ହାଇଦ୍ରାବାଦ:ଯାନଟିଏ ସଠିକ୍ ଭାବରେ ଚାଲିବା ପାଇଁ ଯେପରି ଇନ୍ଧନ ଆବଶ୍ୟକ ହୋଇଥାଏ, ସେହିପରି ଶରୀରର ସୁସ୍ଥତା ବଜାୟୀ ରଖିବା ପାଇଁ ଭିଟାମିନର ଆବଶ୍ୟକ ହୋଇଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଭିଟାମିନ ରହିଛି । ଯେପରିକି ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି, ଭିଟାମିନ୍ କେ, ଭିଟାମିନ୍ କେ ଇତ୍ୟାଦି । ଯଦି ଏଥି ମଧ୍ୟରୁ ଗୋଟିଏ ମଧ୍ୟ ଶରୀରରେ ଅଭାବ ଦେଖାଯାଏ ତାହାଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେବେ କେଉଁ ଭିଟାମିନ୍ ଅଭାବରୁ କେଉଁ ରୋଗ ହୋଇପାରେ ତାହା ଆଜିଯାଏଁ ମଧ୍ୟ ଲୋକମାନେ ଜାଣନ୍ତି ନାହିଁ। ତେବେ ଜାଣନ୍ତୁ କେଉଁ ଭିଟାମିନ ଅଭାବରୁ କେଉଁ ରୋଗ ହୁଏ ଏବଂ ଏଥିରୁ କେମିତି ମୁକ୍ତି ପାଇବେ।
ଭିଟାମିନ B: ଆମ ଶରୀର ପାଇଁ ଭିଟାମିନ୍ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ବି'ରେ ଅନେକ କମ୍ପ୍ଲେକ୍ସ ଥାଏ । ଯେଉଁଥିରେ ଭିଟାମିନ୍ B1, B2, B3, B5, B6, B7 ଏବଂ B12 ଅନ୍ତର୍ଭୁକ୍ତ । ଏହି ସମସ୍ତ କମ୍ପ୍ଲେକ୍ସ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଶରୀରରେ ଭିଟାମିନ୍ ବି-1 ଏବଂ ଭିଟାମିନ୍ ବି-2ର ଅଭାବ ଦେଖାଯାଏ, ତେବେ ସ୍ନାୟୁ, ଚର୍ମ, ଆଖି ପ୍ରଭାବିତ ହୋଇପାରେ । ଅନ୍ୟପଟେ ଭିଟାମିନ୍ B3ର ଅଭାବ ଯୋଗୁଁ ଥକ୍କା ଲାଗିବା, ବାନ୍ତି ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ । ଭିଟାମିନ୍ B6ର ଅଭାବ ହେତୁ ଉଦାସୀନତା, ବାନ୍ତି, ରକ୍ତହୀନତା ଏବଂ ବାରମ୍ବାର ସଂକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିପାରେ । କୋଷ୍ଠକାଠିନ୍ୟ, ଭୋକ ନଲାଗିବା, ଗ୍ୟାସ୍ ହେବା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭଳି ଅସୁବିଧା ଭିଟାମିନ୍ B12ର ଅଭାବ ଯୋଗୁଁ ହୋଇଥାଏ । ଆମ ଶରୀରରେ ଜିନ୍ ଏବଂ ଡିଏନ୍ଏ ଗଠନ ପାଇଁ ବି ଭିଟାମିନ୍ ବି' ଏକ ଅଂଶରୂପେ କାର୍ଯ୍ୟ କରେ । ଭିଟାମିନ୍ ବି ସାହାଯ୍ୟରେ ଶରୀରରେ ଲାଲ ରକ୍ତ କଣିକା ମଧ୍ୟ ତିଆରି ହୁଏ । ଭିଟାମିନ ବି'ରୁ ମୁକ୍ତି ପାଇବା ପାଇଁ ଅଣ୍ଡା, ମାଂସ, ମାଛ ସମସ୍ତ ପ୍ରକାରର ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଉଚିତ ।
ଭିଟାମିନ K:ଆମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ କେ' ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଏହାର ଅଭାବ ଦ୍ବାରା ଅନେକ ଗମ୍ଭୀର ରୋଗର ମଧ୍ୟ ସାମ୍ନା କରିବାକୁ ପଡିପାରେ । ମୁଖ୍ୟତଃ ଭିଟାମିନ୍ କେ'ର ଅଭାବ ହେତୁ ଅଷ୍ଟିଓପୋରୋସିସ୍ ସହ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଏହାସହ ରକ୍ତସ୍ରାବର ସମସ୍ୟା ଏବଂ ହାର୍ଟ ସହିତଜଡ଼ିତ ମଧ୍ୟ କିଛି ରୋଗ ହେବାର ଆଶଙ୍କା ରହିଥାଏ । ପ୍ରଦାହଜନକ ଅନ୍ତନଳୀ ରୋଗ ହୋଇପାରେ । ଆଉ କେତେକ କ୍ଷେତ୍ରରେ ଦୁର୍ବଳ ଲାଗିବା, ଚର୍ମ ନୀଳ ମଧ୍ୟ ପଡିଯାଇଥାଏ । ହେମୋଫିଲିଆ ଭଳି ରୋଗ ଭିଟାମିନ କେ'ର ଅଭାବ ମୁଖ୍ୟତଃ ଦାୟୀ ଅଟେ । ତେବେ ଏହି ଅଭାବକୁ ପୂରଣ କରିବା ପାଇଁ ଗହମ, ସୋରିଷ ଶାଗ, ପାଳଙ୍ଗ ଶାଗ, ତଟକା ପନିପରିବା, ସ୍ପ୍ରାଉଟ୍, କ୍ବିଓ୍ବି, ଅଲିଭ ତେଲ, ବିଟ, ଅଙ୍ଗୁର, ମୂଳା, ବିଲାତି ବାଇଗଣ, କୋବି ଖାଇପାରିବେ ।
ଭିଟାମିନ A:ଅନ୍ୟ ଭିଟାମିନ୍ ପରି ଭିଟାମିନ୍ ଏ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଶରୀରର ସଠିକ୍ ବିକାଶରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭିଟାମିନ୍ ଏ ଅଭାବର ଦୃଷ୍ଟି ଶକ୍ତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ । ଏହାର ଅଭାବ ହେତୁ ରୋଗ ପ୍ରତିରୋଧକ ଶକ୍ତି କମିଯିବା ସହ ବାରମ୍ବାର ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । ବିଶେଷକରି ଭିଟାମିନ୍ ଏ ଅଭାବ ଯୋଗୁଁ ରକ୍ତହୀନତାର ଶିକାର ହୋଇପାରନ୍ତି । ମୂତ୍ରନଳୀ ସଂକ୍ରମଣ ବ୍ୟତୀତ ଶ୍ବାସନଳୀରେ ମଧ୍ୟ ସଂକ୍ରମଣ ହୋଇଥାଏ । ଚର୍ମ, କେଶ, ଦାନ୍ତ ଏବଂ ଗୁଣ୍ଡ ଭଳି ଆମ ଶରୀରର ଅନେକ ଅଙ୍ଗ ପାଇଁ ଏହା ଆବଶ୍ୟକ। ଚର୍ମ କୋଷ ଗଠନ ପାଇଁ ଭିଟାମିନ୍ ଏ ଅତ୍ୟନ୍ତ ଜରୁରୀ। ଏହାର ଅଭାବ ହେତୁ ଚର୍ମରେ ସମସ୍ୟା ଦେଖାଦେଇଥାଏ। ଏହାର ଅଭାବ ପୂରଣ ପାଇଁ ସବୁଜ ତଟକା ପନିପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଥାଏ। ଏହାସହ ସୋୟାବିନ୍, କ୍ଷୀର, ଗାଜର, ପିଜୁଳି, ଅମୃତଭଣ୍ଡା, ମାଛ ତେଲ, ଅଣ୍ଡା ଖାଇପାରିବେ ।