ଓଡିଶା

odisha

ETV Bharat / sukhibhava

ପାଟି ଭିତରେ ଧଳା ପରଦା ପଡିବା ହୋଇପାରେ ଏହି ସମସ୍ୟା - ପାଟି ଭିତରେ ଧଳା ପରଦା

ଲ୍ୟୁକୋପ୍ଲାକିଆ ହେଉଛି ଏକ ରୋଗ ଯାହା ପାଟିରେ କର୍କଟ ରୋଗ ସୃଷ୍ଟି କରିପାରେ । ଏହି ରୋଗରେ ଜିଭ ଏବଂ ଗାଲର ଭିତର ପାଖରେ ଏକ ଧଳା ସ୍ତର ଜମା ହୋଇଯାଏ । ଅଧିକ ପଢନ୍ତୁ

leukoplakia
leukoplakia

By

Published : Jun 19, 2023, 12:10 PM IST

ହାଇଦ୍ରାବାଦ:ଆପଣଙ୍କ ଜିଭରେ କିମ୍ବା ଗାଲ ଭିତରେ ମୋଟା ଧଳା ସ୍ତର ଅଛି କି ? ଏହି ଶୀଘ୍ର ହଟୁନି କି । ଏଭଳି ସମସ୍ୟା ଦେଖାଗଲେ ଜମାରୁ ମଧ୍ୟ ଖାମଖିଆଲ କରିବା ଠିକ ନୁହେଁ । ସତର୍କ ରହିବା ଆବଶ୍ୟକ । ଏହା ଏକ ଗୁରୁତର ମଧ୍ୟ ହୋଇପାରିଥାଏ । ଡାକ୍ତରୀ ଭାଷାରେ ଏହାକୁ ଲ୍ୟୁକୋପ୍ଲାକିଆ କୁହାଯାଏ । ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଏହା କର୍କଟ ରୋଗର ରୂପ ନେଇପାରେ । ଜାଣନ୍ତୁ ଲ୍ୟୁକୋପ୍ଲାକିଆ କାରଣ ।

କଣ ଏହି ଲ୍ୟୁକୋପ୍ଲାକିଆ: ଲ୍ୟୁକୋପ୍ଲାକିଆ ହେଉଛି ଏକ ରୋଗ ଯାହା ପାଟି ବା ମୁଖ କର୍କଟ ରୋଗ ସୃଷ୍ଟି କରିପାରେ । ଏହି ରୋଗରେ ଜିଭ ଏବଂ ଗାଲରେ ପାଟି ଭିତରେ ଏକ ଧଳା ସ୍ତର ଜମା ହୋଇଯାଏ । ଧଳା ଦାଗ ସୃଷ୍ଟି ହୋଇଥାଏ । ଯାହା ବାହାର କରିବା ମଧ୍ୟ କଷ୍ଟକର । ଏହାର ମୁଖ୍ୟ କାରଣ ହେଉଛି ଧୂମପାନ ଏବଂ ତମାଖୁ ସେବନ । ଯେଉଁମାନେ ଅଧିକ ମଦ୍ୟପାନ କରନ୍ତି ସେମାନଙ୍କ ଠାରେ ଲ୍ୟୁକୋପ୍ଲାକିଆର ଆଶଙ୍କା ଅଧିକ ଥାଏ ।

ଅନ୍ୟପଟେ, ଲଗାତାର ତମାଖୁ ସେବନ କରିବା ଦ୍ବାରା ଏହା ପରବର୍ତ୍ତୀ ସମୟରେ ଗୁରୁତର ସମସ୍ୟା ହୋଇପାରେ । ଯେଉଁମାନଙ୍କର ଇମ୍ୟୁନିଟି ପାଓ୍ବାର ଦୁର୍ବଳ ରହିଥାଏ ସେମାନେ ଶୀଘ୍ର ଏହି ରୋଗର ଶିକାର ହୋଇଥାଆନ୍ତି । ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ହେଲେ କୌଣସି ପ୍ରକାର ଲକ୍ଷଣ କିମ୍ବା ଯନ୍ତ୍ରଣା ହୁଏ ନାହିଁ କିନ୍ତୁ ଯେତେବେଳେ ସମସ୍ୟା ଗୁରୁତର ହୋଇଥାଏ ରୋଗୀ ଅନେକ ପ୍ରକାର ଯନ୍ତ୍ରଣା ଭୋଗିଥାଏ ।

ଯେତେବେଳେ ଧଳା ଦାଗ ସହିତ ଲାଲ୍ ଚିହ୍ନ ଦେଖାଯାଏ, ସେତେବେଳେ ସେହି ସ୍ଥାନରେ କର୍କଟ ହେବାର ସମ୍ଭାବନା ବଢିଯାଏ । ଏହିପରି ମାର୍କ ଥିବା ଲ୍ୟୁକୋପ୍ଲାକିଆକୁ ସ୍କେକ୍ଲଡ ଲ୍ୟୁକୋପ୍ଲାକିଆ କୁହାଯାଏ । ଯଦି ପାଟିରେ କୌଣସି ପ୍ରକାର ଦାଗ ଦେଖାଯାଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ ।

ଏହା ମଧ୍ୟ ପଢନ୍ତୁ: National Reading Day 2023: ପୁଥୁଭେଇଲ ନାରାୟଣ ପାନିକରଙ୍କ ସ୍ମୃତିରେ ପାଳନ ହୁଏ ପଠନ ଦିବସ

ଲ୍ୟୁକୋପ୍ଲାକିଆର ଲକ୍ଷଣ:

ପାଟିରେ ଧଳା କିମ୍ବା ଧୂସର ରଙ୍ଗର ମୋଟା ସ୍ତର

ଚର୍ମ ମୋଟା ବା ବହଳିଆ ଲାଗିବା

ବିରଳ ଲାଲ ଦାଗ

ଲ୍ୟୁକୋପ୍ଲାକିଆରରୁ କେମିତି ବର୍ତ୍ତିବେ:

ତମାଖୁ, ବିଡି ସିଗାରେଟକୁ ବର୍ଜନ କରିବା ଆବଶ୍ୟକ

ଏପରି ପରିସ୍ଥିତିରେ ମଦ୍ୟପାନ ସମସ୍ୟାକୁ ବଢାଇପାରେ, ତେଣୁ ତ୍ୟାଗ କରିବା ଉଚିତ୍‌

ଧଳା ରଙ୍ଗ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ

କର୍କଟ ରୋଗ ହେବାର ଆଶଙ୍କା ସୃଷ୍ଟି କରୁଥିବା ପ୍ୟାଚ୍ ଅପସାରଣ ପାଇଁ ସର୍ଜିକାଲ୍ ସାହାଯ୍ୟ ଆବଶ୍ୟକ ହୋଇପାରେ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଇବା ଆବଶ୍ୟକ

ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ଖାଦ୍ୟ ଖାଆନ୍ତୁ ଯେପରିକି ପାଳଙ୍ଗ ଏବଂ ଗାଜର

Disclaimer: ଏହା ଏକ ରିପୋର୍ଟ ଉପରେ ଆଧାରିତ । ଏଭଳି ସମସ୍ୟା ଦେଖାଗଲେ କୌଣସି ପ୍ରକାର ବିଧି ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ ।

ABOUT THE AUTHOR

...view details