ଓଡିଶା

odisha

By ETV Bharat Odisha Team

Published : Sep 29, 2023, 3:02 PM IST

ETV Bharat / sukhibhava

World Heart Day 2023: ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ ! ହୋଇପାରେ ହୃଦରୋଗ

ଆଜି ବିଶ୍ବ ହୃଦୟ ଦିବସ । ଏକ ରିପୋର୍ଟ ଅନୁସାରେ, କେତେକ ରୋଗ ହୃଦରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ଅଧିକ ପଢନ୍ତୁ

Heart disease
Heart disease

ହାଇଦ୍ରାବାଦ:ହୃଦୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ନିଜକୁ ସୁସ୍ଥ ରଖିବାକୁ ହେଲେ ହୃଦୟକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ବୋଲି କୁହାଯାଏ । ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟ ଅଭ୍ୟାସ ଏବଂ ଚାପ ଯୋଗୁଁ ଖୁବଶୀଘ୍ର ଲୋକେ ହୃଦୟର ଜଡିତ ରୋଗରେ ପୀଡିତ ହୋଇଥାଆନ୍ତି । ହୃଦୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ହୃଦୟ ସମ୍ବନ୍ଧୀୟ ବିପଦରୁ ଦୂରେଇ ରହିବାକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ 29 ସେପ୍ଟେମ୍ବରରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି ଅନେକ ରୋଗ ରହିଛି ଯାହାକି ହୃଦଘାତର ଆଶଙ୍କାକୁ ବୃଦ୍ଧି କରିଥାଏ । ନିମ୍ନଲିଖିତ ତଥ୍ୟ ଉପରେ ନଜର ପକାନ୍ତୁ କେଉଁ ରୋଗ ହେଲେ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ଅଧିକ ରହିଥାଏ ।

କୋରୋନା-ହୃଦରୋଗ: ତିନି ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା କୋରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ । ଅନେକ ରିପୋର୍ଟରେ କୁହାଯାଇଛି ଯେ, କୋରୋନାରେ ଆକ୍ରାନ୍ତ ହେବା ପରେ ହୃଦୟ ସହ ଜଡିତ ରୋଗର ଆଶଙ୍କା ମଧ୍ୟ ଅଧିକ ରହିଥାଏ । କୋରୋନାରେ ଆକ୍ରାନ୍ତ ହେବା ପରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ଏବଂ ହୃଦରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।

ଉଚ୍ଚ ରକ୍ତଚାପ: ଉଚ୍ଚ ରକ୍ତଚାପରେ ପୀଡିତ ଲୋକମାନଙ୍କ କ୍ଷେତ୍ରରେ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ରକ୍ତଚାପ ଅଧିକ ହେଲେ ରକ୍ତବାହୀ ଯଥା ରକ୍ତ ଧମନୀ କଠିନ ହୋଇଯାଏ ଏବଂ ଏହି କାରଣରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇପାରେ ନାହିଁ । ଫଳରେ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: World Heart Day 2023: ECGରୁ ହାର୍ଟଆଟାକ ଜାଣିହୁଏ କି ? କଣ କୁହନ୍ତି ବିଶେଷଜ୍ଞ

ମଧୁମେହ ରୋଗ: ଅନେକ ରିସର୍ଚ୍ଚରେ କୁହାଯାଇଛି ଯେ, ମଧୁମେହ ବା ଡାଇବେଟିସ ରୋଗାମାନଙ୍କର ହୃଦୟ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ପରିସ୍ଥିତିରେ ଶରୀରରେ ଗ୍ଲୁକୋଜର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥାଏ, ଯାହା ରକ୍ତବାହୀକୁ କ୍ଷତି ପହଞ୍ଚାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ମଧୁମେହ ରୋଗୀଙ୍କ ଠାରେ ହୃଦଘାତର ଆଶଙ୍କା ଅଧିକ ରହିଥାଏ ।

ମୋଟାପଣ: ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କମ ବୟସରୁ ଶୀଘ୍ର ଓଜନ ବୃଦ୍ଧି ପାଉଛି । ଓଜନ ବୃଦ୍ଧି ପାଇବା କାରଣରୁ ହାର୍ଟ ସହ ଜଡିତ ରୋଗର ଆଶଙ୍କା ଅଧିକ ରହିଥାଏ । ଶରୀରରେ ଫ୍ୟାଟ ବଢିବା ଯୋଗୁଁ ଖରାପ କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ପାଇଥାଏ । ଯାହା ଦ୍ବାରା ରକ୍ତ ଧମନୀ ଅବରୋଧ ହୋଇଥାଏ । ଯାହା ଦ୍ବାରା ହୃଦରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଯଦି ହୃଗରୋଗ ସମ୍ବନ୍ଧୀୟ ରୋଗରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ସର୍ବଦା ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ ବୋଲି କୁହାଯାଇଛି।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ତଥ୍ୟ ନୁହେଁ। ଏହା ଏକ ରିପୋର୍ଟ ଭିତ୍ତିକ ଖବର ଅଟେ।

ABOUT THE AUTHOR

...view details