ହାଇଦ୍ରାବାଦ:ଶରୀରକୁ ସୁସ୍ଥ ରଖିବା ଏବଂ ଅଙ୍ଗଗୁଡିକ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଶରୀରର ସମସ୍ତ ଅଙ୍ଗରେ ରକ୍ତ ସଞ୍ଚାଳନ ଠିକ ଭାବେ ଆବଶ୍ୟକ। କିନ୍ତୁ କିଛି ସମସ୍ୟା ଯୋଗୁଁ ବେଳେବହେଶେ ଶରୀରରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇପାରେ। ଏଭଳି ଏକ ସମସ୍ୟା ହେଉଛି POTS(Postural Orthostatic Tachycardia Syndrome)।
ପୋଶ୍ଚୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚିକାର୍ଡିଆ ସିଣ୍ଡ୍ରୋମ(POTS) ଏପରି ଏକ ବ୍ୟାଧି ଯେତେବେଳେ ମନୁଷ୍ୟ ଠିଆ ହୋଇଥାଏ, ସେତେବେଳେ ସମସ୍ତ ରକ୍ତ ଶରୀରର ତଳ ଅଂଶକୁ ଆସିଯାଏ। ଶରୀରର ଉପର ଅଂଶରେ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ। POTS ଏକ ହୃଦୟ ସମ୍ବନ୍ଧୀୟ ରୋଗ, ଯାହା ବସିବା କିମ୍ବା ଠିଆ ହେବା ପରେ ହୃଦସ୍ପନ୍ଦନରେ ଏକ ଅସ୍ୱାଭାବିକ ବୃଦ୍ଧି ଘଟିଥାଏ। ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ରହିଥାଏ।
POTS ଯୋଗୁଁ ଶରୀରର ଉପର ଅଂଶରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଥାଏ। ଫଳରେ ମସ୍ତିଷ୍କକୁ ସଠିକ ସମୟରେ ରକ୍ତ ପହଞ୍ଚିପାରେ ନାହିଁ। ଏହାସହ ହୃଦ ସ୍ପନ୍ଗନ ମଧ୍ୟ ବୃଦ୍ଧି ପାଇଥାଏ। ଠିଆ ହେବାର ଏକ ମିନିଟ ପରେ ହୃଦ ସ୍ପନ୍ଦନ 30 ଥର ଅଧିକ ହୋଇଥାଏ। ହୃଦସ୍ପନ୍ଦନ ଏକ ମିନିଟରେ 72 ଥର ହେଉଥିବା ବେଳେ ଏଭଳି କ୍ଷେତ୍ରରେ ଆଉ 30 ଥର ଅଧିକ ହୋଇଥାଏ। ଫଳରେ ଶରୀରର ସନ୍ତୁଳନ ବିଗିଡିଯାଇଥାଏ। ତେବେ ଏହି ରୋଗର ଲକ୍ଷଣ ବିଷୟରେ ଅବଗତ ହେବା ଆବଶ୍ୟକ
- ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା
- ସ୍ପଷ୍ଟ ନଦେଖାଯିବା
- ବାନ୍ତି ଆସିବା ଭଳି ଲାଗିବା
- ପେଟ ଯନ୍ତ୍ରଣା
- କୋଷ୍ଠକାଠିନ୍ୟ
- ଅତ୍ୟଧିକ ଝାଳ
ଏହା ମଧ୍ୟ ପଢନ୍ତୁ:Vaccine Side Effect: ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ଟିକାର ଦ୍ବିତୀୟ ଡୋଜ୍ !
କେଉଁ କାରଣ ପାଇଁ ଏହି ରୋଗ ହୋଇଥାଏ: ଡାକ୍ତରମାନେ କହିଛନ୍ତି ଯେ, ଏଭଳି କିଛି ଶରୀରର ସ୍ଥିତି ରହିଛି ଯାହା ଦ୍ବାରା ଏହି ବିପଦ ବୃଦ୍ଧି ହୋଇପାରେ। ଏହା ଯେକୌଣସି ବୟସରେ ମଧ୍ୟ ହୋଇପାରେ। ବେଷକରି ଏହାର ସର୍ବାଧିକ ବିପଦ 15-50 ବର୍ଷ ବୟସରେ ଦେଖାଯାଏ । ଏହାସହ କେତେକ ପ୍ରକାରର ରୋଗ ମଧ୍ୟ ଏହି ରୋଗର ଆଶଙ୍କାକୁ ବୃଦ୍ଧି କରିପାରେ।
- ନିମୋନିଆ
- ଅଟୋମ୍ୟୁମ୍ୟୁନ ରୋଗ, ଯେପରିକି ସୋଜୋଗ୍ରେନ୍ ସିଣ୍ଡ୍ରୋମ କିମ୍ବା ଲୁପସ୍
- ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଅଧିକ ବିପଦ ଥାଏ
ପୋଶ୍ଚୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚିକାର୍ଡିଆ ସିଣ୍ଡ୍ରୋମ ସମସ୍ୟା କିଭଳି ଜାଣିବେ: ସୂଚନା ଅନୁସାରେ, POTSର କୌଣସି ଚିକିତ୍ସା ପଦ୍ଧତି ନାହିଁ। କିନ୍ତୁ କେତେକ ଔଷଧ ଏବଂ ଥେରାପି ମାଧ୍ୟମରେ ଏହାର ବିପଦ ହ୍ରାସ କରାଯାଇପାରେ । କମ୍ପ୍ରେସନ ଥେରାପି ସାହାଯ୍ୟରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିପାରିବା। ଗାଧୋଇବା, ଧାଡିରେ ଠିଆ ହେବା କିମ୍ବା ଚାପଗ୍ରସ୍ତ ଅନୁଭବ କରିବା ସମୟରେ POTS ଅନୁଭବ କରିବାର ସମ୍ଭାବନା ଅଧିକ ରହିଥାଏ। ଖାଇବା ପରେ ମଧ୍ୟ ଏହି ଲକ୍ଷଣ ଅଧିକ ଦେଖାଯାଇଥାଏ। ହଜମ ପାଇଁ ଅନ୍ତନଳୀରେ ଅଧିକ ରକ୍ତ ଆବଶ୍ୟକ ହୁଏ, ସେଭଳି କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ। ରାତିରେ ଠିକ ସମୟରେ ଏବଂ ପର୍ଯ୍ୟାପ୍ତ ସମୟ ଶୋଇବା ଦ୍ବାରା ଏହି ରୋଗର ଆଶଙ୍କାକୁ କିଛି ମାତ୍ରାରେ ରୋକିପାରିବା। ନିୟମିତ ଯୋଗ ଏବଂ ବ୍ୟାୟାମ କରିବା ଦ୍ବାରା ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ