ହାଇଦ୍ରାବାଦ:ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଏବେ ଚିନ୍ତାର କାରଣ ସାଜିଛି। ଚୀନ ପରେ ଏବେ ଆମେରିକା ଏବଂ ଡେନମାର୍କରେ ନିମୋନିଆ ଦେଖାଯାଉଛି। ତେବେ ଏହାକୁ ମାଇକୋପ୍ଲାସମା ନିମୋନିଆ ସଂକ୍ରମଣ ବୋଲି କୁହାଯାଇଛି। ଚୀନ୍ ପରେ ବର୍ତ୍ତମାନ ଆମେରିକାର ଓହିଓ ରାଜ୍ୟରେ ଛୁଆମାନେ ନିମୋନିଆରେ ଆକ୍ରାନ୍ତ ହେଉଥିବା ରିପୋର୍ଟରେ କୁହାଯାଇଛି। ଆମେରିକା ବ୍ୟତୀତ ଡେନମାର୍କ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ଏହାର ମାମଲା ସାମ୍ନାକୁ ଆସିଛି। ପ୍ରାୟ 3ରୁ 8 ବର୍ଷ ବୟସର ଛୁଆମାନେ ଏହି ରୋଗରେ ଅଧିକ ପ୍ରଭାବିତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ରୋଗ କାହିଁକି ହେଉଛି ତାହୈର ସଠିକ ପ୍ରମାଣ ମିଳିପାରି ନାହିଁ। କିନ୍ତୁ ଏହି ରୋଗର କାରଣ ମାଇକୋପ୍ଲାସମା ନିମୋନିଆ ବ୍ୟାକ୍ଟୋରିଆ ବୋଲି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି।
କହିରଖୁଛୁ କି ଏହି ସଂକ୍ରମଣ ହେତୁ ଫୁସଫୁସ ଅଧିକ ପ୍ରଭାବିତ ହେଉଛି। ତେବେ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମର ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି।
ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ କଣ?:ଚାଇନାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ କୁହାଯାଉଛି। କାରଣ ଏହି ରୋଗର ଆକ୍ରାନ୍ତ ହେବା ମାତ୍ରେ ଫୁସଫୁସରେ ଧଳା ଆସ୍ତରଣ ଦେଖାଯାଉଛି। ଏହି ରୋଗ ଯୋଗୁଁ ଫୁସଫୁସରେ ଫୁଲା ଦେଖାଯାଇଥାଏ। ଫଳରେ ଫୁସଫୁସ ଏବଂ ଶ୍ବସନ ତନ୍ତ୍ରରେ ସମସ୍ୟା ଦେଖାଯାଇଥାଏ। ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହା ଗମ୍ଭୀର ହୋଇନଥିଲେ ହେଁ ପରବର୍ତ୍ତି ସମୟରେ ଏହା ସାଘାଂତିକ ପରିସ୍ଥିତି ସୃଷ୍ଟି କରିଥାଏ।
ଏହା ମଧ୍ୟ ପଢନ୍ତୁ: ଚୀନର ରହସ୍ୟମୟ ରୋଗ ନେଇ 'WHO'ର ବଡ଼ ବୟାନ, କୋରୋନା ପରି ଏକ ମାରାତ୍ମକ ରୋଗ...