ଓଡିଶା

odisha

ETV Bharat / sukhibhava

ପୁରୁଷ ବାଂଝପଣ ଓ ଏହାର କାରଣ - ପୁରୁଷ ବାଂଝପଣ

ଆପଣ ଜାଣନ୍ତି କି ପୁରୁଷମାନେ ବି ବାଂଝପଣର ସମ୍ମୁଖୀନ ହୁଅନ୍ତି ଓ ଏହି ସମସ୍ୟା ଲିଙ୍ଗଗତ ସମସ୍ୟା ହୋଇ ଆଉ ରହିନାହିଁ ? ଏହାର ଅର୍ଥ ହେଲା ଯେ, ମହିଳାମାନଙ୍କର ଗର୍ଭଧାରଣ ସାମର୍ଥ୍ୟ ଥିବ, କିନ୍ତୁ ସନ୍ତାନ ପ୍ରସବ କରିପାରିବେ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ପୁରୁଷ ବାଂଝପଣ ଓ ଏହାର କାରଣ
ପୁରୁଷ ବାଂଝପଣ ଓ ଏହାର କାରଣ

By

Published : Aug 11, 2020, 3:50 PM IST

ବର୍ଷ ବର୍ଷ ହେବ ବାଂଝପଣ ବା ଇନଫର୍ଟିଲିଟି ଶବ୍ଦ କେବଳ ମହିଳାମାନଙ୍କ ସହ ଜଡିତ ଥିଲା । କିନ୍ତୁ ଆପଣ ଜାଣନ୍ତି କି ପୁରୁଷମାନେ ବି ବାଂଝପଣର ସମ୍ମୁଖୀନ ହୁଅନ୍ତି ଓ ଏହି ସମସ୍ୟା ଲିଙ୍ଗଗତ ସମସ୍ୟା ହୋଇ ଆଉ ରହିନାହିଁ ? ଏହାର ଅର୍ଥ ହେଲା ଯେ, ମହିଳାମାନଙ୍କର ଗର୍ଭଧାରଣ ସାମର୍ଥ୍ୟ ଥିବ, କିନ୍ତୁ ସନ୍ତାନ ପ୍ରସବ କରିପାରିବେ ନାହିଁ ।

ମହିଳାଙ୍କ ଗର୍ଭଧାରଣ ପ୍ରକ୍ରିୟାରେ ଚିକିତ୍ସୀୟ ଭାବେ ସମର୍ଥ ହୋଇନଥାନ୍ତି ପୁରୁଷମାନେ । ପୁରୁଷ ବାଂଝପଣ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ପୁରୁଷ ବାଂଝପଣ ଓ ଏହାର କାରଣ ସଂପର୍କରେ ଜାଣିବା ପାଇଁ ଆମେ ହାଇଦ୍ରାବାଦ ସ୍ଥିତ ବିଶେଷଜ୍ଞ ଡାକ୍ତର ରାହୁଲ ରେଡ୍ଡିଙ୍କ ସହ କଥା ହୋଇଥିଲୁ ।

ଡାକ୍ତର ରାହୁଲଙ୍କ ମତରେ ମେଲ୍ ଇନଫର୍ଟିଲିଟି ବା ପୁରୁଷ ବାଂଝପଣର ସବୁଠୁ ବଡ କାରଣ ହେଉଛି କମ୍ ଶୁକ୍ରାଣୁ ଗଣତି ( ଲୋ ସ୍ପର୍ମ କାଂଉଟ୍‌) ବା ଅସ୍ୱାସ୍ଥକର ଶୁକ୍ରାଣୁ । ବୟସାଧିକ୍ୟ, ବିଶୃଙ୍ଖଳିତ ଜୀବନଶୈଳୀ, ଅତ୍ୟଧିକ ଅବସାଦ ଓ ଜେନେଟିକ୍ କାରଣରୁ ପୁରୁଷ ଶରୀରରେ ଆବଶ୍ୟକତା ଅନୁସାରେ ଶୁକ୍ରାଣୁ ସୃଷ୍ଟି ହୋଇ ନ ପାରିବା ଓ ଅସ୍ୱାସ୍ଥ୍ୟକର ଶୁକ୍ରାଣ ହେତୁ ସନ୍ତାନ ଉତ୍ପତି ପାଇଁ ମହିଳାଙ୍କ ଡିମ୍ବାଣୁ ସକ୍ରିୟ ହୋଇପାରେ ନାହିଁ ।

ମେଲ୍ ଇନଫର୍ଟିଲିଟି ବା ପୁରୁଷ ବାଂଝପଣର ତିନିଟି ମୁଖ୍ୟ କାରଣ ଥାଇପାରେ । ତାହା ହେଲା ଶରୀରରେ କମ୍ ପରିମାଣର ଶୁକ୍ରାଣୁ, ଅସ୍ୱାସ୍ଥ୍ୟକର ଶୁକ୍ରାଣୁ ଓ ଅସମାନ ଶୁକ୍ରାଣୁ । ଏହି ସମସ୍ୟାକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

୧.ଆଜୋସ୍ପେର୍ମିଆ : ପୁରୁଷର ସିମନରେ ବହୁ କମ ମାତ୍ରାରେ ବା କୌଣସି ଶୁକ୍ରାଣୁ ନ ଥିଲେ ମହିଳାଙ୍କ ଡିମ୍ବାଣୁ ନିଷ୍କିୟ ହୋଇ ପଡେ । ମାନେ ଡିମ୍ବାଣୁକୁ ସାର ମିଳେ ନାହିଁ । ଫଳରେ ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ ।

୨. ଅଲିଗୋସ୍ପର୍ମିଆ :ଡକ୍ଟର ରେଡ୍ଡି କହନ୍ତି ଯେ, ଅଲିଗୋସ୍ପର୍ମିଆ ହେଉଛି ଆଉ ଏକ ମେଡିକାଲ ସ୍ଥିତି, ଯେଉଁଠି ପୁରୁଷ ଶୁକ୍ରାଣୁ ଗଣତି ଆବଶ୍ୟକତାଠାରୁ କମ୍ ହୋଇଥାଏ । ତାଙ୍କ ମତରେ ଜଣେ ପ୍ରାପ୍ତ ବୟସ୍କଙ୍କ ସାଧାରଣ ଶୁକ୍ରାଣୁ ଗଣତି ସିମନର ପ୍ରତି ମିଲିମିଟର ପିଛା ୧୫ ମିଲିଅନ ହେବା କଥା । ଏହାଠାରୁ କମ୍ ଶୁକ୍ରାଣୁ ରହିଲେ ବାଂଝପଣର ସମ୍ମୁଖୀନ ହେବାକୁ ପଡିଥାଏ ।

୩. ଭରିକୋସିଲ୍ : ଅଣ୍ଡକୋଷକୁ ଧରି ରଖୁଥିବା ‘ଲୁଜ୍ ବ୍ୟାଲ୍ର ଶିରା ବଢିଯିବା ସ୍ଥିତିକୁ ଭରିକୋସିଲ୍ କୁହାଯାଏ । କମ୍ ଶୁକ୍ରାଣୁ ଉତ୍ପାଦନର ଏହା ଏକ ସାଧାରଣ କାରଣ । ହରମୋନ ଅସନ୍ତୁଳନ ଭଳି ବଂଶାନୁକ୍ରମିକ କାରଣ ବି ମେଲ୍ ଇନଫର୍ଟିଲିଟିର କାରଣ ହୋଇଥାଏ । ଡାକ୍ତର ରେଡ୍ଡିଙ୍କ ଅନୁସାରେ ପୁରୁଷଙ୍କ ଏକପାଖିଆ ଅଣ୍ଡକୋଷ ବି ଅନେକ ଥର ବାଂଝପଣର କାରଣ ହୋଇଥାଏ । ଏକପାଖିଆ ଅଣ୍ଡକୋଷ ପୁରୁଷ ଶରୀରରେ ଟେଷ୍ଟୋଷ୍ଟୋରନ ଉତ୍ପାଦନକୁ ପ୍ରଭାବିତ କରିଥାଏ ।

ଲକ୍ଷଣ :-

  • ଇରେକସନ ସମସ୍ୟା ଓ ସ୍ୱଳ୍ପ ପରିମାଣରେ ଫ୍ଲୁଏଡ ସ୍ଖଳନ
  • କମ୍ ଯୌନ କାମନା
  • ଅଣ୍ଡକୋଷ ଜାଗା ପାଖାପାଖି କ୍ଷତ,ଫୁଲିବା ଓ ଯନ୍ତ୍ରଣା
  • ଅତୀତର ଯୌନ ସମସ୍ୟା
  • ବାରମ୍ବାର ଶ୍ୱାସପ୍ରଶ୍ୱାସ
  • ଗ୍ରୋଏନ ଓ ଲିଙ୍ଗ ସର୍ଜରୀ

ସ୍ୱାସ୍ଥ୍ୟଗତ ଓ ଜୀବନଶୈଳୀର ପ୍ରଭାବ:-

  • ନିଶା ଔଷଧ ସେବନ
  • ଅତ୍ୟଧିକ ମଦ୍ୟପାନ ଓ ଧୂମପାନ
  • ମାନସିକ ଓ ଭାବନାତ୍ମକ ସମସ୍ୟା
  • ମେଦ ବହୁଳତା
  • ଅବସାଦ

ସତର୍କତାମୂଳକ ପଦକ୍ଷେପର ଆବଶ୍ୟକତା:-

  • ଧୂମପାନ ଓ ମଦ୍ୟପାନରୁ ବିରତ
  • ଓଜନ ଉପରେ ନିୟନ୍ତ୍ରଣ
  • ନିଶା ଔଷଧ ସେବନରୁ ବିରତ
  • ଭାସ୍କେଟୋମି କରନ୍ତୁ ନାହିଁ
  • ଅବସାଦ ହ୍ରାସ ପାଇଁ ଉଦ୍ୟମ

ABOUT THE AUTHOR

...view details