ହାଇଦ୍ରାବାଦ:ବ୍ରେକ୍ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ କେତେ ଆବଶ୍ୟକ ତାହା ପ୍ରାୟ ସମସ୍ତଙ୍କୁ ଜଣା । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ସକାଳ ଭୋଜନ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କେତେକ ଖାଦ୍ୟ ରହିଛି, ଯାହାକୁ ଖାଲି ପେଟରେ ଖାଇବା ହାନିକାରକ ହୋଇଥାଏ । ଏସିଡିଟି ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇପାରେ । କାରଣ ସେହି ସବୁ ଖାଦ୍ୟ ଯକୃତ ଏବଂ କିଡନୀ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ତେବେ ସକାଳେ ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍, ଜାଣନ୍ତୁ
ଚା' ଓ କଫି:ଅଧିକାଂଶ ଭାରତୀୟ ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି, ଯେଉଁ କାରଣରୁ ଶରୀରର ସମଗ୍ର pH ସନ୍ତୁଳନ ବ୍ୟାହତ ହୁଏ । କଫି ପିଇବା ପରେ ପେଟରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପରିମାଣ ବୃଦ୍ଧିପାଏ । ଏହି କାରଣରୁ ଅମ୍ଳତା ଏବଂ ଗ୍ୟାଷ୍ଟ୍ରିକ୍ ହୋଇପାରେ ।
ମସଲାଯୁକ୍ତ ଖାଦ୍ୟ:- ଖାଲି ପେଟରେ କେବେ ମଧ୍ୟ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ, ଏହା ପାକସ୍ତଳୀ କାର୍ଯ୍ୟକୁ ବିଗାଡି ଦିଏ । ମସଲାରେ ତିଆରି ଖାଦ୍ୟ ଏସିଡ୍ ଅନ୍ତନଳୀକୁ ନଷ୍ଟ କରିବା ଆରମ୍ଭ କରେ । ଅନ୍ତନଳୀର ବାହ୍ୟ କ୍ଷେତ୍ର ଯକୃତ, କିଡନୀ ଏବଂ ମସ୍ତିଷ୍କ ସହିତ ସିଧାସଳଖ ଜଡିତ । ଯାହା ସିଧାସଳଖ ଯକୃତ ଏବଂ କିଡନୀକୁ ପ୍ରଭାବିତ କରିଥାଏ ।