ହାଇଦ୍ରାବାଦ:ଜୁଭେନାଇଲ୍ ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯାହା ପିଲାମାନଙ୍କଠାରେ ଦେଖାଯାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ଆର୍ଥ୍ରାଇଟିସ୍(Arthritis) ହେଉଛି ଏକ ଅବସ୍ଥା ଯେଉଁଥିରେ ଗଣ୍ଠି ଏବଂ ଏହାର ଆଖପାଖରେ ଯନ୍ତ୍ରଣା, ଫୁଲା, ଦୈନନ୍ଦିନ କାର୍ଯ୍ୟକଳାପରେ ଅସୁବିଧା ଏବଂ କଠିନତା ଦେଖାଯାଏ । ଯଦି ପରିସଂଖ୍ୟାନ ଦେଖିବା ତେବେ ଆମ ଦେଶର ପ୍ରତି 1000 ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗ ଦ୍ୱାରା ପ୍ରଭାବିତ ହୁଅନ୍ତି । 16 ବର୍ଷରୁ କମ୍ ପିଲାମାନଙ୍କଠାରେ ଏହି ଜୁଭେନାଇଲ ଆର୍ଥ୍ରାଇଟିସ ଦେଖାଯାଇଥାଏ । ଯଦି ଜୁଭେନାଇଲ୍ ଆର୍ଥ୍ରାଇଟିସ୍ ଆରମ୍ଭରେ ଚିହ୍ନଟ ସହ ଚିକିତ୍ସା କରାଯାଏ, ତେବେ ପିଲାମାନଙ୍କଠାରେ ଅକ୍ଷମତା ଏବଂ ବିକଳାଙ୍ଗ ସମସ୍ୟାକୁ ରୋକାଯାଇପାରିବ । ଏହାକୁ ରୋକିବାରେ ଡାକ୍ତରଙ୍କ ଔଷଧ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଶାରୀରିକ ଚିକିତ୍ସା ବହୁତ ସାହାଯ୍ୟ କରିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଜୁଭେନାଇଲ ଆର୍ଥ୍ରାଇଟିସର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।
ଜୁଭେନାଇଲ ଆଥ୍ରାଇଟିସର ଲକ୍ଷଣ: ଜୁଭେନାଇଲ ଆର୍ଥ୍ରାଇଟିସର ଶିକାର ହୋଇଥିବା ପିଲାମାନଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯନ୍ତ୍ରଣା, ଗଣ୍ଠିରେ କଠିନତା ଏବଂ ଚଲାବୁଲାରେ ସମସ୍ୟା ହୋଇପାରେ । ଏହି କାରଣରୁ, ପିଲାମାନେ ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ବିଦ୍ୟାଳୟ, କ୍ରୀଡ଼ା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନେକ ଥର, ଏହି ରୋଗରେ ପିଲାମାନେ ଅନ୍ୟ ପିଲାମାନଙ୍କଠାରୁ ନିଜକୁ କମ୍ ଭାବି ଅଲଗା ହୋଇ ଯାଆନ୍ତି । ଏହି ରୋଗ ସେମାନଙ୍କ ଆଖି, ହୃଦୟ, ଫୁସଫୁସ ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ ।
ଏହା ମଧ୍ୟ ପଢନ୍ତୁ: କାହିଁକି ମହିଳାଙ୍କ ଅଧିକ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ, ଜାଣନ୍ତୁ ଏହାର କାରଣ ଓ ନିରାକରଣ