ହାଇଦ୍ରାବାଦ:ସ୍ୱାସ୍ଥ୍ୟ ପାଇଁ କ୍ଷୀରର ଉପକାରିତା ସମସ୍ତେ ଜାଣନ୍ତି । ପ୍ରତିଦିନ କ୍ଷୀର ପିଇବା ଦ୍ବାରା ଶରୀର ଉପରେ ଏହାର ଯାଦୁକାରୀ ପ୍ରଭାବ ପଡିଥାଏ । ତେବେ ଆୟୁର୍ବେଦିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ଷା ଋତୁରେ କ୍ଷୀର ପିଇବାର ଏକ ଉପଯୁକ୍ତ ଉପାୟ ଅଛି । ତେବେ ଜାଣନ୍ତୁ ବର୍ଷା ଋତୁରେ କଞ୍ଚା କ୍ଷୀର ନା କ୍ଷୀରକୁ ଗରମ କରି ପିଇବା ଭଲ । ଡାକ୍ତରଙ୍କ କହିବା ଅନୁସାରେ, ଥଣ୍ଡା କ୍ଷୀର ବଦଳରେ ଗରମ କ୍ଷୀର ଖାଇବା ସର୍ବଦା ପରାମର୍ଶଦାୟକ ଅଟେ । ଉଷୁମ କ୍ଷୀର ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ପୋଷକ ତତ୍ତ୍ୱର ଅବଶୋଷଣରେ ଉନ୍ନତି ଆଣେ ଏବଂ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ ।
କ୍ଷୀରକୁ କିଭଳି ଗରମ କରିବା ଉଚିତ:ଯେତେବେଳେ ଏକ ଚତୁର୍ଥାଂଶ ପରିମାଣର ପାଣି ମିଶାଇ ଦୁଗ୍ଧ ଫୁଟାଯାଏ, ସେତେବେଳେ କ୍ଷୀରର ସ୍ବାସ୍ଥ୍ୟ ଉପକାରିତା ଗୁଣ ଦ୍ବିଗୁଣ ବୃଦ୍ଧି ପାଇଥାଏ । କ୍ଷୀରରେ ଶକ୍ତି ଏବଂ ପୁଷ୍ଟିକର ତତ୍ତ୍ବ ବୃଦ୍ଧି ହେବା ସହିତ ଅନେକ ରୋଗର ଆଶଙ୍କାକୁ ମଧ୍ୟ ଦୂର କରିଥାଏ । ତେବେ ଆପଣ ମସଲାଯୁକ୍ତ କ୍ଷୀର ମଧ୍ୟ ପିଇପାରିବେ । କ୍ଷୀରରେ ହଳଦୀ, ଡାଲଚିନି, ଅଳେଇବ କିମ୍ବା ଅଦା ପରି ଆୟୁର୍ବେଦିକ ମସଲା ମିଶାଇ ହଜମ ପ୍ରକ୍ରିୟାକୁ ଦ୍ବିଗୁଣିତ କରିଥାଏ । ଏହି ମସଲା କେବଳ ସ୍ୱାଦକୁ ବୃଦ୍ଧି କରେ ନାହିଁ ବରଂ ସ୍ବାସ୍ଥ୍ୟ ଉପକାରିତା ଗୁଣ ଦ୍ବିଗୁଣା ବୃଦ୍ଧି ପାଇଥାଏ ।
ଏହା ମଧ୍ୟ ପଢନ୍ତୁ:Milk Hing Benefits: ପ୍ରତିଦିନ କ୍ଷୀର ସହ ମିଶାଇ ପିଅନ୍ତୁ ହିଙ୍ଗୁ, ପାଖ ମାଡିବନି ରୋଗ