ଓଡିଶା

odisha

ETV Bharat / sukhibhava

ବୃଦ୍ଧି ପାଉଛି ସ୍କ୍ରବ୍ ଟାଇଫସ୍ ମାମଲା, ଏହି ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ବୃଦ୍ଧି ପାଉଛି ସ୍କ୍ରବ୍ ଟାଇଫସ୍ ମାମଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଚିକିତ୍ସା କରାନଗଲେ ଜଟିଳ ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 8, 2023, 11:23 AM IST

scrub typhus
scrub typhus

ହାଇଦ୍ରାବାଦ:ମୌସୁମୀ ଧରାପୃଷ୍ଠକୁ ଶୀତଳ କରୁଥିଲେ ହେଁ ଅନେକ ରୋଗର କାରଣ ହୋଇଥାଏ । ବର୍ଷା ହେଲେ ସତ୍ତ୍ବେ ବାୟୁମଣ୍ଡଳର ଆଦ୍ରତା ଯୋଗୁଁ ଝାଳ ବାହାରିଥାଏ । ତେବେ ଏହାରି ଭିତରେ ମୌସୁମୀରେ ହିମାଚଳପ୍ରଦେଶରୁ ଜୀବାଣୁ ସଂକ୍ରମଣ ସାମ୍ନାକୁ ଆସିଛି । ଏହାକୁ ସ୍କ୍ରବ୍ ଟାଇଫସ୍ କୁହାଯାଉଛି । ଗତ କିଛି ଦିନ ହେବ ଏହି ସଂକ୍ରମଣ ରାଜସ୍ଥାନ ଏବଂ ହିମାଚଳପ୍ରଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ଅତିକମରେ, 700 ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି ।

ସ୍କ୍ରବ୍ ଟାଇଫସ୍ କଣ?: ସ୍କ୍ରବ୍ ଟାଇଫସ୍ ଏକ ଜୀବାଣୁ ଜନିତ ରୋଗ । ପାଗରେ ପରିବର୍ତ୍ତନ କାରଣରୁ ଓରିଏଣ୍ଟିଆ ସ୍ତୁସ୍ତୁଗାମୁସୀ କାରଣରୁ ହୋଇଥାଏ । ସଂକ୍ରମିତ କୀଟପତଙ୍ଗ କାମୁଡ଼ିବା ଦ୍ୱାରା ଏହା ହୋଇଥାଏ । ଏହି ସଂକ୍ରମିତ କୀଟ ମଣିଷକୁ କାମୁଡ଼େ ସେତେବେଳେ ସ୍କ୍ରବ୍ ଟାଇଫସ୍ ହୋଇଥାଏ । ଏହା ସାଧାରଣତଃ ଭାରତ ସମେତ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଦେଖାଯାଏ । ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥାଆନ୍ତି । ଚିଗର୍ ନାମକ ସଂକ୍ରମିତ କୀଟ କାମୁଡିବା ଦ୍ବାରା ଏହି ରୋଗରେ ଜଣେ ଆକ୍ରାନ୍ତ ହୋଇଥାଏ ବୋଲି ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ: Hydra Facial: ଅଭିନେତ୍ରୀଙ୍କ ପରି ସୁନ୍ଦର ହେବାକୁ ଚାହୁଁଛନ୍ତି କି ? ଟ୍ରାଏ କରନ୍ତୁ ହାଇଡ୍ରା ଫେସିଆଲ !

ଏହି କୀଟ ଗୁଡିକ ସାଧାରଣତଃ ଘନ ଜଙ୍ଗଲ ଏବଂ ଅଧିକ ଘାସ ରହିଥିବା ସ୍ଥାନରେ ଦେଖାଯାଆନ୍ତି । ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଦାଗ ଏବଂ କାମୁଡିଥିବା ସ୍ଥାନରେ ଫୁଲା ଦେଖାଯାଇଥାଏ । ଏହା ବ୍ୟତୀତ, ସ୍କ୍ରବ୍ ଟାଇଫସର ଏକ ସାଧାରଣ ଲକ୍ଷଣ ହେଉଛି ଚର୍ମରେ ବଡ ଧରଣର ଏକ ଘା' ହେବା । ଯେଉଁ ସ୍ଥାନରେ ଏହି କୀଟ କାମୁଡିଥାଏ, ସେହି ସ୍ଥାନରେ କଳା ହୋଇ ବଡ ଧରଣର କ୍ଷତ ହୋଇଥାଏ । କେତେକ କ୍ଷେତ୍ରରେ ଶ୍ୱାସକ୍ରିୟା ଏବଂ ଅର୍ଗାନ ଫେଲର ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଏହି ବ୍ୟକ୍ତିଙ୍କୁ ସଂକ୍ରମିତର ଆଶଙ୍କା ଅଧିକା: ସ୍କ୍ରବ୍ ଟାଇଫସ୍ ଭାରତରେ ଏକ ଚିନ୍ତାର ବିଷୟ । କାରଣ ଏହି ରୋଗୀଙ୍କୁ ତୁରନ୍ତ ନିରାକରଣ ଏବଂ ଚିକିତ୍ସା କରା ନଗଲେ ଏହା ଗୁରୁତର ହୋଇପାରେ । ତେବେ କେତେକ କ୍ଷେତ୍ରରେ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ । ମୌସୁମୀ ସମୟରେ ଏହାର ଲକ୍ଷଣ ମ୍ୟାଲେରିଆ, ଡେଙ୍ଗୁ ସହ ପ୍ରାୟ ସମାନ ହୋଇଥାଏ । ଗ୍ରାମ କିମ୍ବା ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକଙ୍କୁ ସ୍କ୍ରବ୍ ଟାଇଫସ୍ ହେବାର ଆଶଙ୍କା ଅଧିକ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details