ହାଇଦ୍ରାବାଦ:ଗାଧୋଇବା ଦ୍ବାରା ମନ ଏବଂ ଶରୀର ସୁସ୍ଥ ରହିଥାଏ ବୋଲି ବିଶେଷଜ୍ଞମାନେ କହନ୍ତି । କିନ୍ତୁ ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିପାରେ ବୋଲି କୁହାଯାଇଥାଏ । କିନ୍ତୁ ଆପଣ ଭାବିଛନ୍ତି କି ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ବରଫରେ ସ୍ନାନ କରିଥାଆନ୍ତି । କେତେକ ଅଭିନେତା ଅଭିନେତ୍ରୀ ବିଯୁକ୍ତ ତାପମାତ୍ରାରେ ବରଫରେ ସ୍ନାନ କରନ୍ତି । ଅଭିନେତ୍ରୀ ସାମନ୍ଥା, ପ୍ରଗ୍ୟା ଜୟସଓ୍ବାଲ, ରକୁଲ ପ୍ରୀତ ସିଂହ ଏବଂ ନେହା ଶର୍ମା ଭଳି କିଛି ଷ୍ଟାର ବରଫରେ କିଛି ସମୟ ସ୍ନାନ କରିଥାଆନ୍ତି । ତେବେ ବରଫରେ ସ୍ନାନ କରିବା ପାଇଁ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
ବରଫରେ ସ୍ନାନ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ମିଳିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଅଭିନେତ୍ରୀମାନେ ମଧ୍ୟ ଏହି ପଦ୍ଧତିକୁ ଅନୁସରଣ କରୁଛନ୍ତି । ଏହାସହିତ ଖେଳାଳିମାନେ ମଧ୍ୟ ଏହାକୁ ଅନୁକରଣ କରୁଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି । ନିକଟରେ ସାମନ୍ଥା ବରଫରେ ସ୍ନାନ କରୁଥିବାର ଫଟୋ ସେୟାର କରିଥିଲେ । ସେ ବାର୍ଲି ଗସ୍ତରେ ଯାଇଥିବା ବେଳେ 4ଡିଗ୍ରୀ ସେଲସିୟସ ଏକ ଟବରେ 6 ମିନିଟ ପର୍ଯ୍ୟନ୍ତ ବସିଥିଲେ । ଏହାସହିତ ପ୍ରୟାଗ ଜୈସୱାଲ ଫିନଲ୍ୟାଣ୍ଡରେ 15 ଡିଗ୍ରୀ ତାପମାତ୍ରାରେ ବରଫ ହ୍ରଦରେ ପହଁରୁଥିବା ନଜର ଆସିଥିଲେ । ତେବେ ଜାଣନ୍ତୁ ବରଫରେ ସ୍ନାନ କରିବା ଦ୍ବାରା କେଉଁ ଲାଭ ମିଳିଥାଏ ।
ଆଥଲେଟ୍ ଏବଂ ଯେଉଁମାନେ ପ୍ରତିଦିନ ବ୍ୟାୟାମ କରନ୍ତି ସେମାନଙ୍କର ଶାରୀରିକ ଯନ୍ତ୍ରଣା ଏବଂ ଶରୀରର କିଛି ଅଂଶ ଫୁଲିଯାଇଥାଏ। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ବରଫରେ ସ୍ନାନ କରିପାରିବେ । ଏହା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ମିଳିପାରିବ।
⚛ ଅଧିକ ବ୍ୟାୟାମ ଏବଂ କଠିନ ପରିଶ୍ରମ କରିବା ଦ୍ବାରା ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । ଏଭଳି ସମୟରେ ବରଫରେ କିଛି ସମୟ ସ୍ନାନ କରିବା ଦ୍ବାରା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
⚛ କିଛି ଲୋକ ଥକାପଣ, ଅସ୍ଥିରତା ଏବଂ ଅନିଦ୍ରା ଭଳି ସମସ୍ୟାର ଶିକାର ହୁଅନ୍ତି । ବରଫ ସ୍ନାନ ଦ୍ବାରା କିଛି ମାତ୍ରାରେ ଆରାମ ମିଳିପାରିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ବରଫ ପାଣିରେ କିଛି ସମୟ ଭିଜିବା ସ୍ନାୟୁ ପ୍ରଣାଳୀରେ ଉନ୍ନତି ଆସିଥାଏ । ଫଳସ୍ୱରୂପ, ଶରୀର ସକ୍ରିୟ ହୋଇଯାଏ ଏବଂ ଚାପ ମଧ୍ୟ କମ ହୋଇଥାଏ ।
⚛ ଯେତେବେଳେ ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଥାଏ, ସେତେବେଳେ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ଶରୀରରୁ ଅଧିକ ଝାଳ ବାହାରିବା ସହିତ ତେଲିଆ ହୋଇଯାଉଥିବାରୁ ଚିଡଚିଡା ଲାଗିଥାଏ । ତେବେ ସେହି ସମୟରେ ବରଫରେ ସ୍ନାନ କରିବା ଦ୍ବାରା ଶରୀରର ତାପମାତ୍ରା କମ ହେବା ସହିତ ସଚେତ ଲାଗିଥାଏ ।
⚛ ବରଫ ଜଳରେ ସ୍ନାନ କରିବା ଦ୍ବାରା ଶରୀରରେ ଡୋପାମାଇନ ହରମୋନ ଅଧିକ କ୍ଷରିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ହାପି ହରମୋନ ଚିନ୍ତା ଦୂର କରିବା ସହିତ ମନକୁ ଖୁସି ରଖିଥାଏ ।