ହାଇଦ୍ରାବାଦ:ଜୀବିତ ରହିବାକୁ ହେଲେ ଶରୀରରେ ରକ୍ତ ରହିବା ଅତ୍ୟନ୍ତ ଜରୁରୀ ଅଟେ । ରକ୍ତ ମାଧ୍ୟମରେ ପୋଷକ ତତ୍ତ୍ୱ ଶରୀରର ପ୍ରତ୍ୟେକ ଅଶଂରେ ପହଞ୍ଚିଥାଏ । ଶରୀରରେ ରକ୍ତର ଉପସ୍ଥିତି ହିଁ ଅମ୍ଳଜାନ ଯୋଗାଇଥାଏ । ଯଦି ଶରୀରରେ ରକ୍ତ ତିଆରି ହେବ ନାହିଁ ତେବେ କଣ ହେବ ଥରେ ଚିନ୍ତା କରିବା ଆବଶ୍ୟକ । ସିକଲସେଲ ଭଳି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ଏବଂ ଏହାର ନିରାକରଣ ପାଇଁ ପ୍ରତିବର୍ଷ ଜୁନ 19 ତାରିଖରେ ବିଶ୍ବ ସିକଲସେଲ ଦିବସ ପାଳନ କରାଯାଇଥାଏ । ଏହି ରୋଗ ଦ୍ବାରା ଲୋହିତ ରକ୍ତକଣିକା ପ୍ରବାଭିତ ହୋଇଥାଏ ।
ସିକଲସେଲ କଣ?: ସିକଲସେଲ ଏକ ଜେନେଟିକ ରୋଗ । ଏହା ଦ୍ବାରା ଶରୀରରେ ଥିବା ଲାଲ ରକ୍ତ କଣିକାର ଗଠନ ଉପରେ ପ୍ରଭାବ ପଡିଥାଏ, ଯାହା ଶରୀରରେ ଅମ୍ଳଜାନ ଯୋଗାଇଥାଏ । ଲୋହିତ ରକ୍ତ କଣିକା ସାଧାରଣତଃ ଗୋଲାକାର ଆକୃତିର ହୋଇଥାଏ । କିନ୍ତୁ ସିକଲସେଲ ଆମୋନିଆରେ କିଛି ଲାଲ ରକ୍ତ କଣିକା ଚନ୍ଦ୍ର ଆକୃତିର ହୋଇଯାଇଥାଏ । ଯାହାଫଳରେ ବହୁତ କମ ପରିମାଣର ଅମ୍ଳଜାନ ଗ୍ରହଣ କରିଥାଏ । ଯାହା ରକ୍ତ ପ୍ରବାହକୁ ମନ୍ଥର କରିଥାଏ, ଯେଉଁ କାରଣରୁ ଶରୀରରେ ରକ୍ତ ଅଭାବ ଥାଏ । ଧୀରେଧୀରେ ସିକଲ ସେଲ ନଷ୍ଟ ହୋଇଯାଇଥାଏ, ଯେଉଁ କାରଣରୁ ଲାଲ ରକ୍ତ କଣିକା କମିବା ଆରମ୍ଭ କରେ । ଏହାର ପ୍ରଭାବ ଶରୀରରେ ଉପଲବ୍ଧ ଅମ୍ଳଜାନ ଉପରେ ପଡିଥାଏ, ସଠିକ୍ ଚିକିତ୍ସା ନହେବା ହେତୁ ବ୍ୟକ୍ତିର ମୃତ୍ୟୁ ସମ୍ଭାବନା ମଧ୍ୟ ବଢିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ଜେନେଟିକ୍ ସମସ୍ୟା ଯାହା ଜନ୍ମ ସମୟରୁ ଦେଖାଯାଥାଏ। ଯେତେବେଳେ ଏକ ଶିଶୁ ତା’ର ଉଭୟ ପିତାମାତାଙ୍କଠାରୁ ସିକଲସେଲ୍ ଜିନ ଗ୍ରହଣ କରେ, ସେତେବେଳେ ଶିଶୁ ଅସୁସ୍ଥ ହୋଇଥାଏ।ଏହା ଦ୍ବାରା କିଡନୀ, ଫୁସଫୁସ, ହୃତପିଣ୍ଡ, ଗଣ୍ଠିଯନ୍ତ୍ରଣା ସମସ୍ୟା ହୋଇପାରେ।
ସିକଲସେଲ ଆମୋନିଆର ଲକ୍ଷଣ:
- ସବୁବେଳେ ହାଡ ଏବଂ ମାଂସପେଶୀରେ ଯନ୍ତ୍ରଣା ଲାଗି ରହିବା
- ପାଦ ଫୁଲିବା
- ମୁଣ୍ଡ ଘୁରିବା
- ମୁଣ୍ଡବିନ୍ଧା ଏବଂ ଆଖି ସମସ୍ୟା
- ଦୁର୍ବଳ ଲାଗିବା