ହାଇଦ୍ରାବାଦ: ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା, କୌଣସି ବୟସର ବ୍ୟକ୍ତି ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେତେବେଳେ ପେଟ ଏବଂ ଅଣ୍ଟାରେ ଚର୍ବି ଜମା ହେବା ଆରମ୍ଭ ହୁଏ, ଶରୀରର ସାମଗ୍ରିକ ଦୃଶ୍ୟ(Overal Look) ନଷ୍ଟ ହୋଇଯାଏ । ମୋଟାପଣ(Obesity) ଏକ ରୋଗ ନୁହେଁ ସତ, କିନ୍ତୁ ଏହା ଅନେକ ରୋଗର କାରଣ ହୋଇଥାଏ ।
ସର୍ବପ୍ରଥମେ ଏହା ରକ୍ତରେ ଖରାପ କୋଲେଷ୍ଟ୍ରଲର ସ୍ତରକୁ ବଢାଇଥାଏ, ତାପରେ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ, ଟ୍ରିପଲ୍ ଭେସଲ୍ ରୋଗ(Triple Vessel Disease) ଏବଂ କରୋନାରୀ ଧମନୀ ରୋଗ ଇତ୍ୟାଦି ସୃଷ୍ଟି ହୋଇଥାଏ । ତେବେ ହୃଦୟକୁ ରକ୍ତ ବହନ କରିବାର କାର୍ଯ୍ୟ 3ଟି ପ୍ରମୁଖ ଧମନୀ ଦ୍ୱାରା କରାଯାଇଥାଏ ଏବଂ ଯେତେବେଳେ ଏହି ତିନୋଟି ଧମନୀ ଅବରୋଧ ହୋଇଯାଏ, ଏହାକୁ 'ଟ୍ରିପଲ୍ ଭେସେଲ୍ ରୋଗ' କୁହାଯାଏ । ତେଣୁ, ଯେତେ ଶୀଘ୍ର ଆପଣ ମେଦବହୁଳତାକୁ ନିୟନ୍ତ୍ରଣ କରିପାରିବେ, ସେତେ ଭଲ ।
ମେଦବହୁଳତାକୁ ଦୂର କରିବାକୁ ହେଲେ, ପ୍ରଥମେ ଆମକୁ ଏହାର କାରଣ ବାବଦରେ ଜାଣିବାକୁ ପଡିବ । ଯାହାଫଳରେ ଆମେ ମେଦବୃଦ୍ଧି କରୁଥିବା କାରକ ଠାରୁ ଦୂରେଇ ରହିପାରିବା । ନିମ୍ନରେ ଏନେଇ ଆଲୋଚନା କରାଯାଇଛି(Weight lose tips)...
ଚାକିରିରେ ଦୀର୍ଘସମୟ ବସିରହିବା ଦ୍ବାରା ମେଦବହୁଳତା ଆଶଙ୍କା
ସାଧାରଣତଃ ଯେଉଁମାନେ ଚାକିରିରେ ବସି ରହିବାର କାମ କରନ୍ତି ସେମାନେ ମୋଟାପଣର ଶିକାର ହୁଅନ୍ତି । କାରଣ 8ରୁ 10 ଘଣ୍ଟା ସମାନ ଅବସ୍ଥାରେ ରହିବା ଦ୍ୱାରା ଅଣ୍ଟା ଏବଂ ପେଟ ନିକଟରେ ଚର୍ବି ଜମା ହୋଇଯାଏ । କୋରୋନା ଭୂତାଣୁ ମହାମାରୀ ପରେ ଘରୁ କାର୍ଯ୍ୟ କରିବା(Work From Home)ର ପରମ୍ପରା ଆରମ୍ଭ ହେଲା, ଯେଉଁ କାରଣରୁ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ପୂର୍ବ ଅପେକ୍ଷା ବହୁତ କମ୍ ହୋଇଗଲା ।
ଏପରି ପରିସ୍ଥିତିରେ, ବସିଥିବା ସମୟରେ କାମ କରୁଥିବା ଲୋକଙ୍କ ଓଜନ ନିଶ୍ଚିତ ରୂପେ ବୃଦ୍ଧି ଘଟିଲା । ଏଥିପାଇଁ ନିଜକୁ ନିଜର ଯତ୍ନ ନେବାକୁ ପଡିବ । ନଚେତ୍ ଆପଣଙ୍କ ଖରାପ ସ୍ବାସ୍ଥ୍ୟ ପାଇଁ ଆପଣ ହିଁ ଦାୟୀ ରହିବେ । ଯଦି ଆପଣ ଦୈନନ୍ଦିନ ଖାଦ୍ୟରୁ ଏହିସବୁ ଜିନିଷକୁ ଅପସାରଣ କରନ୍ତି, ତେବେ ଓଜନ ବୃଦ୍ଧି ନିୟନ୍ତ୍ରଣ ହୋଇପାରିବ ।
1. ତେଲିଆ ଖାଦ୍ୟ