ହାଇଦ୍ରାବାଦ:ମାଲାବସର୍ପସନ୍ ସିଣ୍ଡ୍ରୋମ ହେଉଛି ଏକ ହଜମ ପ୍ରକ୍ରିୟା ଯେଉଁଥିରେ ଶରୀରରେ ଖାଦ୍ୟ ସଠିକ୍ ଭାବରେ ଗ୍ରହଣ କରିବାରେ ଅସୁବିଧା ହୋଇଥାଏ। ସାଧାରଣତଃ ହଜମ ପ୍ରକ୍ରିୟାରେ ତ୍ରୁଟି ହେତୁ କିମ୍ବା ଖାଦ୍ୟ ଏବଂ ଜୀବନଶୈଳୀ ସହିତ ଜଡିତ ଭୁଲ ଅଭ୍ୟାସ ହେତୁ ଏହି ସମସ୍ୟାର କାରଣ ହୋଇପାରେ । ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କଠାରେ ମାଲାବସର୍ପସନ୍ ସିଣ୍ଡ୍ରୋମ ମଧ୍ୟ ହୋଇପାରେ । କାରଣ ଏହି ଅବସ୍ଥାରେ, ଶରୀରରେ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱକୁ ସଠିକ୍ ଭାବରେ ଗ୍ରହଣ ଏବଂ ହଜମ କରିବାରେ ଅସୁବିଧା ହୁଏ । ଏହି କାରଣରୁ, ଶରୀର ଉପଯୋଗୀ ପୁଷ୍ଟିକର ମିଳିପାରେ ନାହିଁ। ତେବେ ଜାଣନ୍ତୁ, ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ...
ମାଲାବସର୍ପସନ୍ ସିଣ୍ଡ୍ରୋମର ଲକ୍ଷଣ:
ମାଲାବସର୍ପସନ୍ ସିଣ୍ଡ୍ରୋମ ସମସ୍ୟା ହେତୁ ପୋଷକ ତତ୍ତ୍ୱ ରୋଗୀର ଶରୀରରେ ସଠିକ୍ ଭାବରେ ମିଳିପାରେ ନାହିଁ । ଏହି କାରଣରୁ ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ । ମାଲାବସର୍ପସନ୍ ସିଣ୍ଡ୍ରୋମର ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । ସାଧାରଣତଃ ଏହି ସମସ୍ୟାରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ହେଉଛି ଡାଇରିଆ, ଅନ୍ତଃନଳୀରେ ଅସୁବିଧା, ଦୁର୍ବଳତା, ଓଜନ ହ୍ରାସ ଏବଂ ଶରୀରର ବିକାଶର ଅଭାବ । ଏହି କାରଣରୁ ରୋଗୀର ପୁଷ୍ଟିହୀନତାର ମଧ୍ୟ ସମସ୍ୟା ହୋଇପାରେ । ମାଲାବସର୍ପସନ୍ ସିଣ୍ଡ୍ରୋମରେ ଦେଖାଯାଇଥିବା କେତେକ ପ୍ରମୁଖ ଲକ୍ଷଣ ନିମ୍ନ ଲିଖିତ ଅଟେ ।
- ପେଟ ଖରାପ: ଲୁଜ୍ ମୋଶନର ସମ୍ମୁଖୀନ ହୋଇପାରନ୍ତି । ଏହା ଅନ୍ତଃନଳୀରେ ସମସ୍ୟା ହେତୁ ହୋଇପାରେ ।
- ବାନ୍ତି ଏବଂ ଅପଚ:ଖାଇବା ପରେ ବାନ୍ତି, ପେଟରେ ଗ୍ୟାସ୍ ଏବଂ ପେଟରେ ଯନ୍ତ୍ରଣା ହୋଇପାରେ । ଖାଦ୍ୟ ସଠିକ୍ ଭାବରେ ହଜମ କରିବାର କ୍ଷମତା ଅଭାବ ହେତୁ ଏହା ହୋଇପାରେ ।
- ଓଜନ ହ୍ରାସ: ଯଦି ବିନା କାରଣରେ ଓଜନ ହ୍ରାସ ହେଉଛି, ତେବେ ଏହା ମାଲାବସର୍ପସନ୍ ସିଣ୍ଡ୍ରୋମର ଲକ୍ଷଣ ହୋଇପାରେ । ଖାଦ୍ୟରୁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱ ଶରୀରକୁ ନମିଳିଲେ ଏହା ହୋଇପାରେ ।
- ଥକ୍କାପଣ ଏବଂ ଦୁର୍ବଳତା: ଅତିଶୀଘ୍ର କ୍ଳାନ୍ତ ବା ହାଲିଆ ଅନୁଭବ ହେଲେ କିମ୍ବା ଏବଂ ଦୁର୍ବଳ ଅନୁଭବ କଲେ ମାଲାବସର୍ପସନ୍ ସିଣ୍ଡ୍ରୋମର ଶିକାର ହୋଇପାରନ୍ତି । ଶରୀର ଆବଶ୍ୟକ ପୁଷ୍ଟିକର ଖାଦ୍ୟ ନପାଇଲେ ଏହା ହୋଇପାରେ ।
- ଅନିୟମିତ ଋତୁସ୍ରାବ: ମହିଳାମାନଙ୍କଠାରେ ମାଲାବସର୍ପସନ୍ ସିଣ୍ଡ୍ରୋମ କାରଣରୁ ପୋଷକତତ୍ତ୍ବର ଅଭାବ ହୋଇପାରେ । ଫଳରେ ଋତୁସ୍ରାବରେ ଅନିୟମିତତା ହୋଇଥାଏ ।
ମାଲାବସର୍ପସନ୍ ସିଣ୍ଡ୍ରୋମର କାରଣ: