ଓଡିଶା

odisha

ETV Bharat / sukhibhava

Winter Rosacea: ଶୀତ ଋତୁରେ ଚର୍ମ ସମସ୍ୟା, ବର୍ତ୍ତିବା ଉପାୟ କହିଲେ ବିଶେଷଜ୍ଞ - ଚର୍ମ ସମସ୍ୟାରୁ କିଭଳି ବର୍ତ୍ତିବେ

ଆରମ୍ଭ ହୋଇଯାଇଛି ଶୀତ ଋତୁ । ଆମ ଶରୀର ସାମାନ୍ୟ ଥଣ୍ଡାକୁ ସହ୍ୟ କରେ, କିନ୍ତୁ ଅଧିକ ଥଣ୍ଡା ସହ୍ୟ ନକରିବା କାରଣରୁ ଚର୍ମ ସମସ୍ୟା ଦେଖାଯାଇଥାଏ । ଜାଣନ୍ତୁ ଶୀତ ଦିନରେ କାହିଁକି ଲାଲ ହୋଇଯାଏ ଗାଲ

Winter Rosacea
Winter Rosacea

By ETV Bharat Odisha Team

Published : Oct 30, 2023, 5:52 PM IST

ହାଇଦ୍ରାବାଦ: ପାଣିପାଗର ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ ବୋଲି ସମସ୍ତେ ଜାଣନ୍ତି । ତେବେ ବିଶେଷ କରି ଚର୍ମ ଉପରେ ଏହାର ପ୍ରଭାବ ଅଧିକ ଦେଖାଯାଇଥାଏ । ଶୀତଋତୁରେ ଚର୍ମରେ ଶୁଷ୍କତା ସମସ୍ୟା ଅଧିକ ଦେଖାଯାଇଥାଏ । ଏହାର ପ୍ରଭାବ ଓଠ, ହାତ, ପାଦ ଏବଂ ଗାଲରେ ଦେଖାଯାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଶେଷ କରି ଶୀତ ଋତୁରେ ଚର୍ମର ବିଶେଷ ଯତ୍ନ ନେବା ଜରୁରୀ ଅଟେ । ତେବେ ଶୀତ ଋତୁରେ ଦେଖାଯାଉଥିବା ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଓ୍ବିଣ୍ଟର ରୋଜେସିଆ(Winter Rosacea)। ଏଥିରେ ଗାଲ ଅଧିକ ଲାଲ ହୋଇଯାଇଥାଏ । ତେବେ ଜାଣନ୍ତୁ କାହିଁକି ହୁଏ ଏଭଳି ସମସ୍ୟା

ଶୀତ ଦିନେ କାହିଁକି ଲାଲ ହୋଇଯାଏ ଗାଲ: ଶୀତ ଋତୁରେ ରକ୍ତ ସଞ୍ଚାଳନର ଗତି ଧିର ହୋଇଯାଇଥାଏ। ଏପରି ପରିସ୍ଥିତିରେ ଚର୍ମ ଭିତରେ ଥିବା ରକ୍ତବାହୀ ଗୁଡ଼ିକ ପ୍ରଶସ୍ତ ହୋଇଯାଇଥାଏ। ଯେତେବେଳେ ଅତ୍ୟଧିକ ଥଣ୍ଡା ହୁଏ ଆମ ଶରୀର ଚର୍ମକୁ ଗରମ କରିବାକୁ ଚେଷ୍ଟା କରେ। ଏହାସହ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ । ଫଳରେ ଗାଲ ଲାଲ ହୋଇ ଯାଇଥାଏ। ଏହା ବ୍ୟତୀତ ଥଣ୍ଡା ପବନ, ଆର୍ଦ୍ରତା ଅଭାବ ଏବଂ ପୁଷ୍ଟିକର ଖାଦ୍ୟର ଅଭାବ ହେତୁ ଚର୍ମ ମଧ୍ୟ ଲାଲ ଦେଖାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: 42 ପ୍ରତିଶତ ଚର୍ମରୋଗୀ ନିଦ୍ରାହୀନତାର ଶିକାର: ସର୍ଭେ

ଚର୍ମ ସମସ୍ୟାରୁ କିଭଳି ବର୍ତ୍ତିବେ:

  • ଶରୀରକୁ ହାଇଡ୍ରେଟ ରଖନ୍ତୁ:ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ ପାଣି ପିଇବା କମ ହୋଇଯାଇଥାଏ । ଶୀତ ଋତୁରେ ଶୋଷ ନଲାଗିବା କାରଣରୁ କିଛି ଲୋକ କମ ପାଣି ପିଇଥାଆନ୍ତି। ଏହା ଦ୍ବାରା ଶରୀର ହାଇଡ୍ରେଟ ରୁହେ ନାହିଁ। ତେବେ ଡିହାଇଡ୍ରେସନ କାରଣରୁ ଚର୍ମରେ ଫଟା ସମସ୍ୟା ଦେଖାଯାଇଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତ୍ୟେକ ଋତୁରେ ପର୍ଯାପ୍ତ ପରିମାଣରେ ପାଣି ପିଇବା ଜରୁରୀ ଅଟେ ।
  • କୋଲେଜନ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ: ବୟସ ବୃଦ୍ଧି ହେବା ସହିତ କୋଲାଜେନ୍ କମିବା ଆରମ୍ଭ ହୋଇଥାଏ। କୋଲାଜେନ୍ ଚର୍ମ ପାଇଁ ଏକ ବିଲଡିଂ ବ୍ଲକ୍ ଭାବରେ କାମ କରିଥାଏ । ଫଳରେ ଚର୍ମର ଇଲାଷ୍ଟିସିଟି ବଜାୟୀ ରହିଥାଏ। ଏହା ବ୍ୟତିତ ଶୁଷ୍କତା ଦୂର ହୋଇଥାଏ । ଯଦି ଶୀତଦିନେ ଗାଲ ଲାଲ ହୋଇଯାଏ ଏବଂ ତାପରେ ଫାଟିବା ଆରମ୍ଭ ହୁଏ, ତେବେ ସ୍କିନ କେୟାର ରୁଟିନରେ କୋଲେଜନ ସପ୍ଲିମେଣ୍ଟକୁ ସାମିଲ କରନ୍ତୁ କିମ୍ବା କୋଲେଜନ ଯୁକ୍ତ ଖାଦ୍ୟ ଖାଆନ୍ତୁ ।
  • ହାଇଡ୍ରେଟିଂ ସେରମ୍ ବ୍ୟବହାର କରନ୍ତୁ:ହିଆଲୁରୋନିକ୍ ଏସିଡ ଯୁକ୍ତ ସେରମ ବ୍ୟବହାର କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇପାରିବ । ରେଡନେସ ସ୍କିନ ଏବଂ ହାର୍ଡ ସ୍କିନ ପାଇଁ ହାଇଡ୍ରେଟିଂ ସେରମ୍ ଏକ ଭଲ ବିକଳ୍ପ ବୋଲି ପ୍ରମାଣ କରାଯାଇ ପାରେ। କିନ୍ତୁ ସେରମ ବ୍ୟବହାର ପୂର୍ବରୁ ପ୍ରଥମେ ଚର୍ମର ପ୍ରକାର ବିଷୟରେ ଜାଣିବା ଜରୁରୀ ଅଟେ। ଏହା ଦ୍ବାରା ଆପଣ ଭଲ ସେରମ ପାଇପାରିବେ।
  • ହାଇଡ୍ରେଟିଂ ମାସ୍କ:ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଡ୍ରେଟିଂ ମାସ୍କ ସହାୟକ ହୋଇପାରେ । ଚର୍ମକୁ ଆଭ୍ୟନ୍ତରୀଣ ହାଇଡ୍ରେଟ୍ ରଖିବା ପାଇଁ ଅଧିକ ପାଣି ପିଅନ୍ତୁ । ଚର୍ମକୁ ହାଇଡ୍ରେଟ ରଖିବା ପାଇଁ ହାଇଡ୍ରେଟିଂ ମାସ୍କ ବ୍ୟବହାର କରନ୍ତୁ । ସପ୍ତାହରେ ଅତି କମରେ ଥରେ ଏହାର ବ୍ୟବହାର କରନ୍ତୁ । ଖୁବଶୀଘ୍ର ଫରକ ଦେଖିପାରିବେ।

ବିଦ୍ର:ଏହା କେବଳ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। କୌଣସି ପ୍ରକାର ଚର୍ମ ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।

ABOUT THE AUTHOR

...view details