ଓଡିଶା

odisha

By ETV Bharat Odisha Team

Published : Aug 28, 2023, 4:14 PM IST

ETV Bharat / sukhibhava

ବୟସ ପୂର୍ବରୁ ଦୃଷ୍ଟିଶକ୍ତିରେ ଉପରେ ପ୍ରଭାବ ପକାଏ ଏହି ରୋଗ, ଜାଣନ୍ତୁ ଲକ୍ଷଣ

ବୟସ ପୂର୍ବରୁ ଦୃଷ୍ଟିଶକ୍ତିରେ ଉପରେ ପ୍ରଭାବ ପକାଏ ଏହି ରୋଗ । ଅଧିକ ସ୍କ୍ରିନ ଦେଖିବା ଦ୍ବାରା ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଜାଣନ୍ତୁ ରୋଗର ଲକ୍ଷଣ

glaucoma
glaucoma

ହାଇଦ୍ରାବାଦ:ଚକ୍ଷୁକୁ ଅନମୋଲ ବୋଲି ବିବେଚନା କରାଯାଏ । କାରଣ ଆଖି ବିନା ଜୀବନ ବହୁତ କଷ୍ଟସାଧ୍ୟ ହୋଇଥାଏ। ତେଣୁ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ କହିବା ଅନୁସାରେ, ଯଦି ଆଖିକୁ ନେଇ କୌଣସି ସମସ୍ୟା ଦେଖାଯାଉଛି ତାହେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କିନ୍ତୁ ପ୍ରାୟତଃ ଲୋକମାନେ ଆଖିକୁ ନେଇ ଅବହେଳା କରନ୍ତି, ଯେଉଁ କାରଣରୁ ବୟସ ପୂର୍ବରୁ ଆଖି ଉପରେ ଖରାପ ପ୍ରଭାବ ପଡିଥାଏ । କମ ବୟସରୁ କିଛି ଲୋକଙ୍କ ଆଖି ଠିକ ଦେଖାଯାଉନଥିବା ବେଳେ କିଛି ଜଣ ଚଷମା ବ୍ୟବହାର କରିଥାଆନ୍ତି । ଆଖି ସହିତ ଜଡ଼ିତ ଏପରି ଏକ ରୋଗ ରହିଛି ଯାହାକି ଅବହେଳା କାରଣରୁ ଜଣେ ବୟସ ପୂର୍ବରୁ ଆଖି ହରାଇଥାଏ । ଏହି ରୋଗକୁ ଗ୍ଲୁକୋମା କୁହାଯାଏ । ଧୂମପାନ, ଦୀର୍ଘ ସମୟ ଧରି ମୋବାଇଲ- କମ୍ପ୍ୟୁଟର ଦେଖିବା ଏବଂ ଅସାବଧାନତା ଯୋଗୁଁ ଅନେକ ଗ୍ଲୁକୋମାର ଶିକାର ହେଉଛନ୍ତି ।

ଗ୍ଲୁକୋମା କଣ: ଗ୍ଲୁକୋମା ଆଖି ସହିତ ଜଡିତ ଏକ ସମସ୍ୟା ଯେଉଁଥିରେ ଆଖିର ଅପ୍ଟିକ୍ ସ୍ନାୟୁର କ୍ଷତି ହେତୁ ଦୃଷ୍ଟିଶକ୍ତି କମିବା ଆରମ୍ଭ ହୋଇଥାଏ । ଆଖିରେ ରହିଥିବା ଏହି ଅପ୍ଟିକ୍ ସ୍ନାୟୁ ଆମ ମସ୍ତିଷ୍କକୁ ଦୃଶ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ପଠାଇଥାଏ ଏବଂ ଏହା ମାଧ୍ୟମରେ ଆମେ କିଛି ଚିହ୍ନିବାରେ ସକ୍ଷମ ହୋଇଥାଉଯ ଏପରି ପରିସ୍ଥିତିରେ, ଯଦି କିଛି କାରଣରୁ ଅପ୍ଟିକ୍ ସ୍ନାୟୁ ଉପରେ ଚାପ ପଡ଼େ ଏବଂ ଏହା ଦୁର୍ବଳ କିମ୍ବା ନଷ୍ଟ ହୋଇଯାଏ, ତେବେ କୌଣସି ଜିନିଷଗୁଡ଼ିକୁ ଚିହ୍ନିବାରେ ସମସ୍ୟା ହୋଇଥାଏ ଏବଂ ଦୃଷ୍ଟିଶକ୍ତି କମିଯାଇଥାଏ। ଯଦି କହିବା ଗ୍ଲୁକୋମାକୁ କିଛି ଜଣ କଳା ମୋତିଆବିନ୍ଦୁ ବୋଲି କୁହନ୍ତି । ଏହା ଖାସ କରି 60 ବର୍ଷ ପରେ ବୃଦ୍ଧମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଗ୍ଲୁକୋମା ସବୁ ବୟସର ଲୋକଙ୍କୁ ଏବଂ ପିଲାମାନେ ମଧ୍ୟ ଏହି ରୋଗର ଶିକାର ହେଉଥିବା ନଜିର ରହିଛି । ଯେଉଁମାନେ ମଧୁମେହ ରୋଗରେ ପୀଡିତ ସେମାନଙ୍କୁ ଗ୍ଲୁକୋମା ହେବାର ଆଶଙ୍କା ଅଧିକ ରହିଥାଏ।

ଏହା ମଧ୍ୟ ପଢନ୍ତୁ: ରାତିରେ ନିଦ ନ ହେଲେ ଆଖିରେ ହୁଏ ଏହି ରୋଗ

ଗ୍ଲୁକୋମାର ଲକ୍ଷଣ: ଗ୍ଲୁକୋମାକୁ ରୋକିବା ପାଇଁ ପ୍ରଥମେ ଏହାର ଲକ୍ଷଣଗୁଡ଼ିକ ସଠିକ୍ ଭାବରେ ଚିହ୍ନଟ ହେବା ଆବଶ୍ୟକ । ଗ୍ଲୁକୋମାର ଲକ୍ଷଣ ମଧ୍ୟରେ କମ୍ପ୍ୟୁଟର ବା ମୋବାଇଲ୍‌ ସ୍କ୍ରିନ୍‌ ଦେଖିବାରେ ଚାପ ଏବଂ ଆଖିରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ ଅଟେ । ଏହା ବ୍ୟତୀତ ରୋଗୀର ଆଖିରେ ଯନ୍ତ୍ରଣା ହେବା ସହିତ ମୁଣ୍ଡରେ ଯନ୍ତ୍ରଣା ମଧ୍ୟ ରହିଥାଏ । ବ୍ୟକ୍ତିକୁ ଚାରିଆଡ଼େ ଇନ୍ଦ୍ରଧନୁ ଭଳି ଦେଖାଯାଏ । ଏହାସହିତ ଲାଲ ଦେଖାଯାଇଥାଏ । ଯଦି ଏଭଳି ଲକ୍ଷଣ ଲାଗିରୁହେ ତେବେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

କହି ରଖୁଛୁ କି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ । ନିୟମିତ ବ୍ୟାୟାମ କରନ୍ତୁ ଏବଂ ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ବାରା ଏହି ରୋଗର ଆଶଙ୍କାକୁ କମ କରିହେବ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 40 ବର୍ଷ ପରେ ଯଦି ଆଖିରେ କୌଣସି ପ୍ରକାର ସମସ୍ୟା ଦଖାଯାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details