ହାଇଦ୍ରାବାଦ:ବର୍ଷା ଦିନରେ ମଶାମାନଙ୍କ ପ୍ରାଦୁର୍ଭାବ ଅଧିକ ରହିଥାଏ । ମନସୁନ ବା ବର୍ଷା ଋତୁରେ ମଶା ଦ୍ବାରା ହେଉଥିବା ରୋଗ ସାଧାରଣ ହୋଇଗଲାଣି । ବର୍ଷା ଋତୁରେ ଆରମ୍ଭ ହେବା ମାତ୍ରେ ମଶାମାନେ ବଂଶ ବିସ୍ତାର କରିବା ଆରମ୍ଭ କରିଦେଇଥାଆନ୍ତି । ବର୍ଷା ଧରାପୃଷ୍ଠକୁ ଶୀତଳ କରିବା ସହ ମନକୁ ଶାନ୍ତି ପ୍ରଦାନ କରୁଥିବା ବେଳେ ମଶା ରୋଗକୁ ଉପହାର ଆକାରରେ ଦେଲା ଭଳି ମନେହୁଏ। ଆଜିକାଲି ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁଙ୍ଗୁନିଆ ଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗକୁ ବାଦଦେଲେ ଅନ୍ୟ କିଛି ରୋଗ ରହିଛି ଯାହାକି ବିପଦଜନ୍ନକ ହୋଇପାରେ। ଏଭଳି କିଛି ରୋଗ ହେଉଛି ଲିମ୍ଫୋଟିକ୍ ଫାଇଲୋରିୟାସିସ୍ କିମ୍ବା ଏଲିଫେଣ୍ଟିଆସିସ ବା ଫାଇଲେରିଆ । ଏହି ରୋଗ କେତେକ କ୍ଷେତ୍ରରେ ବିପଦଜନ୍ନକ ହୋଇଥାଏ ।
ଫାଇଲେରିଆ କଣ:ଡାକ୍ତରୀ ଭାଷାରେ ଫାଇଲେରିଆକୁ ଏଲିଫେଣ୍ଟିଆସିସ କୁହାଯାଏ । ଲିମ୍ଫୋଟିକ୍ ଫିଲାରିଆସିସ୍ ଏକ ପ୍ରକାର ସଂକ୍ରମଣ ଯାହା ଫାଇଲେରିଆଲ୍ ପରଜୀବୀ ଦ୍ବାରା ହୋଇଥାଏ । ମଶା କାମୁଡିବା ଦ୍ବାରା ମଣିଷରେ ଶରୀରରେ ପ୍ରବେଶ କରିଥାଏ । ଏହି ସଂକ୍ରମଣ ପ୍ରାୟତଃ ବାଲ୍ୟକାଳରେ ଦେଖିବାକୁ ମିଳିଥାଏ, ଯାହା ବ୍ୟକ୍ତିର ଲିମ୍ଫୋଟିକ୍ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରଭାବ ତୁରନ୍ତ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ଯେତେବେଳେ ବିକଶିତ ହୁଏ ସେତେବେଳେ ପାଦ ଅଧିକ ଫୁଲି ଯାଉଥାଏ । ଏହାକୁ ଏଲିଫେଣ୍ଟିଆସିସ କୁହାଯାଏ ।
ଏହି ରୋଗ ଗମ୍ଭୀର ହେଲେ ଅକ୍ଷମ ମଧ୍ୟ ହୋଇପାରେ । ପରଜୀବୀ ବ୍ୟକ୍ତିର ଶରୀରରେ ପ୍ରବେଶ କରି ଲିମ୍ଫୋଟିକ୍ ସିରାରେ ପହଞ୍ଚି ବିକଶିତ ହୋଇଥାଏ । ଏହି କାରଣରୁ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣାଦାୟକ ଫୁଲା ଦେଖାଯାଏ । ମଶା କାମୁଡ଼ିବା, ଡେଙ୍ଗୁ ଇତ୍ୟାଦି ଦ୍ବାରା ହେଉଥିବା ସଂକ୍ରମଣ ଅପେକ୍ଷା ଏହା ଅଧିକ ଗମ୍ଭୀର । ଏହି ରୋଗରେ ଆକ୍ରାନ୍ତ ହେଲେ ଏହାର ପ୍ରଭାବ ବର୍ଷ ବର୍ଷ ଧରି ରହିପାରେ ।
ଫାଇଲେରିଆର ଲକ୍ଷଣ:
- ପାଦ ଫୁଲିବା
- ପାଦ ଫୁଲି ହାତି ପାଦ ଭଳି ହୋଇଯାଇଥାଏ
- ବାରମ୍ବାର ଜ୍ବର ହେବା
- ପେଲଭିକ ଫୁଲି ଯିବା
- ଶରୀର କୁଣ୍ଡେଇ ହେବା
- ମୁଣ୍ଡ ବିନ୍ଧା
ଏହା ମଧ୍ୟ ପଢନ୍ତୁ: Dengue: ଡେଙ୍ଗୁଠୁ ଛୁଆକୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହ ଟିପ୍ସ