ଓଡିଶା

odisha

ETV Bharat / sukhibhava

GOLO Diet: ଓଜନ କମ କରିବା ପାଇଁ ଆପଣାନ୍ତୁ ଗୋଲୋ ଡାଏଟ - ଗୋଲୋ ଡାଏଟ କଣ

ଆଜିକାଲି ଓଜନ କମାଇବା ପାଇଁ ସମସ୍ତେ ଚେଷ୍ଟା କରିଥାଆନ୍ତି। ତେବେ ଅଧିକାଂଶ ଗୋଲୋ ଡାଅଟ ଆପଣାଇ ଥାଆନ୍ତି । ତେବେ ଜାଣନ୍ତୁ ଗୋଲୋ ଡାଏଟ କଣ ?

GOLO Diet
GOLO Diet

By

Published : Jul 3, 2023, 4:53 PM IST

ହାଇଦ୍ରାବାଦ:ଓଜନ ହ୍ରାସ କରିବା ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଏଥିପାଇଁ ଲୋକମାନେ ଅନେକ ଚେଷ୍ଟା ଜାରି ରଖିଛନ୍ତି । ଖାଦ୍ୟରେ ପରିବର୍ତ୍ତନ ସହିତ ଅଧିକ ବ୍ୟାୟାମ ଭଳି ପଦକ୍ଷେପ ଜାରି ରହିଛି କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଓଜନ ହ୍ରାସ କରିବା ପାଇଁ ଆପଣ ସଠିକ୍ ଖାଦ୍ୟ ବାଛିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ସଠିକ ଖାଦ୍ୟ ନଖାଇବା କାରଣରୁ ଓଜନ ବଢିଯାଇଥାଏ ।

ଏଭଳି ପରିସ୍ଥିତିରେ ଗତ କିଛି ବର୍ଷ ମଧ୍ୟରେ, ଓଜନ ହ୍ରାସ କରିବାକୁ ଗୋଲୋ ଡାଏଟ୍ ବିଷୟରେ ଅନେକ ଆଲୋଚନା ହୋଇଛି । ଏହାକୁ ନେଇ ଅନେକ ତର୍କ ବିତର୍କ ମଧ୍ୟ ଜାରି ରହିଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଖାଦ୍ୟକୁ ଅନୁସରଣ କରି ଶରୀରରୁ ଅଧିକ ଚର୍ବି ହ୍ରାସ କରିବା ସହଜ ହୋଇପାରେ । କେତେକ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ ଗୋଲୋ ଡାଏଟ୍ ଅନୁସରଣ କରୁଥିବା ଲୋକମାନେ କିଛି ବର୍ଷ ମଧ୍ୟରେ 20 କିଲୋରୁ ଅଧିକ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଜାଣନ୍ତୁ କଣ ଏହି ଗୋଲୋ ଡାଏଟ ପ୍ଲାନ ଏବଂ ଏହା ଦ୍ବାରା କିଭଳି ଓଜନ ହ୍ରାସ ହୋଇଥାଏ ? ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ: Tips for Healthy Life: ଆପଣାନ୍ତୁ ଏହି ଅଭ୍ୟାସ, ଫିଟ ରହିବ ଶରୀର

କଣ ଏହି ଗୋଲୋ ଡାଏଟ ପ୍ଲାନ:ଗୋଲୋ ଡାଏଟ୍ ପ୍ଲାନ କିଛି ବର୍ଷ ହେଲା ଯୁବପିଢିଙ୍କ ମଧ୍ୟରେ ଟ୍ରେଣ୍ଡରେ ରହିଛି । ଏହି ଡାଏଟ ପ୍ଲାନ୍‌ ଆପଣାଇବା ଦ୍ବାରା ଦୈନିକ 1,300ରୁ 1,500 କ୍ୟାଲୋରୀ କମ ହୋଇଥାଏ । ଏହା ମେଟାବୋଲିକ୍ ସ୍ବାସ୍ଥ୍ଯରେ ଉନ୍ନତି ଆଣିବା ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଡାଏଟ୍ ଏବଂ ପୁଷ୍ଟିକର ବିଶେଷଜ୍ଞ ବ୍ରିଟାନି ଲୁବେକ୍ କହିଛନ୍ତି ଯେ, ଏହି ଡାଏଟ୍ ପ୍ଲାନ ଆମ ଶରୀରରେ ଗଚ୍ଛିତ ଚର୍ବିକୁ ହଟାଇବା ସହ ଆମର ମେଟାବୋଲିଜିମକୁ ଠିକ କରିଥାଏ । ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା ଆମ ଶରୀରେ ହେଉଥିବା ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

ଗୋଲୋ ଡାଏଟ ପ୍ଲାନରେ କେଉଁ ଖାଦ୍ୟ ସାମିଲ ରହିଥାଏ:ଗୋଲୋ ଡାଏଟ୍ ପ୍ଲାନ୍‌ରେ ଓଜନ ହ୍ରାସ କରିବାରେ ସହାୟତା ପାଇଁ ଏକ 'ରିଲିଜ୍' ସପ୍ଲିମେଣ୍ଟ ନେବା ସହିତ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥକୁ ଅନ୍ତର୍ଭୂକ୍ତ କରିବାକୁ ଗୁରୁତ୍ୱ ଦିଆଯାଇଛି।

  • ଅଣ୍ଡା
  • ଅଣ୍ଡା, କ୍ଷୀର, ପନିର ଏବଂ ଦହି
  • ସତେଜ ଫଳ ଏବଂ ସବୁଜ ପନିପରିବା ବ୍ରୋକୋଲି
  • ନଡ଼ିଆ ତେଲ, ଅଲିଭ୍ ତେଲ, ଚିଆ ସିଡ୍ସ
  • ବାଦାମ, କାଜୁ, ଆଲୁଅ, ପିସ୍ତା ଏବଂ ଅଖରୋଟ ପରି ବାଦାମ
  • ଆଳୁ, ମିଠା ଆଳୁ ଏବଂ ସ୍କ୍ୱାସ ଭଳି ପରିବା
  • ବ୍ରାଉନ୍ ଚାଉଳ, ଓଟମିଲ୍ ଏବଂ କ୍ୱିନୋଆ ପରି ଶସ୍ୟଜାତୀୟ ଖାଦ୍ୟ

ଗୋଲୋ ଡାଏଟର ଉପକାରିତା ଏବଂ ଅପକାରିତା: ଆମେରିକୀୟ ଜର୍ଣ୍ଣାଲ୍ ଅଫ୍ ଲାଇଫଷ୍ଟାଇଲ୍ ମେଡିସିନ୍ରେ ପ୍ରକାଶିତ 2022 ଅଧ୍ୟୟନ ଅନୁଯାୟୀ ଏହା ମୁଖ୍ୟତଃ ଉଦ୍ଭିଦ ଭିତ୍ତିକ ହୋଇଥିବାରୁ ଏହା ହୃଦଘାତ, କର୍କଟ ଏବଂ ଟାଇପ୍-୨ ମଧୁମେହର ଆଶଙ୍କା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ଯଦି ଆମେ ଅପକାରିତା କଥା ଦେଖିବା ତେବେ ଏହି ଡାଏଟ୍ ପ୍ଲାନରେ ପ୍ରତିଦିନ କେବଳ 1300ରୁ 1,500 କ୍ୟାଲୋରୀ ଖାଇବା ଆବଶ୍ୟକ, ଯାହା ଅଧିକାଂଶ ବୟସ୍କଙ୍କ ପାଇଁ ଅସୁରକ୍ଷିତ ଅଟେ । ଏଥି ସହିତ, ଏହି ଡାଏଟ ପ୍ଲାନ ଓଜନ ହ୍ରାସ କରିବାରେ ଲାଭଦାୟକ ବୋଲି ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ଗବେଷଣା ହୋଇନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟରେ କୌଣସି ଡାଏଟ୍ ଯୋଜନା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details