ହାଇଦ୍ରାବାଦ:TNBC(ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସର) ଏକ ପ୍ରକାର ସ୍ତନ କର୍କଟ। ଯାହା ଅନ୍ୟ କର୍କଟ ରୋଗଠାରୁ ସାମାନ୍ୟ ଅଲଗା ହୋଇଥାଏ । 15ରୁ 20 ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ । ଅନ୍ୟ ସ୍ତନ କର୍କଟ ତୁଳନାରେ ଏହି ସ୍ତନ କର୍କଟ ଟିକେ ଅଲଗା ହୋଇଥାଏ । ଏଥିରେ କ୍ୟାନ୍ସର ସେଲ୍ସରେ ହରମୋନ ଭଳି ପ୍ରୋଜଷ୍ଟେରନ ଓ ଏଷ୍ଟ୍ରୋଜନ ପାଇଁ ରିସେପ୍ଟର୍ସ ନଥାଏ । ଏହାଛଡ଼ା, ଏଥିରେ HER୨ ପ୍ରୋଟିନ୍ ନଥାଏ କିମ୍ବା ଅଧିକ ମାତ୍ରାରେ କ୍ଷରଣ ହୋଇଥାଏ । ଯାହା ବ୍ରେଷ୍ଟ୍ କ୍ୟାନ୍ସରରୁ ଅଲଗା ସାମାନ୍ୟ କରିଥାଏ । ଯଦି କ୍ୟାନ୍ସର କୋଷଗୁଡ଼ିକ ପ୍ରୋଜେଷ୍ଟେରନ୍, ଇଷ୍ଟ୍ରୋଜେନ୍ ଏବଂ HER2 ପ୍ରୋଟିନ୍ ପାଇଁ କରାଯାଇଥିବା ଚେଷ୍ଟ ନେଗେଟିଭ ଆସେ ତାହେଲେ TNBCର ଚିକିତ୍ସା କରାଯାଇଥାଏ ।
ଟ୍ରିପଲ୍ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସରର ଲକ୍ଷଣ: TNBC ଅନ୍ୟ ବ୍ରେଷ୍ଟ କ୍ୟାନ୍ସର ଭଳି ହୋଇଥିଲେ ହେଁ ଏହାର ଲକ୍ଷଣ ଅନ୍ୟ ବ୍ରେଷ୍ଟ କ୍ୟାନ୍ସର ଠାରୁ ଅଲଗା ହୋଇଥାଏ ।
- ସ୍ତନରେ ଗଣ୍ଠି ହେବା ବା ପାଣି ଭଳି ପଦାର୍ଥ ବାହାରିବା
- ବ୍ରେଷ୍ଟ ଆକାରରେ ପରିବର୍ତ୍ତନ ହେବା
- ସ୍ତନ ଫୁଲିଯିବା
- ସ୍ତନର ରଙ୍ଗରେ ପରିବର୍ତ୍ତନ ହେବା ସହ ମଞ୍ଜି ଭଳି ଦାନା ବାହାରିବା
- ନିପଲରୁ କ୍ଷୀର ଭଲି ଧଳା ରଙ୍ଗର ପାଣି ବାହାରିବା
- ତ୍ବଚାର ରଙ୍ଗରେ ପରିବର୍ତ୍ତନ
TNBCର ଚିକିତ୍ସା ଏବଂ ଲକ୍ଷଣ:ଯଦି ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଚାହୁଁଛନ୍ତି, ତାହାଲେ ଲକ୍ଷଣକୁ ଅବହେଳା ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।
ଡାକ୍ତରଙ୍କୁ ସ୍ତନର ପୂର୍ବ ଅବସ୍ଥା ବିଷୟରେ ଅବଗତ କରାଇବା ଆବଶ୍ୟକ । ଏହା ଦ୍ବାରା ଯଦି କ୍ୟାନ୍ସର ହୋଇଥିବା ତାହେଲେ ଷ୍ଟେଜ୍ ନିରୂପଣ କରିବାରେ ସହଜସାଧ୍ୟ ହୋଇପାରିବ ।
ସ୍ତନ କର୍କଟ ଚିହ୍ନଟ କରିବା ପାଇଁ କେତେକ ପ୍ରକାରର ପରୀକ୍ଷା କରାଯାଏ ଯେପରିକି ମ୍ୟାମଗ୍ରାମ ଏବଂ ଅଲଟ୍ରାସାଉଣ୍ଡ । ଯେକୌଣସି ଅସ୍ୱାଭାବିକ ଗଣ୍ଠିର ବାୟୋପ୍ସି, ଯାହା ସାଧାରଣତଃ ହରମୋନ୍ ଏବଂ ପ୍ରୋଟିନ୍ ରିସେପ୍ଟର (ପ୍ରୋଜେଷ୍ଟେରନ୍, ଇଷ୍ଟ୍ରୋଜେନ୍ ଏବଂ HER2) ପାଇଁ ପରୀକ୍ଷା କରାଯାଏ ।