ଓଡିଶା

odisha

ETV Bharat / sukhibhava

Vitamin P: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନ P, କମ ହୋଇଥାଏ ଏହି ରୋଗର ଆଶଙ୍କା - ଭିଟାମିନ ପି

ଶରୀର ପାଇଁ ପୋଷକ ତତ୍ତ୍ବ ନିହାତି ଗୁରୁତ୍ବପୂର୍ଣ୍ଣ । ତେବେ ଜାଣନ୍ତୁ ଭିଟାମିନ ପି'ର ସ୍ବାସ୍ଥ୍ୟ ଉପକାରିତା । ଅଧିକ ପଢ଼ନ୍ତୁ

Vitamin P
Vitamin P

By

Published : Aug 14, 2023, 4:19 PM IST

ହାଇଦ୍ରାବାଦ:ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପୃଷ୍ଟିକର ଖାଦ୍ୟ ଆବଶ୍ୟକ । ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ପାଇବା ପାଇଁ ଲୋକମାନେ ବିଭିନ୍ନ ଫଳ ଏବଂ ପନିପରିବା ଖାଇଥାଆନ୍ତି । ଆପଣ ଭିଟାମିନ A, B, C, D, E ଏବଂ E ବିଷୟରେ ଶୁଣିଥିବେ । କିନ୍ତୁ ଆପଣ କେବେ ଭିଟାମିନ P ବିଷୟରେ ଶୁଣିଛନ୍ତି କି ? ଭିଟାମିନ୍ ପି ହେଉଛି ଫାଇଟୋ ନ୍ୟୁଟ୍ରିଏଣ୍ଟସ୍, ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ରହିଥାଏ । ଅନ୍ୟ ଭିଟାମିନ୍ ପରି ଭିଟାମିନ୍ ପି'ର ମଧ୍ୟ ଅନେକ ସ୍ବାସ୍ଥ୍ୟ ଉପକାରିତା ରହିଛି । ବିଭିନ୍ନ ଫଳ, ପନିପରିବା ଏବଂ ଉଦ୍ଭିଦ ଭିତ୍ତିକ ଖାଦ୍ୟ ପଦାର୍ଥରେ ରୁଟିନ, ହେସପେରିଡିନ ଏବଂ କ୍ୱେରେସିଟିନ୍ ପରି ବାୟୋଫ୍ଲୋନାଏଏଡ୍ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ବାୟୋଫ୍ଲାଭୋନାଏଡରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ମିଳିଥାଏ । ଏହାର ଅର୍ଥ ହେଉଛି, ଫ୍ରି ରେଡିକଲ ପରି କ୍ଷତିକାରକ ମଲିକ୍ୟୁଲ୍ସରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ । ଏହାର ଅର୍ଥ ଉନ୍ନତ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆଣ୍ଟିଅକ୍ସିଡାଣ୍ଟ୍‌ କାର୍ଯ୍ୟ କରିଥାଏ । ଏଗୁଡ଼ିକ ମଧୁମେହ, ହୃଦ୍‌ରୋଗ ଏବଂ କର୍କଟ ଭଳି ଗୁରୁତର ରୋଗର ଆଶଙ୍କାକୁ ହ୍ରାସ କରିଥାଏ । କେତେକ ବାୟୋଫ୍ଲୋନାଏଏଡରେ ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଶରୀରରେ ପ୍ରଦାହକୁ ହ୍ରାସ କରିଥାଏ ।

ଏହା ମଧ୍ୟ ପଢନ୍ତୁ:Vitamin H: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନ H, ବାୟୋଟିନ କମିଲେ ବଢିପାରେ ସମସ୍ଯା

ରୋଗରୁ ସୁରକ୍ଷା ଦିଏ ଭିଟାମିନ ପି':କ୍ୱେରେସିଟିନ୍ କମ୍ପାଉଣ୍ଡ୍‌ସ୍‌ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ରକ୍ତବାହିକାର ଫଙ୍କ୍‌ସନ୍‌ ଏବଂ କୋଲେଷ୍ଟ୍ରଲ ମେଟାବୋଲିଜିମରେ ଉନ୍ନତି ଆଣିଥାଏ । ଯାହାଦ୍ବାରା ହାର୍ଟ୍‌ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନଥାଏ । ଲେମ୍ବୁ, କମଳା, ଜାମୁକୋଳିରେ ଅଧିକ ମାତ୍ରାରେ ବାୟୋଫ୍ଲୋନାଏଡ ରହିଥାଏ । ଏହା କେବଳ ହାର୍ଟକୁ ସୁସ୍ଥ ରଖିନଥାଏ ବରଂ ଶରୀରରୁ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଡାଇବେଟିସ୍‌ର ଆଶଙ୍କା 5 ପ୍ରତିଶତ କମିଥାଏ: ଏକ ରିପୋର୍ଟ ଅନୁଯାୟୀ, ଯଦି ଜଣେ ଦୈନିକ 300 ମିଲିଗ୍ରାମ ଫ୍ଲାଭୋନାଇଡର ସେବନ କରିଥାଏ ତାହେଲେ ମଧୁମେହ ହେବାର ଆଶଙ୍କା 5 ପ୍ରତିଶତ କମି ଯାଇଥାଏ । ବାୟୋଫ୍ଲେବୋନାଇଡସ ପାଇଁ ସାଇଟ୍ରସ୍ ଫଳ, ଆପଲ୍, ଗ୍ରୀନ୍ ଟି', ଜାମୁକୋଳି, ଡାର୍କ ଚକୋଲେଟ୍, ବ୍ରୋକୋଲି, ସବୁଜ ପତ୍ରଯୁକ୍ତ ପନିପରିବା ଖାଇପାରିବେ ।

କମିଥାଏ କ୍ୟାନ୍ସର ଆଶଙ୍କା:ଭିଟାମିନ ପି'ରେ ଆଣ୍ଟି କ୍ୟାନ୍ସର ଗୁଣ ରହିଛି । ଭିଟାମିନ୍ ପି' ଶରୀରରେ କ୍ୟାନ୍ସର ସେଲ୍‌ର ବୃଦ୍ଧିକୁ ରୋକିପାରେ। ଏହାର ବ୍ୟବହାର ଦ୍ୱାରା ଅନେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା କମିଯାଇଥାଏ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ରିପୋର୍ଟ ଭିତ୍ତିକ ଖବର ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details