ଓଡିଶା

odisha

ବ୍ରେନ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ କ'ଣ ଖାଇବା ଆବଶ୍ୟକ ? ଜାଣନ୍ତୁ

By ETV Bharat Odisha Team

Published : Nov 26, 2023, 4:17 PM IST

Brain Health: ମସ୍ତିଷ୍କକୁ ତୀକ୍ଷ୍ଣ ଏବଂ ସୁସ୍ଥ ରଖିବା ପାଇଁ କିଛି ଜିନିଷ ବିଶେଷ ଉପକାରୀ, ଯାହା ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ସେଗୁଡିକ କଣ, ଜାଣନ୍ତୁ

ବ୍ରେନ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ କ'ଣ ଖାଇବା ଆବଶ୍ୟକ? ଜାଣନ୍ତୁ,
ବ୍ରେନ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ କ'ଣ ଖାଇବା ଆବଶ୍ୟକ? ଜାଣନ୍ତୁ,

ହାଇଦ୍ରାବାଦ: ଆମର ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ମସ୍ତିଷ୍କ ଯାହା ଆମକୁ ଚିନ୍ତା କରିବା, ବୁଝିବା ଏବଂ ନିଷ୍ପତ୍ତି ନେବା ପାଇଁ ଶକ୍ତି ପ୍ରଦାନ କରେ । କେବଳ ଏତିକି ନୁହେଁ ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦଘାତ, ହଜମ ପ୍ରକ୍ରିୟା, ହାତ ଏବଂ ଗୋଡର ଗତିବିଧି ସବୁ ମସ୍ତିଷ୍କର ନିର୍ଦ୍ଦେଶରେ ହୋଇଥାଏ । ତେଣୁ, ଯଦି ମସ୍ତିଷ୍କ ସଠିକ୍ ଭାବରେ କାମ ନକରେ ତେବେ ଆମର ସମଗ୍ର ଶରୀର ଅସ୍ଥିର ହୋଇଯିବ । ତେଣୁ, ଆମ ମନକୁ ସୁସ୍ଥ ରଖିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆମ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରିବା ଉଚିତ । ଯାହା ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ । ଜାଣନ୍ତ ତାହା କ'ଣ,

ଅଣ୍ଡା

ଅଣ୍ଡାରେ କୋଲିନ୍ ନାମକ ଏକ ପୋଷକ ତତ୍ତ୍ୱ ରହିଥାଏ ଯାହା ମସ୍ତିଷ୍କ କୋଷ ଗୁଡ଼ିକର ବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ଉନ୍ନତ କରିଥାଏ । ଏହା ନ୍ୟୁରୋଟ୍ରାନ୍ସମିଟର ଭାବରେ କାମ କରେ । ଅଣ୍ଡାରେ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି ଭରପୁର ଥାଏ, ଯାହା ମସ୍ତିଷ୍କକୁ ଶକ୍ତି ଯୋଗାଇଥାଏ । ଏଥିରେ ଆଇରନ, ଜିଙ୍କ, ସେଲେନିୟମ୍, ଆୟୋଡିନ୍ ଏବଂ ଭିଟାମିନ୍ B12 ଭରପୁର ଥାଏ ଯାହା ସ୍ମୃତି ଶକ୍ତିକୁ ଉନ୍ନତ କରିଥାଏ । ଏଥିସହ ଅଣ୍ଡା ଖାଇବା ଦ୍ବାରା ଏକାଗ୍ରତା ସ୍ତର ବଢିଥାଏ ଏବଂ ମସ୍ତିଷ୍କ ଅଧିକ ଧ୍ୟାନ ଦେବାକୁ ସକ୍ଷମ ହୋଇଥାଏ ।

ବାଦାମ ଏବଂ ଅଖରୋଟ

ଭିଟାମିନ୍ E, ଓମେଗା ୩ ଫ୍ୟାଟି ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରୋଟିନ୍ ପରି ପୁଷ୍ଟିକର ଖାଦ୍ୟ ବାଦାମରେ ମିଳିଥାଏ । ଏହି ସମସ୍ତ ଉପାଦାନ ମିଳିତ ଭାବରେ ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରନ୍ତି, ନୂତନ କୋଷ ଗଠନକୁ ପ୍ରୋତ୍ସାହିତ କରନ୍ତି ଏବଂ ମସ୍ତିଷ୍କକୁ ଶକ୍ତି ଯୋଗାନ୍ତି । ସେହିପରି ଅଖରୋଟରେ ଭିଟାମିନ୍ E, ଓମେଗା ୩ ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୁର ଥାଏ । ଯାହା ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ । ଆପଣଙ୍କ ଖାଦ୍ୟରେ ଏହି ଦୁଇଟି ଡାଏ ଫ୍ରୁଡକୁ ସାମିଲ କଲେ ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

ତାଜା ଫଳ ଏବଂ ପନିପରିବା

ବ୍ଲୁବେରି, ଷ୍ଟ୍ରବେରି ଏବଂ ବ୍ରକୋଲି, ଗାଜର ପରି ପନିପରିବା ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଅଟେ ଯାହା ମସ୍ତିଷ୍କ କୋଷକୁ ସୁରକ୍ଷା ଦେଇଥାଏ । ଏହା ବ୍ୟତୀତ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ସେମାନେ ଚିନ୍ତାଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି । ଏହି ପନିପରିବାରେ ମିଳୁଥିବା ଫାଇବର ମଧ୍ୟ ମସ୍ତିଷ୍କ ପାଇଁ ଭଲ । ଏହି ପନିପରିବାରେ ଫୋଲେଟ୍, ଆଇରନ୍, ଜିଙ୍କ ଏବଂ ଭିଟାମିନ୍ K ଭଳି ଖଣିଜ ପଦାର୍ଥ ମଧ୍ୟ ରହିଥାଏ ଯାହା ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ ।

ଏହା ମଧ୍ୟ ପଢନ୍ତୁ:ଦୈନିକ ମାଇକ୍ରୋୱେଭରେ ଖାଦ୍ୟ ଗରମ କରୁଥିଲେ ସାବଧାନ ! ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

କ୍ଷୀର ଏବଂ କ୍ଷୀରରେ ପ୍ରସ୍ତୁତ ପଦାର୍ଥ

କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ B12 ଏବଂ ଭିଟାମିନ୍ D ପରି ପୋଷକ ତତ୍ତ୍ୱ ରହିଥାଏ ଯାହା ମସ୍ତିଷ୍କ କୋଷର ବୃଦ୍ଧି ଏବଂ କାର୍ଯ୍ୟ ପାଇଁ ଜରୁରୀ ଅଟେ । ଏଥିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ ଯାହା ମସ୍ତିଷ୍କକୁ ଶକ୍ତି ଯୋଗାଇଥାଏ ଏବଂ ନ୍ୟୁରନ୍ ଯୋଗାଯୋଗରେ ଉନ୍ନତି ଆଣିଥାଏ । ଏଥିସହ ଦହିରେ ପ୍ରୋବାୟୋଟିକ୍ ଥାଏ ଯାହା ମସ୍ତିଷ୍କ ସମ୍ବନ୍ଧୀୟ ଅନେକ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।

ABOUT THE AUTHOR

...view details