ହାଇଦ୍ରାବାଦ:ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ 40 ବର୍ଷ ବୟସ ଅତିକ୍ରମ କରିବା ପରେ ମଧ୍ୟ ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଦେଖାଯାଇଥାଆନ୍ତି । ମୁହଁ ଏକ ପ୍ରକାର ଗ୍ଲୋ କରୁଥାଏ । ମନରେ ଅନେକ ସମୟରେ ପ୍ରଶ୍ନ ଉଠେ ଦେଖିବା ଯେ ଅଭିନେତ୍ରୀମାନେ କିପରି ଏହି ବୟସରେ ଏତେ ଚମକୁଛନ୍ତି । ବାସ୍ତବରେ ସୁନ୍ଦର ଦେଖାଯିବା ପାଇଁ, ବଲିଉଡ ଅଭିନେତ୍ରୀମାନେ ଏକ ବିଶେଷ ପ୍ରକାରର ଫେସିଆଲକୁ ବ୍ୟବହାର କରିଥାଆନ୍ତି । ଏହାର ନାମ ହାଇଡ୍ରା ଫେସିଆଲ ।
କଣ ଏହି ହାଇଡ୍ରା ଫେସିଆଲ ?:ଚର୍ମକୁ ହାଇଡ୍ରେଟ୍ କରିବା ପାଇଁ ହାଇଡ୍ରା ଫେସିଆଲ୍ କାର୍ଯ୍ୟ କରିଥାଏ । ଚର୍ମ ସମସ୍ୟାକୁ ଧ୍ୟାନରେ ରଖି ଏହାକୁ ଡିଜାଇନ୍ କରାଯାଇଛି । ଏହା ଚର୍ମକୁ ୟଙ୍ଗ୍ ସହ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ । ଆଜିକାଲି ଏହି ଫେସିଆଲ ବହୁତ ଟ୍ରେଣ୍ଡରେ ଅଛି । ଏହି ଫେସିଆଲ ଦ୍ବାରା ମୁହଁର ମଇଳା ସହଜରେ ସଫା ହୋଇଯାଇଥାଏ। ଏହି ଫେସିଆଲରେ, ସୌନ୍ଦର୍ଯ୍ୟ ଉପକରଣ ସାହାଯ୍ୟରେ ଚେହେରାର ମୃତ କୋଷଗୁଡିକ ବାହାର କରାଯାଇଥାଏ । ଚର୍ମ ଭିତରେ ଆଣ୍ଟିଅକ୍ସିଡାଣ୍ଟ ସେରମ୍ ଭର୍ତ୍ତି କରାଯାଇଥାଏ, ଯେଉଁ କାରଣରୁ ଚେହେରା ଆର୍ଦ୍ରତା ବୃଦ୍ଧି ପାଇଥାଏ । ଏହା ଚର୍ମକୁ ଭିତରରୁ ସଫା କରିବା ସହ ହାଇଡ୍ରେଟ ରଖିଥାଏ । ହାଇଡ୍ରା ଫେସିଆଲ କରିବା ଦ୍ବାରା ମୁଖ ବ୍ରଣ, ବାର୍ଦ୍ଧକ୍ୟ ଚିହ୍ନ ଏବଂ ଦାଗ ସମସ୍ୟା ଦୂର କରିଥାଏ । ଏହି ଫେସିଆଲ କରିବା ପାଇଁ 30 ମିନିଟ୍ ସମୟ ଲାଗେ । ବାସ୍ତବରେ, ଏହି ଫେସିଆଲ ଯେକୌଣସି ବୟସରେ କରାଯାଇପାରିବ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, 25 ବର୍ଷ ପରେ ହିଁ ଏହି ହାଇଡ୍ରା ଫେସିଆଲ କରାଯାଇଥାଏ ।
କେମିତି କରାଯାଇଥାଏ ହାଇଡ୍ରା ଫେସିଆଲ?:
- ଏହି ଫେସିଆଲର ପ୍ରଥମ ସ୍ତର ହେଉଛି ଚେହେରାକୁ ସଫା କରିବା । ଚେହେରାକୁ ସଫା କରିବା ଦ୍ବାରା ଧୂଳି, ପ୍ରଦୂଷଣ, କ୍ରିମ୍ ପାଉଡର ସହଜରେ ବାହାରି ଯାଇଥାଏ ।
- ଚେହେରା ସଫା କରିବା ପରେ ପିଲ୍ ଲଗାଯାଏ । ଯେଉଁ କାରଣରୁ ଚେହେରା ଗଭୀର ପରିଷ୍କାର ହୋଇଥାଏ । ଗ୍ଲାଇକୋଲିକ୍ ଏବଂ ସାଲିସିଲିକ୍ ଏସିଡ୍ ପିଲ ମୁହଁରେ ପ୍ରୟୋଗ କରାଯାଏ, ଯେଉଁ କାରଣରୁ ବ୍ରଣ ଏବଂ ଦାଗ ଦୂର ହୋଇଯାଏ ।
- ତୃତୀୟ ସୋପାନରେ, ଏକ ମେସିନ୍ ସାହାଯ୍ୟରେ ଭାକ୍ୟୁମ୍ ଏକ୍ସଟ୍ରାକସନ୍ ମାଧ୍ୟମରେ ଚେହେରା ସଫା କରି ଫେସଆଲ କରାଯାଇଥାଏ
- ଶେଷ ପର୍ଯ୍ୟାୟରେ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ଏସିଡ୍ ଚର୍ମ ଭିତରେ ସେରମ୍ ଆକାରରେ ଲଗାଯାଇଥାଏ। ଯାହା ଦ୍ବାରା ଚର୍ମ ମଶ୍ଚୁରାଇଜର ହେବା ସହ ଚର୍ମରେ ଆଦ୍ରତା ଆସିଥାଏ।