ହାଇଦ୍ରାବାଦ:କରତାଳି ବା ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ପ୍ରମାଣିତ ମଧ୍ୟ ହୋଇଛି । ବିଶେଷଜ୍ଞମାନେ କୁହନ୍ତି ଏଭଳି ଅନେକ ରୋଗ ରହିଛି ଯାହାକି କ୍ଲାପିଂ ବା ତାଳିମାରିବା ଦ୍ବାରା ଭଲ ହୋଇପାରିବ । ଆମ ସମାଜରେ ଦୁଇଟି କାରଣ ପାଇଁ କରତାଳି ମରାଯାଇଥାଏ । ଯେତେବେଳେ ଜଣକୁ ପରିହାସ କରାଯାଏ ଅଥବା ଜଣକୁ ଉତ୍ସାହିତ କରିବା ପାଇଁ କରତାଳି ମରାଯାଇଥାଏ। କିନ୍ତୁ ଏସବୁ ମଧ୍ୟରେ ସବୁଠାରୁ ବଡ କଥା ହେଉଛି ଏହା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବି ହୋଇଥାଏ । ତାଳି ମାରିବା ଦ୍ବାରା ଆମ ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ ।
ହୃଦୟ ସ୍ବାସ୍ଥ୍ୟ ପାଇଁ ଉପକାରୀ:ତାଳି ମାରିବା ଦ୍ବାରା ପାପୁଲି ଗରମ ହୋଇଥାଏ । ଏହାଦ୍ବାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବେ ହୋଇଥାଏ । ଏହାସହହୃଦୟ ମାଂସପେଶୀ ଉପରେ ଚାପ କମ କରିଥାଏ । ହାର୍ଟକୁ ସୁସ୍ଥ ରଖିବା ସହିତ ରୋଗମୁକ୍ତ କରିଥାଏ ।
ମାନସିକ ସ୍ବାସ୍ଥ୍ୟ:ଯେତେବେଳେ ଆମେ କରତାଳି ମାରିଥାଉ, ସେଥରୁ ଉତ୍ପନ୍ନ ଶକ୍ତି ମନକୁ ସକରାତ୍ମକ ସଙ୍କେତ ଦେଇଥାଏ । ଉଦାସୀନତା ଏବଂ ଅସ୍ଥିରତାରୁ ମୁକ୍ତି ଦେଇଥାଏ । ଏହା ସହିତ ଶରୀରରେ ହାପି ହରମୋନ କ୍ଷରଣ ହୋଇଥାଏ ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି:କରତାଳି ଶରୀରରେ ଶ୍ବେତ ରକ୍ତ କଣିକାର ସଂଖ୍ୟାକୁ ବୃଦ୍ଧି କରିଥାଏ । ଫଳସ୍ୱରୂପ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସଂକ୍ରମଣକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ ।