ହାଇଦ୍ରାବାଦ:କର୍କଟ ରୋଗର ନାମ ଶୁଣିଲେ ସମସ୍ତଙ୍କ ମନରେ ଛନକା ଆସେ । ଆପଣ ଅନେକ ପ୍ରକାରର କ୍ୟାନ୍ସର ବିଷୟରେ ଶୁଣିଥିବେ, ହେଲେ କେବେ ଜେଲି ବେଲି କ୍ୟାନ୍ସର ବିଷୟରେ ଶୁଣିଛନ୍ତି କି ? ଏହା ଏକ ମାରାତ୍ମକ କ୍ୟାନ୍ସର । ଏହି ରୋଗ ଦ୍ବାରା ବ୍ରିଟେନରେ ପ୍ରତିବର୍ଷ 215 ଲୋକ ପ୍ରଭାବିତ ହୋଇଥାଆନ୍ତି । ଜେଲି ବେଲି କର୍କଟକୁ ସ୍ୟୁଡୋମାଇଜୋମା ପେରିଟୋନି ମଧ୍ୟ କୁହାଯାଏ ।
ଏହା ଏକ ପ୍ରକାର ଟ୍ୟୁମର, ଯାହା ଧୀରେଧୀରେ ପେଟରେ ବଢ଼ିଥାଏ । ଏହା ଏକ ତରଳ ପଦାର୍ଥ ଭଳି ରହିଥିବା ବେଳେ ଏହା ପ୍ରଥମେ ଗର୍ଭାଶୟରୁ ଆରମ୍ଭ ହୋଇ ପେଟରେ ମାଡ଼ି ଯାଇଥାଏ । ଏହା ଏକ ଜେଲିର ରୂପ ନେଇଥାଏ । ତେବେ ଗର୍ଭାଶୟ ବ୍ୟତୀତ ଏହା ଅନ୍ତନଳୀ, ଡିମ୍ବାଣୁ କିମ୍ବା ବ୍ଲାଡରରୁ ମଧ୍ୟ ବ୍ୟାପିବା ଆରମ୍ଭ ହୋଇଥାଏ । ସ୍ୟୁଡୋମାଇଜୋମା ପେରିଟୋନି ବା PMPକୁ ଏକ ବିରଳ କର୍କଟ ଭାବରେ ବିବେଚନା କରାଯାଏ । ଏହା ଶରୀରରେ ଏକ ଛୋଟ ପଲିପ୍ ଆକାରରେ ଉତ୍ପନ୍ନ ହୁଏ । ତା’ପରେ ଧୀରେଧୀରେ ବିସ୍ତାର ହୁଏ ଏବଂ ଆବଡୋମିନଲ କ୍ୟାବିଟିରେ କ୍ୟାନ୍ସର ସେଲକୁ ରଖିଥାଏ । ଏହାକୁ ପେରିଟୋନାମ୍ ମଧ୍ୟ କୁହାଯାଏ ।
ସ୍ୟୁଡୋମାଇଜୋମା ପେରିଟୋନି ଶରୀରରେ କିଭଳି ବ୍ୟାପିଥାଏ: ସ୍ୟୁଡୋମାଇଜୋମା ପେରିଟୋନି ବା PMP ରକ୍ତ କିମ୍ବା ଲିମ୍ଫୋଟିକ ସିଷ୍ଟମ ଦ୍ବାରା ବ୍ୟାପି ନଥାଏ । ଏହା ପେଟରେ ରହିଥାଏ ଏବଂ ଏହାର ଆକାର ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ, ନିଶ୍ୱାସ ନେବା ଏବଂ ଚାଲିବାରେ ଅସୁବିଧା ହୁଏ । ଏହା ବ୍ୟତୀତ ଶରୀର ସଠିକ୍ ଭାବରେ ଖାଉଥିବା ଖାଦ୍ୟ ଗ୍ରହଣ କରିବାରେ ସକ୍ଷମ ହୁଏ ନାହିଁ । PMP ଅନ୍ୟ ପ୍ରକାରର କର୍କଟ ଭଳି ନୁହେଁ । ଏହା କେବଳ ପେଟ ଭିତରେ କିମ୍ବା ଚାରିପାଖରେ ଉପସ୍ଥିତ ଅଙ୍ଗରେ ବ୍ୟାପିଥାଏ ।