଲାଇକୋଲ୍ (EG) ଦ୍ୱାରା ଦୂଷିତ କଫ୍‌ ସିରପ ପିଲାମାନଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥିବା ବିଷୟରେ ଅନେକ ମାମଲା ରିପୋର୍ଟ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details