ଓଡିଶା

odisha

ETV Bharat / sukhibhava

My Plate: ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ICMR ଡାଏଟ ଚାଟ୍‌ - ମାଇ ପ୍ଲେଟ୍‌ କନସେପ୍ଟ କଣ

ଆପଣ ମଧ୍ୟ ଫିଟ ରହିବାକୁ ଚାହୁଁଛନ୍ତି । ତେବେ ଆପଣାନ୍ତୁ ICMR ଡାଏଟ୍‌ । ଆଇସିଏମଆରର ମାଇ ପ୍ଲେଟ୍‌ ଦ୍ବାରା ଆପଣ ସୁସ୍ଥ ରହିପାରିବେ । ଅଧିକ ପଢନ୍ତୁ

My Plate
My Plate

By

Published : Aug 3, 2023, 7:35 PM IST

ହାଇଦ୍ରାବାଦ:ଆଜିକା ସମୟରେ ସମସ୍ତେ ନିଜକୁ ଫିଟ୍‌ ରଖିବା ପାଇଁ ଚାହାନ୍ତି । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏହା ସମ୍ଭବ ହୋଇନଥାଏ । ଫିଟ୍ ଏବଂ ସୁସ୍ଥ ରହିବାକୁ ହେଲେ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଧାରଣତଃ ଲୋକମାନେ ଫିଟ୍ ରହିବା ପାଇଁ ନିୟମିତ ଖାଉଥିବା ଜିନିଷରେ ଚର୍ବି ହ୍ରାସ କରନ୍ତି, କିନ୍ତୁ ଶରୀରକୁ ସୁସ୍ଥ ରଖିବାରେ ଚର୍ବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ମୋ ପ୍ଲେଟ୍‌ର ବିଷୟରେ ସୂଚନା ଦେଇଛି । ତେବେ ଜାଣନ୍ତୁ କଣ ଏହି ମାଇ ପ୍ଲେଟ ।

My Plate କନସେପ୍ଟ କଣ ?: ICMR 2018ରେ ପ୍ରଥମ ଥର ପାଇଁ ମାଇ ପ୍ଲେଟ୍ କନସେପ୍ଟ୍‌ ବାହାର କରିଥିଲା । ଏଥିରେ ସୁସ୍ଥ ପ୍ଲେଟ୍‌, ଫ୍ୟାଟ୍‌ ଏବଂ ପୋଷକ ତତ୍ତ୍ବରେ ଭରପୂର ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ସୂଚନା ଦିଆଯାଇଛି । ମାଇ ପ୍ଲେଟ୍‌ରେ ଏହା କୁହାଯାଇଛି ଯେ ଖାଦ୍ୟରେ 20-30 ପ୍ରତିଶତ ଫ୍ୟାଟ୍, 10-15 ପ୍ରତିଶତ ପ୍ରୋଟିନ୍ ଏବଂ 50ରୁ 60 ପ୍ରତିଶତ କାର୍ବୋହାଇଡ୍ରେଟ୍ ରହିବା ଉଚିତ। ଏଥିପାଇଁ ଦହି ଏବଂ ବଟରମିଲ୍କ୍‌ ଭଳି ଜିନିଷ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ଯଦି ଆପଣ ପ୍ରତିଦିନ ଖାଦ୍ୟ ସହିତ ବ୍ୟାୟାମ କରନ୍ତି, ତେବେ ଷ୍ଟ୍ରୋକ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ହୃଦ୍‌ଘାତର ଆଶଙ୍କା ବହୁତ କମି ଯାଇଥାଏ ।

ଖାଦ୍ୟରେ ହେଲଦି ଅଏଲକୁ ବ୍ୟବହାର କରନ୍ତୁ: ନ୍ୟାସ୍‌ନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ୍‌ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା କୁହାଯାଇଛି ଯେ, ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଉତ୍ତମ ତେଲର ବ୍ୟବାହର କରିବା ଉଚିତ । କେବଳ ଏହି ଚର୍ବିରେ ଦ୍ରବୀଭୂତ ଭିଟାମିନ୍ ଶୋଷିତ ହୁଏ ନାହିଁ, ସେଲ୍ୟୁଲାର୍ ମେଟାବୋଲିଜିମ୍ ମଧ୍ୟ ଉନ୍ନତ ହୁଏ । ଅଧିକାଂଶ ଲୋକ ସାଚୁରେଟେଡ୍ ଫ୍ୟାଟ୍ ତେଲ ବ୍ୟବହାର କରୁଥିବାବେଳେ ଅନସାଚୁରେଟେଡ୍ ଫ୍ୟାଟ୍‌ ଯେପରିକି ବାଦାମ ତେଲ, ଅଲିଭ୍ ତେଲ, ସୂର୍ଯ୍ୟମୁଖୀ ତେଲ, ମକା ଏବଂ ସୋୟା ତେଲରେ ହେଲଦି ଫ୍ୟାଟ୍‌ ମିଳିଥାଏ । ଏହା କେବଳ ହୃଦୟକୁ ସୁସ୍ଥ ରଖେ ନାହିଁ ବରଂ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ସୁସ୍ଥ ରଖିଥାଏ ।

ଏହା ମଧ୍ୟ ପଢନ୍ତୁ: ସୁସ୍ଥ ରହିବା ପାଇଁ ଡାଏଟ୍‌ରେ ମିଶାନ୍ତୁ ଏହିସବୁ ସ୍ମାର୍ଟ ଖାଦ୍ୟ, ବଜାୟ ରହିବ ଫିଟ୍‌ନେସ୍

ଖାଦ୍ୟପାନରେ ଅବହେଳା କରନ୍ତୁ ନାହିଁ: ICMR ନ୍ୟାସ୍‌ନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ କହିଛି ଯେ, ଖାଦ୍ୟ ପ୍ରତି ଅବହେଳା କରିବା ଉଚିତ ନୁହେଁ କାରଣ ଖାଦ୍ୟରେ ଛୋଟ ପରିବର୍ତ୍ତନ କରି ଆପଣ ନିଜ ସ୍ୱାସ୍ଥ୍ୟରେ ଉନ୍ନତି କରିପାରିବେ । ଏହା ଖାଦ୍ୟକୁ ସନ୍ତୁଳିତ କରିବାକୁ ସାହାଯ୍ୟ କରିବା ସହିତ ପୃଷ୍ଟିକର ଖାଦ୍ୟ ଯୋଗାଇଥାଏ ।

ବିଦ୍ର: ଏହା ଏକ ରିପୋର୍ଟ ଉପରେ ଆଧାରିତ ଖବର। ଏହି ବିଧି ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details